ଅଭୁଲା ମୁହୂର୍ତ୍ତ
ଅଭୁଲା ମୁହୂର୍ତ୍ତ
ମା କହିଲେ ଯେପରି ସକଳ ଧରିତ୍ରୀ କୁ ବୁଝାଇ ଥାଏ, ବାପା କହିଲେ ସମଗ୍ର ଗଗନ । ବାପା ଡାକ ରେ ସମାହିତ ଥାଏ ଧର୍ଯ୍ୟ, ଦମ୍ଭ, ଦୃଢ଼ତା ଓ ସ୍ୱାଭିମାନ । ଜୀବନ ର ଚଲାବାଟ ରେ ବାପା ଯେ ଆମ ପାଇଁ କେତେ ଯେ ଖୁସି କୁ ବଳି ଦେଇ ଆମ ଓଠ ରେ ଖୁସି ର ଲହରୀ ଖେଳାନ୍ତି ତାର କଳନା ନାହିଁ । ମା ଚତୁହପାଶ୍ୱରେ ଆମେ ସବୁବେଳେ ଘୁରୁବୁଲୁ ସେଥିପାଇଁ ତା ମନକଥା ସହଜ ରେ ବୁଝି ପାରୁ । କିନ୍ତୁ ବାପା ଘର ର ମେରୁଦଣ୍ଡ, ବଡ଼ ଗାମ୍ଭୀର୍ଯ୍ୟ ର ସହ କେତେ ଯେ ଦୁଃଖ କଷ୍ଟ କୁ ହସି ହସି ଆକଣ୍ଠ ପାନ କରିଦିଅନ୍ତି ନୀରବ ରେ ସନ୍ତାନ ର ଅଗୋଚର ରେ ।
ସେ ଦିନ ରାତ୍ରି ସମସ୍ତ ଙ୍କ ଖାଇବା ଥାଳି ପରସା ଯାଇଥାଏ । ବାପା, ଜେଜେ, ଦାଦା ସଭିଏଁ ଖାଇ ବସିଥାନ୍ତି
କିନ୍ତୁ ଖାଇବାରେ କାହାର ଧ୍ୟାନ ନାହିଁ ।ମହଲ ପୁରା ଗରମ କାରଣ ଘରର ସାନ ନାତୁଣୀ ସାଇକେଲ ଧରି
ଶିଖିବାକୁ ଚେଷ୍ଟା କରୁଛି । ଜେଜେ ପୁରା ରାଗରେ ଗରଗର ହୋଇ କହୁଥାନ୍ତି ଝିଅଟେ ସାଇକେଲ ଶିଖି କଣ କରିବ! ସାହିପାଡିଶାରେ ଲୋକହସା ହେବ
ନ କଣ । ଘର କରଣା ଶିଖୁ ତା ଭବିଷ୍ୟତ ରେ କାମରେ
ଆସିବ । ତାଙ୍କ ତାଳ ଦେଇ ଜେଜେମାଆ ବି କହିବାକୁ ଲାଗିଲା ସମାଜରେ ଆମ ନା ଖରାପ କରିବ ।
ଗୋଟିଏ ମଫସଲ ରେ ରହୁଥିବା ରକ୍ଷଣ ଶିଳ ପରିବାର
ଝିଅ ସୀମା । ନା ' ସିନା ତାର ସୀମା କିନ୍ତୁ ତା ସ୍ବପ୍ନ ଓ କଳ୍ପନା ର କୌଣସି ସୀମା ନାହିଁ । ଗାଁ ରେ କେବଳ ପ୍ରାଥମିକ ଶିକ୍ଷା ର ହିଁ ସୁଭିଧା ଥିଲା । ତେଣୁ ଗାଁ ର ଝିଅ
ମାନେ ପ୍ରାଥମିକ ଶିକ୍ଷା ପରେ ଘରକାମକୁ ଆଦରିନିଅନ୍ତି
