Salila Sarangi

Tragedy

4  

Salila Sarangi

Tragedy

ଅଭୁଲା ରାତି

ଅଭୁଲା ରାତି

2 mins
338


କାଳର କରାଳ ଗତି। ସମୟ କାହାର ସମାନ ଯାଏ ନାହିଁ।କାହାର ହାତୀ ପିଠିରେ ପାଟ ଛତ୍ରୀ ତ କାହାର ବେଢ଼ି ଉପରେ କୋରଡ଼ା। ସେହି ପରି ଏକ ଅଭୁଲା ରାତି ଉଜାଡି ଦେଲା ଏକ ହସ ଖୁସି ଭରା ସୁନାର ସଂସାର। ପୋଛି ଦେଲା ଏକ ସିମନ୍ତିନୀର ମଥାର ସିନ୍ଦୂର ଟୋପା। ପିଲା ଦୁଇଟି ଅନାଥ ହୋଇଗଲେ ପିତୃତ୍ଵର ପରିଚୟରୁ ସବୁଦିନ ପାଇଁ। ବିଧିର ବିଧାନ ପାଖରେ ମଣିଷ ସର୍ବଦା ନାଚାର।

     ସମୁଦ୍ର କୁଳ ନୋଳିଆ ସାହିରେ ସନିଆର ଘର। ସଂସାର କହିଲେ ସ୍ତ୍ରୀ ସାଵି ଓ ଛୋଟ ଛୋଟ ପୁଅ ଦୁଇଟି। ପ୍ରତିଦିନ ସମୁଦ୍ରରୁ ମାଛଧରି ଜୀବିକା ନିର୍ବାହ କରେ। ଯାହା ଦି ପଇସା ରୋଜଗାର କରେ ସେଥିରେ ପୁରା ପରିବାର ଦୁଃଖେ କଷ୍ଟେ ଚଳି ଯାଆନ୍ତି। କିନ୍ତୁ ମନରେ ଅସୁମାରୀ ସ୍ବପ୍ନ। ନିତି ବେଉସା ସାରି ଘରକୁ ଫେରିଲେ ଦୁଇ ପୁଅଙ୍କୁ ପାଖରେ ଵସାଇ ମହାଭାରତ ଠୁ ଆରମ୍ଭ କରି ରାମାୟଣ ର କାହାଣୀ ସବୁ ପିଲାଙ୍କୁ ଶୁଣାଉ ଥାଏ। କଥାରେ କଥାରେ କହେ ମୁଁ ସିନା ପାଠଶାଠ ନ ପଢି ସମୁଦ୍ରରେ ମାଛଧରା କାମ କରୁଛି କିନ୍ତୁ ତୁମ ଦୁଇ ଜଣଙ୍କୁ ବହୁତ ପାଠ ପଢେଇଵି। ତୁମେ ହାକିମ ହେବ ଓ ମୋର ନାଆଁ ରଖିଵ।

      ଵଡ ପୁଅକୁ ପାଞ୍ଚ ବର୍ଷ। ଏହି ବର୍ଷ ତାର ସ୍କୁଲରେ ନାମ ଲେଖାହେଵ।ଘର ପାଖ ସ୍କୁଲକୁ ଯାଇ ସାରଙ୍କ ସହିତ କଥା ହୋଇ ଆସିଛି ସନିଆ।ପୁଅ ପାଇଁ ସିଲଟ ଖଡି କିଣି ଆଣିଛି। କାହିଁକି କେଜାଣି ଦୁଇ ଦିନ ହେବ ସନିଆ କୁ କିଛି ଭଲ ଲାଗୁନି। ଦେହଟା ଭୀଷଣ ଘୋଳା ଵିନ୍ଧା ହେଉଛି। କାମକୁ ଯିବାକୁ ଆଦୈ। ମନ ହେଉନି।ଘରଟା ଭିତରେ ଖାଲି ଶୋଇ ରହୁଛି।ସାଵି ଵି କ'ଣ କରିବ। ନିରୁପାୟ ହୋଇ ସନିଆକୁ କହିଲା ଚାଲ ଡାକ୍ତର ଖାନା ଯାଇ ଡାକ୍ତର ଵାଵୁଙ୍କୁ ପଚାରି ଔଷଧ ଟିକେ ନେଇ ଆସିଲେ ଦେହ ଠିକ୍ ହେଇଯିବ। କେତେ ଦିନ ଏମିତି ଦେହ ଦୁଃଖରେ ପଡିଥିଵ।ପିଲା ଦୁଇଟିଙ୍କୁ ଘରେ ଛାଡ଼ି ଦେଇ ସ୍ଵାମୀ ସ୍ତ୍ରୀ ଦୁଇଜଣ ଡ଼ାକ୍ତରଖାନାକୁ ଗଲେ। ଡାକ୍ତର ଵାଵୁଙ୍କୁ ପଚାରି ଔଷଧ ଆଣି ଘରକୁ ଫେରି ଆସିଲେ।

ଔଷଧ ଖାଇବା ପରେ ସନିଆର ଦେହ ଟିକେ ଠିକ୍ ହୋଇ ଆସୁଥିଲା। କିନ୍ତୁ କ'ଣ କରିଵ। କେତେ ଦିନ ହେବ ସମୁଦ୍ରକୁ ଯାଇନି ମାଛ ଧରିବା ପାଇଁ।ଘରେ ଯାହା ପଡି ଗଣ୍ଡାକ ଥିଲା ସରି ଆସିଲାଣି। ସନ୍ଧ୍ୟା ସମୟ। ଝିପିଝିପି ବର୍ଷା ପକାଉଥାଏ। ହଠାତ୍ ମୁଣ୍ଡକୁ କ'ଣ ଜୁଟିଲା ସାଵିକୁ କହିଲା ମୁଁ ସମୁଦ୍ରକୁ ଯାଉଛି। କିଛି ସମୟ ପରେ ଫେରି ଆସିଵି।ସାଵିର ବାରଣ ସତ୍ତ୍ୱେ ତା କଥାକୁ ନ ମାନି ସନିଆ ଜାଲ ନେଇ ଚାଲିଗଲା।ଡଙ୍ଗା ନେଇ ସମୁଦ୍ରର ଅଗାଧ ଜଳ ରାଶି ଭିତରେ ଜାଲ ପକାଉ ଥିବା ସମୟରେ ହଠାତ୍ ଝଡ ତୋଫାନ ଆରମ୍ଭ ହୋଇଗଲା।ଅକାତ କାତ ପାଣି। କୂଳକୁ ଫେରି ଵାର ଉପାୟ ନାହିଁ।ପଵନର ଵେଗ ଡଙ୍ଗାକୁ ସମୁଦ୍ର ଭିତରକୁ ଠେଲି ନେଉଥାଏ।

ପଵନର ଵେଗ ବଢିବା ସହିତ ରାତି ମଧ୍ୟ ଵଢି ବଢ଼ି ଯାଉଥାଏ। ଗଭୀର ଜଳ ମଧ୍ୟ ରେ ମରଣ ସହିତ ସଂଘର୍ଷ କରି କରି ଵିଚରା ହାରିଗଲା ସନିଆ। ସେହି ସମୁଦ୍ର ଭିତରେ ସଲୀଳ ସମାଧି ନେଇଗଲା ସବୁଦିନ ପାଇଁ।

     ପ୍ରତୀକ୍ଷା କରିଛି ସାଵି ସନିଆର ଫେରିବା ବାଟକୁ। ସେହି ଘୋର ଅନ୍ଧକାର ରାତ୍ରୀର ବିଭୀଷିକା ସହଜରେ ଗ୍ରହଣ କରିପାରୁନାହିଁ ସାଵି। ସକାଳ ହେଲା।ସନିଆର ଦେଖା ନାହିଁ। ସାହି ପଡିଶାର ଲୋକମାନେ ତା ଘରେ ରୁଣ୍ଡ ହୋଇଗଲେଣି। କିଏ କେତେ ପ୍ରକାର କଥା କହୁଥାଏ ଆଉ କିଏ ଆଶ୍ଵାସନା ଦେଉଥାଏ। ଆଉ ଭାଵିଲେ ସେ କଣ ଫେରି ଆସିଵ।ପିଲା ଦୁଇଜଣଙ୍କୁ ଜଗାରଖା କର। କିନ୍ତୁ ସାଵି କ'ଣ ସହଜରେ ଭୁଲି ପାରିଵ ସେ "ଅଭୁଲା ରାତି"ର ଅନ୍ତର୍ଭେଦୀ ଅନ୍ତର୍ଦାହକୁ।


Rate this content
Log in

Similar oriya story from Tragedy