ଅବୁଝା ଏ ମନ (ଭାଗ -୧୪)
ଅବୁଝା ଏ ମନ (ଭାଗ -୧୪)
ଆଜିର ଏ ଫୋନ୍ କଲ୍ ଆଉ ଦୁର୍ଘଟଣା ବୋଧେ ଆମ ଦୁଇ ମାସ ଧରି ଚାଲିଥିବା ମତାନ୍ତରକୁ କମେଇବା ପାଇଁ ଭଗବାନ୍ ସୃଷ୍ଟି କରିଛନ୍ତି । ଆଉ କିଛି ଦିନ ପରେ ଆମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ | ଆସ ଆଜିଠୁ ଆମେ ପୁରୁଣା ଅଭିଯୋଗକୁ ଭୁଲି ଆମର ନୂତନ ଏବଂ ସୁନ୍ଦର ଜୀବନ ଆରମ୍ଭ କରିବାରେ ଲାଗିବା | ମୁଁ ତୁମକୁ ଏତେ ଭଲ ପାଏ ଯେ , ମୁଁ ତୁମ ବିନା ବଞ୍ଚିବା ବିଷୟରେ ଚିନ୍ତା ମଧ୍ୟ କରିପାରିବି ନାହିଁ । ଏ କେତେଟା ମାସ ମନାନ୍ତର ମତାନ୍ତର ଭିତରେ କଟୁ ପଛକେ କିନ୍ତୁ ତମ ସହିତ ତ କଟିଚି , ବାଶ୍ ମୋ ଜୀବନରେ ବି ମୁଁ ଏତିକି ହିଁ ଚାହେଁ , ମନାନ୍ତର ମତାନ୍ତର ହେଉ ପଛକେ କିନ୍ତୁ ତୁମ ସହିତ ହେଉ , ତୁମକୁ ଛାଡିକି ନୁହେଁ । ଏତିକି କହିବା ପରେ ରାଜାଙ୍କ ଆଖି ଲୁହରେ ଭରିଯାଏ |
ସେହି ସମୟରେ, ରୋମିଙ୍କ ହୃଦୟ ମଧ୍ୟ ରାଜାଙ୍କ କଥାରେ ତରଳି ଯାଇଥିଲା ଏବଂ ସେ ପୁରୁଣା ଜିନିଷଗୁଡ଼ିକୁ ଭୁଲି ଯାଇ ରାଜାଙ୍କ ସହିତ ପୁଣିଥରେ ଜୀବନ ଆରମ୍ଭ କରିବାକୁ ରାଜି ହୋଇଥିଲେ | ଏବଂ ପରେ ରାଜା ମଧ୍ୟ ଖୁସିରେ ତାଙ୍କ ଘରକୁ ଫେରି ଯାଇଥିଲେ |
ହେଲେ ହଠାତ୍ କିଛି ସମୟ ପରେ ରାକେଶ କଲ୍ ମାଧ୍ୟମରେ ପୁଣି ଆସିଥିଲେ ଏବଂ ରାକେଶ ପୁରା କଥା ରୋମିଙ୍କୁ ପଚାରିଥିଲେ ଯେ ସେ କରିଥିବା କୌଶଳ ସଫଳ ହୋଇଛି କି ନାହିଁ | ଏଥିରେ, ରୋମି ରାକେଶଙ୍କୁ ସବୁ କଥାର ଉତ୍ତର ଦେଇଥିଲେ ଏବଂ କହିଥିଲେ ଯେ ମୁଁ ରାଜାଙ୍କୁ ବିବାହ କରିବାକୁ ଯାଉଛି , ସେ ମୋତେ ବହୁତ ଭଲ ପାଆନ୍ତି, ମୁଁ ତାଙ୍କୁ ପ୍ରତାରଣା କରିପାରିବି ନାହିଁ | ଏହା ଶୁଣି ରାକେଶ କହିଥିଲେ - " ରାଜା ତୁମକୁ ଯେତେ ଚାହିଁଲେ ବି , ସେ କେବେ ମୋ ଠାରୁ ଅଧିକ ତୁମକୁ ଭଲ ପାଇ ପାରିବେ ନାହିଁ | ମୁଁ ତୁମକୁ ମୋ ମନରୁ ଭଲପାଏ । ମୁଁ ତୁମ ପାଇଁ ଆଉ କିଛି ବି କରିପାରିବି | ମୁଁ ଦରକାର୍ ପଡ଼ିଲେ ଯେ କୌଣସି ସୀମାକୁ ଯାଇପାରିବି | ଯଦି ତୁମେ ମୋତେ ନ ମିଳିବ , ତେବେ ମୁଁ ମୋର ଜୀବନ ଦେଇ ଦେବି । "
ଆଉ ବାକି ରହିଲା , ରାଜାଙ୍କ ଭଲ ପାଇବା କଥା , ତୁମେ କୁହ ରୋମି ଆମେ ବି ତ ଏତେ ସମୟ ଧରି ଏକାଠି କଥା ହେଲେଣି କ'ଣ କେବେ ମୁଁ ତମ ପୋଷାକକୁ ନେଇକି କି କୌଣସି ଜିନିଷକୁ ନେଇକି କିଛି ରୋକ୍ ଠୋକ୍ କରିଚି , ବରଂ ମୁଁ କହିଛି ତମେ ଯାହା ପିନ୍ଧୁଚ ପିନ୍ଧ , ଯାହା କରୁଛ କର । କାରଣ ମୁଁ ତମର ଖୁସି ଚାହୁଁଚି , ହେଲେ ରାଜା ତୁମକୁ ସବୁଥିରେ ତାଗିଦ୍ ତ କରନ୍ତି । ତା' ସହିତ ଝଗଡା ହେଲେ କଥା ନ ହେଇ ରହି ମଧ୍ୟ ପାରନ୍ତି । ଯାହାକି ମୋ ସହିତ ସଂପର୍କ ସ୍ଥାପନରେ ତମେ କେବେ ବି ଅନୁଭବ କରି ନଥିବ । ତେଣୁ ତୁମେ ବେଶ୍ ଜାଣି ପାରୁଥିବ କିଏ ପ୍ରକୃତରେ ତୁମକୁ ଚାହୁଁଛି , ଆଉ କିଏ କେବଳ ତୁମକୁ ହାସଲ କରିବାକୁ ଚାହୁଁଚି ।
ମୋର ହାସଲ କରିବାର ମନ ନାହିଁ , ସେଇଟା ତମେ ଜାଣିଛ , ନଚେତ୍ ମୁଁ ତମ ସଂପର୍କକୁ କେବେ ବି ପ୍ରସୟ ଦେଇ ନଥାନ୍ତି । ତୁମର ମାନେ ଥିବ ମୁଁ ତୁମକୁ କହିଥିଲି ଯେ ମୁଁ ପୂର୍ବରୁ ହିଁ ମନେ ମନେ ତମକୁ ଭଲ ପାଉଥିଲି । ହେଲେ କିଛି ବି ଜଣେଇ ନଥିଲି , କାରଣ ମତେ ଲାଗୁଥିଲା ଯେ ତୁମେ ବୋଧେ ରାଜାଙ୍କୁ ଭଲ ପାଅ । ତେଣୁ ତୁମ ସଂପର୍କ ଭିତରେ ମୁଁ ପଶିବାକୁ ଚାହୁଁ ନଥିଲି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