। ଉଚ୍ଚ ଶିକ୍ଷା ପାଇଁ ଗାଁ ଠାରୁ ଚାରି କି. ମି ଜଙ୍ଗଲୀ ରାସ୍ତା ଦେଇ ଯିବାକୁ ପଡେ ଯାହାକି ବିନା ସାଇକେଲ ରେ ସମ୍ଭବ ନୁହେଁ ।
ଜେଜ ଙ୍କ ଗାଳି ଶୁଣି ନିରବ ଥାନ୍ତି ବାପା । କିଛି ସମୟ
ପରେ ଧୀର ସ୍ୱରେ କହିଲେ, ବାପା ମୁଁ ବୁଝେଇବି ତାକୁ
ଆପଣ ରାଗନ୍ତୁନି । ସୀମା ର ବାପା ଜଣେ ମଣିଷ ଗଢ଼ା କାରଖାନା ର ଜଣେ କର୍ମଚାରୀ । ଅର୍ଥାତ ଗାଁ ଠାରୁ ଦଶ କିମି ଦୂର ଏକ ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି । ସୀମା ର ଏପରି ଆଗ୍ରହ ଦେଖି ସେ ନିଜ ମନ ଭିତରେ ଥିବା ଉଚ୍ଚଭିଳାଷ ପୂରଣ ପୂର୍ବାନୁମାନ କଲେ ।
ସୀମା ଜେଜ ଙ୍କ ଗାଳି ଶୁଣି କାନ୍ଦି କାନ୍ଦି ତକିଆ କୁ ଜାବୁଡି ଧରି ସୋଇ ଥାଏ । କାହାର ସ୍ନେହ ବୋଳା ଡାକରେ ତା ନିଦ ଭାଙ୍ଗିଗଲା । ପାଖରେ ବସିଛନ୍ତି ବାପା ହାତରେ ସାଇକେଲ ଚାବି ଧରି । ବାପ ଝିଅ ଧୀରେ ଚାଲିଲୁ ପଡିଆକୁ । ବାପା କହିଲେ ସୀମା ମୁଁ ସାଇକେଲ
ଧରୁଛି ତୁ ଡରନି ସିଟ ଉପରେ ବସି ଶିଖ । ମୋ ମଧ୍ୟ୍ୟ ରେ ଯେପରି ସତ ସିଂହ ର ବଳ ସଞ୍ଚରି ଯାଇଥିଲା ।
ରାତ୍ରି ର ନିଷ୍ପଦତା ଆଉ ବାପା ଙ୍କ ମିଠା ମିଠା କଥା ଭରିଦେଉଥିଲା ଅଜଣା ସାହସ । ମୁଁ ଭାବି ବି ନଥିଲି ବାପା ସମାଜ ର ଆକ୍ଷେପ କୁ ଉପେକ୍ଷା କରି ତାକୁ ସହଯୋଗ
କରିବେ ବୋଲି ।
ସେହିସମୟରେ ମୋତେ ବୁଝେଇଥିଲେ ଏହା ସହ ପଢା ପଢ଼ିରେ ଯଥେଷ୍ଟ ଧ୍ୟାନ ଦେବାପାଇଁ । ମୁଁ ତୋ ସହ ଅଛି ।
ତାଙ୍କ ଠାଣୀ ବାଣୀ ରୁ ସ୍ପ୍ୱଷ୍ଟ ଜଣା ପଡୁଥିଲା ତାଙ୍କ
ଉଚ୍ଚ ଆକାଂକ୍ଷା । ଚିରଦିନ ଧରି ନାରୀ ର ଉଚ୍ଚ ଶିକ୍ଷା
