STORYMIRROR

Jyotirmayee Panda

Drama Romance Fantasy

4  

Jyotirmayee Panda

Drama Romance Fantasy

ଅବୁଝା ଏ ମନ (ଭାଗ -୧୫)

ଅବୁଝା ଏ ମନ (ଭାଗ -୧୫)

2 mins
279

ହେଲେ ଯେବେ ମୁଁ ଜାଣିଲି ଯେ ପ୍ରକୃତରେ ତମ ଦୁହିଁଙ୍କ ସଂପର୍କ ଟିକେ ବି ମଜବୁତ୍ ନୁହେଁ , ଆଉ ଉଭୟ ଉଭୟଙ୍କ ବିନା ରହି ପରୁଚ । ତେବେ ହିଁ ତୁମ କଥାକୁ ନେଇକି ମୁଁ କହିଥିଲି ଯେ ତୁମେ ରାଜାଙ୍କୁ ଛାଡ , ଏବଂ ମୁଁ ତୁମକୁ ଭଲପାଏ , ତୁମେ ମତେ ଗ୍ରହଣ କର । ଏଥିରୁ ତୁମେ ବେଶ୍ ବୁଝି ପାରୁଥିବ ଯେ କିଏ ତୁମ ପାଇଁ ବେଶୀ ଚିନ୍ତିତ, ଆଉ କିଏ ତୁମକୁ ବେଶୀ ଭଲ ପାଏ ।

ଏହିପରି ଏମିତି ଭାବରେ ବହୁ କଥା ଆଉ କାର୍ଯ୍ୟ ମାଧ୍ୟମରେ ରାକେଶ ପୁନର୍ବାର ରୋମିକୁ ତାଙ୍କ ପ୍ରେମର ଜାଲରେ ଛନ୍ଦି ପକାନ୍ତି | ଏବଂ ବର୍ତ୍ତମାନ ରୋମି ରାକେଶଙ୍କ ଏହି ଶବ୍ଦ ଶୁଣି ଭାବନ୍ତି , ଯଦି ପ୍ରକୃତରେ ମତେ ରାଜା ସେତିକି ଭଲ ପାଉ ନଥିବେ , ଯେତିକି କି ମତେ ରାକେଶ ପାଉଛନ୍ତି , ତେବେ ମୋର ଅବସ୍ଥା କ'ଣ ହେବ । ମତେ ଯଦି ବିବାହ ପରେ ପରେ ରାଜା ସବୁ କାର୍ଯ୍ୟକୁ ନେଇ ଅଙ୍କୁଶ ଲଗାନ୍ତି ତେବେ ମୁଁ ତ ତାଙ୍କ ସହିତ ଅଣନିଃଶ୍ୱାସୀ ହେଇଯିବି ।


କେମିତି ସମ୍ଭାଳି ରଖିବି ସେଇ ସଂପର୍କକୁ , ଆଉ କେମିତି ତାଙ୍କୁ ନେଇ ଆଗକୁ ବଢିବାର ସ୍ବପ୍ନ ଦେଖି ପାରିବି , ଏମିତି ଚିନ୍ତା କରି ଶେଷରେ ରୋମି ଭୟଭୀତ ହୋଇ ରାଜାଙ୍କୁ ଛାଡିବାକୁ ଏକ ଦୃଢ଼ ଇଚ୍ଛାଶକ୍ତି ନିଜ ଭିତରେ ଜାଗ୍ରତ କରନ୍ତି | ଏବଂ ରାକେଶଙ୍କୁ କୁହନ୍ତି ମୁଁ ବର୍ତ୍ତମାନ କ’ଣ କରିବି , ମୁଁ ରାଜାଙ୍କ ସହିତ ଥିବା ଏହି ସମ୍ପର୍କକୁ କିପରି ଭାଙ୍ଗିବି ? ଉତ୍ତରରେ ରାକେଶ କୁହନ୍ତି - "ବ୍ୟସ୍ତ ହୁଅ ନାହିଁ, ମୁଁ ତୁମକୁ କ’ଣ କରାଯିବା ଉଚିତ୍ ରହିବ , ସେ ବିଷୟରେ କହିବି | ତୁମର ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି | ମୁଁ ଯାହା କହୁଛି ତାହା ଜାରି ରଖ, ଠିକ୍ ଅଛି | ଏତିକି ଶୁଣି ରୋମି ରାକେଶଙ୍କ ହଁ ରେ ହଁ ମିଶେଇଥିଲେ ଆଉ ମୁଣ୍ଡ ହଲାଇ ହଁ ର ପ୍ରତିକ୍ରିୟା ଦେଇଥିଲେ ।

