STORYMIRROR

Jyotirmayee Panda

Drama Romance Tragedy

3  

Jyotirmayee Panda

Drama Romance Tragedy

ଅବୁଝା ଏ ମନ (ଭାଗ -୨୭)

ଅବୁଝା ଏ ମନ (ଭାଗ -୨୭)

2 mins
172

ରୋସନ୍ ଙ୍କ ମୁହଁରୁ ଏସବୁ ଶୁଣିବା ପରେ , ରାଜା ମଧ୍ୟ ନିଜର ମତ ଦେଇ ରୋମିଙ୍କୁ ପ୍ରଶ୍ନ କରିଛନ୍ତି , ଆଉ ତାଙ୍କ ତରଫରୁ ସବୁକିଛି କୁ ବୁଝେଇ କହିଛନ୍ତି ଯେ , ତୁମେ ୟାକୁ କୌଣସି ପ୍ରକାର ତୁମ ପାଇଁ ଥିବା କର୍ତ୍ତବ୍ୟ କି ଅନ୍ୟ ଅର୍ଥରେ ନେବ ନାହିଁ । ତୁମ ପାଇଁ ମୋର ଭଲ ପାଇବା ସେମିତି ଅଛି ଆଉ ରହିଥିବ ମଧ୍ୟ , ତୁମର ସମ୍ମତି ଯଦି ଅଛି ତେବେ କୁହ ମୁଁ ଘର ଲୋକଙ୍କ ସହିତ କଥା ହେଇ ପୂର୍ବପରି ସବୁକିଛି ଠିକ୍ କରିନେବି , ତୁମକୁ କିଛି ବି କରିବାକୁ ବା କହିବାକୁ ପଡ଼ିବ ନାହିଁ । ତୁମେ ସବୁକିଛି ମୋ ଉପରେ ବିଶ୍ୱାସ କରି ଛାଡ଼ି ପାରିବ ।


କୁହ ତେବେ କ'ଣ ତୁମେ ରାଜି କି ?? । କ'ଣ ତୁମ ସମ୍ମତି ନେଇ ଆମେ ଆଗକୁ ବଢ଼ି ପାରିବ କି ?? । କ'ଣ ପୁଣିଥରେ ଆମେ ଏକାଠି ନୂତନ ଜୀବନ ଆରମ୍ଭ କରିବା କି ?? । ଉତ୍ତରରେ ରୋମି କିଛି ସମୟ ଚୁପ୍ ରହିଥିଲେ ଏବଂ ଶେଷରେ ହଁ ରେ ନିଜର ମତ ଦେଇଥିଲେ । ଯାହାକୁ ଶୁଣି ସେଠି ସମସ୍ତେ ଖୁସି ହେଲେ । ଏବଂ ଚାରିଜଣ ବନ୍ଧୁ ସେଠୁ ବାହାରି ଅନ୍ୟତ୍ର ଏକ ସ୍ଥାନରେ ସେଇ ଖୁସିକୁ ପାଳନ କରିବାକୁ ବାହାରିଲେ । ରୋସନ୍ ଏବଂ ତାଙ୍କ ପତ୍ନୀ ଖାଇବା ଆଉ କେକ୍ ଅର୍ଡର୍ କଲେ , ଉଭୟ ରାଜା ଏବଂ ରୋମି କେକ୍ କାଟି ନିଜର ନୂତନ ଜୀବନକୁ ଏକାଠି ଆରମ୍ଭ କରିବା ପାଇଁ ସେଇଠି ଶପଥ ନେଲେ ।


ପରେ ପରେ ସମସ୍ତେ ଖୁସିରେ ଘରକୁ ଫେରିଥିଲେ , ଘରେ ପହଞ୍ଚିବା ପରେ ରାଜା କୌଣସି ପ୍ରକାରେ ସବୁକିଛି ବୁଝେଇ ନିଜର ମାତା ପିତାଙ୍କୁ ପୁନଃ ରାଜି କରେଇଲେ , ତା' ସହିତ ଫୋନ୍ ମାଧ୍ୟମରେ ରୋମିର ମାତାପିତାଙ୍କ ଅନୁମତି ମାଗିଥିଲେ , ଶେଷରେ ସମସ୍ତଙ୍କ ଇଚ୍ଛାକୁ ନେଇ ରାଜା ପରଦିନ ସକାଳେ ନିଜର ମାତାପିତାଙ୍କୁ ନେଇ ବାହାରି ପଡ଼ିଲେ ରୋମିଙ୍କ ଘରକୁ , ଘରେ ପହଞ୍ଚିବା ପରେ , ସମସ୍ତ କଥାବାର୍ତ୍ତା ସହିତ ବିବାହ ସ୍ଥିର ହେଲା । ପରେ ପରେ ସ୍ଥିର ହେଇଥିବା ତାରିଖରେ ଉଭୟ ରାଜା ଏବଂ ରୋମି ସମସ୍ତଙ୍କ ଆଶୀର୍ବାଦ ନେଇ ନିଜର ଦାମ୍ପତ୍ୟ ଜୀବନକୁ ଆରମ୍ଭ କରିଥିଲେ ।


                       ।। ସମାପ୍ତ ।।


କାହାଣୀର ନୈତିକତା :-

ସମ୍ପର୍କରେ ଆମର ବଡ଼ ଭୁଲ କ’ଣ ଆପଣ ଜାଣନ୍ତି କି ? ଯେତେବେଳେ ଆମେ କାହାକୁ ଭଲ ପାଇଥାଉ , ଆମେ ମଧ୍ୟ ଭଲ ଏବଂ ଭୁଲକୁ ପୃଥକ କରିବାକୁ ଭୁଲିଯାଉ । ଯଦିଓ ଆମେ ଆମର ପ୍ରିୟଜନଙ୍କ କଥା ପ୍ରାୟତଃ ସବୁବେଳେ ଶୁଣୁ , କିନ୍ତୁ ଆମେ ସେତେବେଳେ ସେମାନଙ୍କ କଥା ଶୁଣିବାକୁ ମଧ୍ୟ ପସନ୍ଦ କରି ନଥାଉ । ପ୍ରେମର ଏପରି ଆବରଣ ଆମ ଆଖିରେ ପଡେ ଯେ ଆମେ ଆମର ପିତାମାତାଙ୍କୁ ମଧ୍ୟ ମାନୁ ନଥାଉ । ଆମେ ଏପରିକି ଭୁଲିଯାଉ , ଯେଉଁ ପିତାମାତାମାନେ ବାଲ୍ୟକାଳରୁ ଯୌବନ ପର୍ଯ୍ୟନ୍ତ ଆମ ପାଦକୁ କଣ୍ଟା ମାଡିବାକୁ ଦେଇନଥିଲେ , ସେମାନେ ଆମ ବିଷୟରେ କିପରି ଖରାପ ଚିନ୍ତା କରି ପାରିବେ ।

ଏହା ବ୍ୟତୀତ, ଆମର ସମସ୍ୟାକୁ ଆମ ପରିବାର ସହିତ ଅଂଶୀଦାର ନକରି , ଆମେ ଫେସବୁକ୍ ପରି ସୋସିଆଲ୍ ନେଟୱାର୍କିଂ ସାଇଟକୁ ବ୍ୟବହାର କରୁ ଏବଂ ଅଜଣା ଲୋକଙ୍କ ସହିତ ଆମର ଯନ୍ତ୍ରଣା ଏବଂ ସମୟକୁ ବାଣ୍ଟୁ । ଯେଉଁଠିକି ଅନେକ ଅଜ୍ଞ ବ୍ୟକ୍ତି ଆମର ଏହି ଭୁଲଗୁଡ଼ିକର ଲାଭ ଉଠାନ୍ତି । ଯେପରି ଏ କାହାଣୀରେ ରାକେଶ ରୋମିଙ୍କର ଉଠାଇଥିଲେ । ତେଣୁ ଜୀବନରେ ସବୁବେଳେ ଭଲ ଏବଂ ଭୁଲ୍ ଭିତରେ ଥିବା ପାର୍ଥକ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ , କେବେ ବି ନିଜର ପିତାମାତାଙ୍କ ମନରେ କଷ୍ଟ ଦେଇ କିଛି ନିଷ୍ପତି ନିଅନ୍ତୁ ନାହିଁ । ଆଉ ନିଜର ଦୁଃଖକୁ ସବୁବେଳେ ପ୍ରଥମେ ଆତ୍ମୀୟ ଲୋକଙ୍କ ସହିତ ବାଣ୍ଟିବାରେ ସମୟ ଦିଅନ୍ତୁ ।



Rate this content
Log in

Similar oriya story from Drama