Bijoy Jena

Action Inspirational

4  

Bijoy Jena

Action Inspirational

ଅହଙ୍କାର ଅପମାନ ର କାରଣ

ଅହଙ୍କାର ଅପମାନ ର କାରଣ

1 min
243



ମହମବତୀ ଓ ଧୂପକାଠି ଦୁଇ ଭଉଣୀ ଥିଲେ, ଉଭୟେ ଗୋଟିଏ ମନ୍ଦିରରେ ରହୁଥିଲେ। ବଡ ଭଉଣୀ ମହମବତୀ ସବୁ କଥା ରେ ନିଜକୁ ଭାରି ଗୁଣବାନ ଓ ନିଜଠାରୁ ପ୍ରକାଶିତ ଆଲୋକ ଯୋଗୁଁ ନିଜକୁ ଗୁଣବାନ୍ ଭାବି, ସାନ ଭଉଣୀକୁ ନୀଚ ବା ହୀନ ଦେଖାଇବାକୁ ପ୍ରୟାସ କରେ। ଧୂପକାଠି ବଡ ଭଉଣୀର ଏପରି ପ୍ରୟାସ ଯୋଗୁଁ ଭାରି ବ୍ୟଥିତ ହୁଏ, କିନ୍ତୁ କିଛି କହି ପାରୁ ନଥାଏ। ପ୍ରତି ଦିନ ପରି ସେଦିନ ମଧ୍ୟ ପୂଜାରୀ ଆସିଲେ, ଉଭୟଙ୍କୁ ଜଳାଇଲେ ଏବଂ କୌଣସି କାର୍ଯ୍ୟରେ ମନ୍ଦିରରୁ ବାହାରକୁ ଚାଲିଗଲେ। ସେତେବେଳେ ଖୁବ୍ ଜୋରରେ ପବନ ବହିଲା ଓ ମହମବତୀ ଲିଭି ଗଲା। ଏହା ଦେଖି ଧୂପକାଠି ନିଜ ପାଟି ଖୋଲିଲା ସାମାନ୍ୟ ପବନ ତୁମ ପ୍ରକାଶକୁ ସମାପ୍ତ କରିଦେଲା। ଅଥଚ ମୋ ସୁଗନ୍ଧ କୁ ଚାରି ଆଡେ ବିଛୁରିତ କରିଦେଲା। ଏହା ଶୁଣି ମହମବତୀ ଅପମାନିତ ମନେ କଲା। ଏଣୁ କେବେ ନିଜକୁ ବଡ ଭାବି ଗର୍ବ କରିବା ଏବଂ ଅନ୍ୟକୁ ନୀଚ ଦୃଷ୍ଟି ରେ ଦେଖିବା ଅନୁଚିତ। ଭଗବାନଙ୍କ ସୃଷ୍ଟିରେ ସମସ୍ତଙ୍କ ସ୍ଥାନ ସ୍ଵତନ୍ତ୍ର।


Rate this content
Log in

Similar oriya story from Action