ଏସବୁ ପରେ ରାକେଶ ରୋମିଙ୍କୁ କହିଛନ୍ତି ଯେ ତୁମେ ଯାଇ ପିତାମାତାଙ୍କୁ ସ୍ପଷ୍ଟ ଭାବରେ କୁହ ଯେ ତୁମେ ରାଜାଙ୍କ ସହିତ ନୁହେଁ ବରଂ ମୋ ସହିତ ସଂପର୍କ ସ୍ଥାପନ କରିବାକୁ ଚାହୁଁଛ । ମୋତେ ବିବାହ କରିବାକୁ ଚାହୁଁଛ | ମୁଁ ତୁମର ପ୍ରେମ ରାଜା ନୁହେଁ | ଏତିକି ଶୁଣିବା ପରେ ରୋମି ସ୍ତବ୍ଧ ହୋଇଗଲେ । ସେ ପ୍ରଥମେ ରାକେଶଙ୍କର ଏପରି କଥାକୁ ନେଇ ବହୁତ ଡରି ଯାଇଥିଲେ , କିନ୍ତୁ ପରେ ରାକେଶଙ୍କ ବହୁ ମନାଇବାରେ ସେ ତାଙ୍କ ସହ ତାଙ୍କ କଥାରେ ରାଜି ହୋଇଥିଲେ । ଏବଂ ରାଜାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ତାଙ୍କ ମନରେ ସ୍ଥିର କଲେ | ପରେ ପରେ ଉଭୟ କିଛି ସମୟ ନିଜର ପ୍ରେମ ଭରା କଥାରେ ହଜି ଯାଇଥିଲେ , ଏବଂ କଥା ସମାପ୍ତ କରି ଫୋନ୍ ରଖିଥିଲେ ।


ଏପଟେ ପ୍ରାୟ ଦୁଇ ଦିନ ଧରି ରୋମି ଘରେ କେମିତି ପ୍ରେମ ସମ୍ପର୍କ କଥା ଜଣେଇବେ ସେ ବିଷୟରେ ଚନ୍ତିତ ଥିଲେ , କାରଣ ସେ ଭଲକି ଜାଣିଥିଲେ ଯେ ଘରେ ପ୍ରେମ ସମ୍ପର୍କକୁ କେବେ ବି ସ୍ୱୀକାର କରାଯିବ ନାହିଁ । ଯେଉଁଥି ପାଇଁ କି ସେ ପୂର୍ବରୁ ହିଁ ରାଜାଙ୍କ ସହିତ ଥିବା ସଂପର୍କକୁ ସାଧାରଣ ପ୍ରସ୍ତାବ ଦ୍ଵାରା ଗଢା ସଂପର୍କ ଭାବରେ ଦର୍ଶାଇ ଥିଲେ । ହେଲେ ଦ୍ଵିତୀୟ ଥର ପାଇଁ ସେସବୁ ତ ସମ୍ଭବ ନୁହେଁ । ତେବେ ସେ ଅନ୍ୟ କେଉଁ ଉପାୟ ମାଧ୍ୟମରେ ସବୁକିଛି ଠିକ୍ ଠାକ୍ କରି ପାରିବେ , ସେ ବିଷୟରେ ସେ ବହୁତ୍ ଚିନ୍ତାକଲେ ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama