STORYMIRROR

Salila Sarangi

Tragedy

3  

Salila Sarangi

Tragedy

ଶୂନ୍ୟତାର ଆସକ୍ତି

ଶୂନ୍ୟତାର ଆସକ୍ତି

2 mins
254


   ଦୀନକୃଷ୍ଣ ଵାବୁ ଜଣେ ଅଵସର ପ୍ରାପ୍ତ କର୍ମଚାରୀ। ଗୋଟିଏ ବୋଲି ପୁଅ। କେତେ ଦିଅଁ ଦେବତା ପୂଜା କରି ସେ ପୁଅଟିକୁ ପାଇଛନ୍ତି। କେଉଁ ଥିରେ ଅଭାବ ରଖି ନାହାନ୍ତି ପୁଅକୁ। ଯେତେବେଳେ ଯାହା ଦରକାର ଯୋଗାଇ ଦେଇଛନ୍ତି।ପୁଅ ମଧ୍ୟ ଵାପ ମାଆଙ୍କର ଖୁବ୍ ଆଦର ଯତ୍ନ କରେ। ସହରରେ ଭଲ ଘର ଟିଏ କରି ପତି ପତ୍ନୀ ଓ ପୁଅ ଖୁବ୍ ଖୁସିରେ ଜୀବନ ଅତିବାହିତ କରୁଛନ୍ତି।ପୁଅ ଦୀପୁ ଗୋଟିଏ ଭଲ କମ୍ପାନୀରେ ମ୍ୟାନେଜରଭାବେ କାର୍ଯ୍ୟରତ।

     ଏହା ଭିତରେ ଧୀରେ ଧୀରେ ଦୀନକୃଷ୍ଣ ଵାବୁ ପୁଅ ଵିଵାହ ପାଇଁ ଝିଅ ଦେଖା ଆରମ୍ଭ କରିଦେଇଛନ୍ତି। ସେହି ସହରରେ ତାଙ୍କର ଜଣେ ବନ୍ଧୁଙ୍କ ଝିଅ ଦୀପାପାଇଁ ପ୍ରସ୍ତାବ ଆସିଥାଏ। ଝିଅଟି ଦେଖିବାକୁ ଖୁବ୍ ସୁନ୍ଦର। ଗୋଟିଏ ଚାଉଳରେ ଗଢା। ମାର୍ଜିତ ବ୍ୟବହାର ଦୀନକୃଷ୍ଣ ଵାବୁ ଓ ତାଙ୍କର ପତ୍ନୀ ଝିଅକୁ ଦେଖି ଖୁବ୍ ପସନ୍ଦ କରିଛନ୍ତି। ଖାଲି ପୁଅ ଥରେ ଆସି ଆଖି ପକାଇ ଦେଇ ଗଲେ ବାହାଘର ତିଥି ସ୍ଥିର କରିବା ପାଇଁ ଦୁଇ ବନ୍ଧୁ ନିଷ୍ପତ୍ତି ନେଇଛନ୍ତି। ତାପରେ ଦୀପୁ ଝିଅ ଦେଖିବାକୁ ଯାଇ ଏ ପ୍ରସ୍ତାବରେ ରାଜି ବୋଲି ତାର ମତାମତ ଜଣାଇ ଦେଇଛି।

     ଖୁବ୍ ଧୁମଧାମରେ ବାହାଘର ଆୟୋଜନରେ ଲାଗି ପଡ଼ିଛନ୍ତି ଦୀନ କୃଷ୍ଣ ଵାଵୁ ଆଉ ପତ୍ନୀ ଇନ୍ଦୁ ମତି। ବାହାଘର ର ଦିନ ଯେତେ ପାଖେଇ ଆସୁଛି ଦୁଇ ଜଣ ଉତ୍କଣ୍ଠିତ ହୋଇ ଚାହିଁ ରହିଛନ୍ତି ସେହି ଦିନକୁ।

କେବେ ଵୋହୁର ପାଦ ଏ ଅଗଣାରେ ପଡ଼ିବ।

ତାର ପାଉଁଜି ର ରୁଣୁଝୁଣୁ ଶବ୍ଦରେ ଏ ଘର ପୁରି ଉଠିଵ। ମଥାରେ ଓଢଣୀ ଦେଇ ଚଉରା ମୂଳରେ ସଞ୍ଜ ବତୀ ଜାଳି ଏ ଘରର ଶୁଭ ମନାସିବ।ଭାତ ଥାଳି ବାଢି ଦେଇ ପାଖରେ ବସି ଏଇଟା ଖାଆ ସେଇଟା ଖାଅ ବୋଲି ଅଳି କରିଵ। ଏହିପରି ଭାବନା ଭିତରେ ଦୁଇ ପ୍ରାଣୀ ଛନ୍ଦି ହେଲେ ମଧ୍ୟ କେହି କାହର ଭାବନା ପରିପ୍ରକାଶ କରୁ ନ ଥାନ୍ତି।

     ବାହାଘର ଆଉ ଗୋଟିଏ ଦିନ ଅଛି।ଦୀପୁ ତାର ସାଙ୍ଗ ମାନଙ୍କ ସହିତ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବଜାରକୁ ଯାଇଥାଏ। ହଠାତ୍ ଫୋନ ଆସିଲା ଦୀନକୃଷ୍ଣ ଵାବୁ ଙ୍କ ପାଖକୁ।ମଉସା ଆପଣ ଟିକେ ଶିଘ୍ର 

ଡାକ୍ତର ଖାନା ଆସନ୍ତୁ।ଦୀପୁର ଆକ୍ସିଡେଣ୍ଟ ହୋଇଛି।ସେ ଏବେ ମେଡିକାଲ ରେ ଅଛି।ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେଣୁ ଆପଣ ବିଳମ୍ବ ନ କରି ଶିଘ୍ର ଆସନ୍ତୁ। ଦୀନ କୃଷ୍ଣ ବାଵୁ ଓ ତାଙ୍କ ପତ୍ନୀ ସଙ୍ଗେ ସଙ୍ଗେ ମେଡିକାଲ ଵାହାରି ପଡ଼ିଲେ।ପୁଅ ଆଇସି ୟୁରେ ଥାଏ। ନିରୁପାୟ ହୋଇ ଭଗବାନ ଙ୍କୁ ପ୍ରାର୍ଥନା କରିବା ଛଡା ଅନ୍ୟ ଉପାୟ ନାହିଁ।

ଇନ୍ଦୁମତି ଯେପରି ପାଷାଣ ପାଲଟି ଯାଇଛନ୍ତି।

ମୁହଁରେ ଭାଷା ନାହିଁ। ପୂର୍ଣ୍ଣତା ମଧ୍ୟରେ ଶୂନ୍ୟତାର ଆସକ୍ତିକୁ ଜାବୁଡ଼ି ଧରି ପତିପତ୍ନୀ ଚାହଁ ରହିଛନ୍ତି ସେହି ଅନନ୍ତ ଆକାଶରେ ପୂର୍ଣ୍ଣିମାର ତୋଫା ଜହ୍ନକୁ ଢାଙ୍କି ଦେଇଥିବା ଘନ ଵାଦଲ ଆଡ଼କୁ -------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy