kamal kumar dash

Romance Action Thriller

3  

kamal kumar dash

Romance Action Thriller

ଅଗରବତୀର ବାସ୍ନା

ଅଗରବତୀର ବାସ୍ନା

1 min
222


ମୁଁ ନିଜ ପୁରୁଣା ସହରକୁ ଫେରିଥାଏ ଅନେକ ଦିନ ପରେ । କିଛି ଦିନ ପାଇଁ ଏକ ଟ୍ରେନିଙ୍ଗ  ପ୍ରୋଗ୍ରାମରେ ଯୋଗଦେବାକୁ । ଏ ସହରରେ ମୋ ବାପା ଚାକିରୀ କରୁଥିଲେ ଓ ଆମ ପରିବାର ରହୁଥିଲା ଅନେକ ଦିନ ତଳେ । ମୋ ପାଠ ପଢା ସବୁ ଏଇ ସହରରେ ହୋଇଥିଲା । ଟ୍ରେନିଂ କଲେଜର ପହଁଚିବା ପରେ କିଛ ସମୟ ବିଶ୍ରାମ ନେଇ ସହର ବୁଲି ବାହାରିଲି l ଆମେ ରହୁଥିବା କଲୋନୀ ଅଳ୍ପ ଦୂରରେ ଥିଲା । ମୁଁ ଚାଲିଲି ସେ କଲୋନୀ ଆଡେ । ଏହା ଭିତରେ ୨୦ ବର୍ଷ ବିତି ଯାଇଥିଲା ଓ ମୋ ସହର ବହୁତ ବଦଳି ଯାଇଥିଲା ।  କଲୋନୀ ଚିହ୍ନି ହେଉନଥିଲା । ସେଠି ଜଣେ ଘର ପାଖ ମାଉସୀଙ୍କ ସହଦେଖା ହେଲା ,ସେ ଚିହ୍ନି ପାରିଲେ ଓ ବାପା ମା'ଙ୍କ କଥା ପଚାରିଲେ । କିଛି ସମୟ ତାଙ୍କ ସହ କଥା ହେବା ପରେ ମୁଁ ଆଗକୁ ବାହାରିଲି । ଗୋଟେ ଦୋକାନ ପାଖ ତୁଳସୀ ଚଉରାରେ ଅଗରବତୀ ଲାଗିଥିଲା ତାର ବାସ୍ନା ବହୁତ ସୁନ୍ଦର ଥିଲା । ମୁଁ ସେ ଦୋକାନୀକୁ ପଚାରି ସେଇ ଅଗରବତୀରର ଗୋଟେ ପ୍ୟାକେଟ କିଣିଲି । ମୋତେ ସେ ଅଗରବତୀର ବାସ୍ନା ସହ ଯୋଡି ହୋଇଥିବା କିଛି କଥା ମାନେ ପଡିଗଲା । ଦିନେ ଗୋଟେ  ରବିବାରରେ ଆମ ଘରେ କେହି ନଥିଲେ । ମୁଁ ମୋ ସାଙ୍ଗ ମାନଙ୍କୁ ମୋ ଘରକୁ ଆସିବାକୁ ଡାକିଲି ହେଲେ କେହି ଆସିଲେନି ଜଣଙ୍କ ଛଡ଼ା ।ସେ ହଷ୍ଟେଲରେ ରହୁଥିଲା ଓ ରବିବାର ସନ୍ଧ୍ୟାରେ ଆମ ଘର ପାଖ ଛକରେ ପହଂଚିବ ବୋଲି କହିଲା । ମୁଁ ଛକରେ ଠିଆ ହୋଇ ଥିଲି ,ସେ ବସ୍ ରୁ  ଓହ୍ଲାଇଲା ତାକୁ ଓ ତା ସାଙ୍ଗକୁ ଧରି ଆମ ଘରକୁ ଆସିଲି । ଆମ ଘରେ କିଛ ସମୟ ବସିଲୁ ଚାହା ପିଇଲୁ ଓ ଅନେକ କଥା ହେଲୁ । ତାପରେ ସନ୍ଧ୍ୟା ହୋଇଗଲା ସେ ତା ବ୍ୟାଗରୁ ଗୋଟେ ଅଗରବତୀ ବାହାର କଲା ଓ ହାତ ଗୋଡ଼ ଧୋଇ ଠାକୁରଙ୍କ ପାଖରେ ସେ ଅଗରବତୀ ଜଳାଇଲା ଓ ସମସ୍ତଙ୍କର ଶୁଭକାମନା କଲା । ସେଇ ଅଗରବତୀର ବାସ୍ନା ଆଜି ମୋର ମନେ ପଡିଗଲା ଏତେଦିନ ପରେ । ମୁଁ ସେଇ ଅଗରବତୀ ଜଳେଇ ବସିଥିଲି ସେଇ ସହରରେ ହେଲେ ସେ ସାଙ୍ଗ ନଥିଲା ,ଖାଲିଥିଲା ସେଦିନର ସ୍ମୃତି । 


Rate this content
Log in

Similar oriya story from Romance