ରେ ଯେଉଁ ବେଡି ପଡିଛି ତାଙ୍କ ଗ୍ରାମ ରେ ତାର ମୁକ୍ତି କାମୀ ଥିଲେ ସେ । ଯାହାର ଶୁଭଆରମ୍ଭ ମୋହ ଠାରୁ ହେବ ବୋଲି ସେ ଖୁବ ଖୁସି ଥିଲେ ।
ମୋ ମନବି ସତରେ ଗର୍ବିତ ହୋଉଥିଲା ମୋ ବାପା ପାଇଁ । ସବୁ ସନ୍ତାନ ଙ୍କ ପାଇଁ ନିଜ ପିତା ଆଦର୍ଶ ହୋଇଥାନ୍ତି
କିନ୍ତୁ ମୋ ବାପା କେବେଳ ମୋ ପାଇଁ ନୁହଁ ମୋପରି
ଅନେକ ଙ୍କ ପାଇଁ ବ୍ୟାକୁଳ ।
ଏହିପରି ଦିନ ବିତି ଚାଲେ । ସୀମା ସପ୍ତମ ଶ୍ରେଣୀ ରେ ପୁରା ଜିଲ୍ଲା ରେ ପ୍ରଥମ ହୁଏ । ଗୁରୁଜୀ ଆସି ଖୁସି ଖବର ଜାଣନ୍ତି ଜେଜଙ୍କୁ କୁହନ୍ତି :-
ଗୁରୁଜୀ :ଆପଣ ଙ୍କ ନାତୁଣୀ ସାରା ଗାଁ ର ଟେକ ରଖିଛି
ଜିଲ୍ଲା ରେ ପ୍ରଥମ ହୋଇ ।
ଜେଜ : ଏ ସବୁ ଆପଣଙ୍କ ଆଶ୍ରିବାଦ ।
ଗୁରୁଜୀ : ତାର ପ୍ରତିଭା କୁ ପରିପ୍ରକାଶ ର ସୁଯୋଗ କରନ୍ତୁ ଦେଖିବେ ଦିନେ ସେ ନିଶ୍ଚୟ ତୁମ ନାମ ଯଶ ରଖିବ
ସେଦିନ ସନ୍ଧ୍ୟା ବେଳ ଜେଜ କଣ ଭାବିଲେ କେଜାଣି ବାପା ଙ୍କୁ ଡାକି ମୋ ପାଇଁ ଗୋଟେ ସାଇକେଲ ଆଣିବାକୁ କହିଲେ । ଏ ସବୁସମ୍ଭବ ହେଲା ବାପା ଙ୍କ ଅତୁଳନୀୟ ସହଯୋଗ ଓ ଉପଦେଶ ପାଇଁ । ମୋ ମନ ର ତ ଖୁସି ର ସୀମା ନଥାଏ । କିନ୍ତୁ ମୋ ଠାରୁ ବି ସତ ଗୁଣ ଖୁସି ଥିଲା ଆଉ ଗୋଟିଏ ମନ ମୋ ବାପା । ବାପା ଙ୍କ ରାତି ରାତି ସାଇକେଲ ତାଲିମ କାମରେ ଆସିଲା ମୁଁ ସୁବିଧାରେ ସ୍କୁଲ ଯିବାଆସିବା କଲି ।
ମୋତେ ଦେଖି ଗ୍ରାମର ଅଧିକାଂଶ ଝିଅ ବାପା ମା
ମାନେ ଅନୁପ୍ରାଣିତ ହେଲେ । ପରିବର୍ତ୍ତନ ଧାରା ଧୀରେ
ପ୍ରସାରିତ ହେବାକୁ ଲାଗିଲା । ଗାଁ ର ଘରେ ଘରେ କର୍ମ ନିଯୁକ୍ତ ନାରୀ । ସୀମା ମଧ୍ୟ ବଡ଼ ସାହେବାଣି ହେଇଗଲାଣି । ସେ ଯେବେବି ଗାଁକୁ ଆସେ ସାଇକେଲ କୁ ଦେଖି ମନେପକାଏ ବାପାଙ୍କ ସହ ବିତେଇ ଥିବା ଅଭୁଲା ମୁହୂର୍ତ୍ତ ।
