STORYMIRROR

Manas Kumar

Fantasy

4  

Manas Kumar

Fantasy

ଅଭୁଲା ଅତୀତ ର ଅଭୁଲା ସ୍ମୃତି

ଅଭୁଲା ଅତୀତ ର ଅଭୁଲା ସ୍ମୃତି

2 mins
213

ଏ ସଂସାରରେ ସମସ୍ତେ ନିଜ ନିଜ ପଥରେ ଏକା ହିଁ ଚାଲିବାକୁ ହୁଏ, ତଥାପି ମଣିଷ ସଂପର୍କର ଛାଇ ଟିକେ ଖୋଜେ, ଯେମିତି ସାଙ୍ଗ, ଏକ ସମ୍ପର୍କ ର ପରିଭାଷା ଯାହା ସହ ସେ ତା' ଦୁଃଖ-ସୁଖ ରେ କିଛି ଅଂଶୀଦାର କରେ |

ମୋର ସ୍କୁଲ ସମୟ ର କଥା | ମୁଁ କେନ୍ଦୁଝର ଜିଲ୍ଲା ର କଳିଙ୍ଗ ନଗର ଉଚ୍ଚ ବିଦ୍ୟାଳୟ ରେ ପଢୁଥାଏ, ଆମର ଜଣେ ସାଙ୍ଗ ଥାଏ ଯାହାର ନାଁ ଅଶୋକ ଶୀ | ସେ ଗୋଟେ ଗରିବ ପରିବାର ରୁ ଆସିଥିଲା | ତା ବାପା ଜଣେ ଚାଷୀ ଆଉ ତାଙ୍କ ଗାଁ ରେ ସ୍କୁଲ ର ସୁବିଧା ନଥିବାରୁ ସେ କଳିଙ୍ଗ ନଗର ରେ ତା ମାମୁ ପାଖରେ ରହି ପାଠ ପଢୁଥାଏ | ପାଠ ପଢା ରେ ଭି ସେ ଏତେ ଭଲ ନଥିଲା |

ପଇସା ର ଅଭାବ ଯୋଗୁ ସେ ଟୁଇସନ ହୋଉ ନ ଥାଏ | ମୁଁ ଜାଣେନା ସେ କାହିଁକି ଅନ୍ୟ ମାନଙ୍କ ଠାରୁ ମୋତେ ଏକ ଭିନ୍ନ ନଜର ରେ ଦେଖୁଥିଲା କାରଣ ମୋତେ ସେ ବହୁ ସମୟ ତାର ସନ୍ଦେହ ପଚାରେ ଏବଂ ମୁଁ ମଧ୍ୟ ପାରୁ ପର୍ଯନ୍ତ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରେ | ନବମ ଶ୍ରେଣୀ ରେ ପଢିବା ବେଳେ ସେ ଦିନେ ତା ମନର କଥା କହିଲା ଯେ ସେ ଭି ସମସ୍ତଙ୍କ ପରି ଭଲ ପାଠ ପଢିବାକୁ ଚାହେଁ | ସେ ଭି ଟ୍ୟୁସନ ହେବାକୁ ଚାହେଁ କିନ୍ତୁ ତା ବାପା କି ତା ମା' ପଇସା ଦେଇପାରିବେନାହିଁ, ସେ ମୋତେ ବହୁତ ବାଧ୍ୟ କରିଥିଲା କିଛି ଉପାୟ ଦେବାକୁଆଉ ମୁଁ ତାକୁ କହିଥିଲି ସ୍କୁଲ ର ଜଣେ ଶିକ୍ଷକଙ୍କ ନାଁ ଆଉ କହିଲି ସେ ଯଦି ସନ୍ଧ୍ୟା ବେଳେ ଯାଇ ତାଙ୍କୁ ଦେଖା କରିବ ତା'ହେଲେ ସାର ତାକୁ ବିନା ମୂଲ୍ୟ ରେ ପଢ଼େଇବେ | ମୁଁ ତାକୁ ହୁଏତ ମଜାରେ କହିଥିଲି କିନ୍ତୁ ସେ ତାକୁ ସତ ମାନି ଠିକ ୫ ଟାରେ ଆମର ଜଣେ ସାରଙ୍କ ପାଖରେ ପହଂଚି  ଯାଇଥିଲା  ଯେଉଁଠିକି ମୁଁ ଭି ଟୁଇସନ ଯାଉଥିଲି | କିନ୍ତୁ ଅଶୋକ କୁ ଦେଖୁଦେଖୁ ଆମ ସାର ତାକୁ ବାହାରୁକୁ ଡାକି ନେଇ ତାକୁ ପଢ଼େଇବାକୁ ମନା କରିଦେଲେ ତାର କାରଣ ଥିଲା ତାଙ୍କ ଘରେ ଆଉ ଜାଗା ନଥିଲା ଆଉ ନୂଆ ପିଲା ବସିବା ପାଇଁ, କିନ୍ତୁ ବୋଧହୁଏ ଆମ ସାର ଜାଣି ସାରିଥିଲେ ଏ ପିଲାଟି ପଇସା ଦେଇପାରିବନି | ଏ କଥା ରେ ଅଶୋକ ମନଦୁଃଖରେ ଫେରିଯାଇଥିଲା 

ତା ପରଦିନ ସ୍କୁଲରେ ମୋତେ ସେ ସେଇ କଥା କହିଲା ଆଉ ତାର ଉଦାସ ମୁଁହ ଦେଖି ମୁଁ ନିଜ ଆଗରେ ନିଜେ ଛୋଟ ହେଇଯାଇଥିଲି କିନ୍ତୁ ସେଦିନ ତାକୁ ମୁଁ କିଛି କହି ପାରିନଥିଲି |

ତା ପର ବର୍ଷ ମାଟ୍ରିକ ପରୀକ୍ଷାରେ ସେ ଅକୃତ କାର୍ଯ୍ୟ ହେଲା ଏବଂ ସେ ତା ମାମୁଘର ଛାଡି ସବୁଦିନ ପାଇଁ ନିଜ ଘରକୁ ଚାଲିଗଲା | ଆଜକୁ ୨୫ ବର୍ଷ ହେଲା ତାର ଖବର ମୋ ପାଖରେ କିଛି ନାହିଁ | ମୁଁ ଜାଣିଚି ସେ ସମୟ ରେ ମୁଁ କିଛି କରି ପାରିନଥାନ୍ତି ତାରପାଠ ପଢା ବିଷୟରେ, କିନ୍ତୁ ଅତ୍ୟନ୍ତ ଗୋଟେ ଭୁଲ ଉପାୟ ଦେବାର ନଥିଲା ଯୋଉଥିପାଇଁ ସେ ବହୁ ଅପମାନିତ ବୋଧ କରିଥିଲା | ମୁଁ ଜାଣେନା ମୋ ସାଙ୍ଗ ଏବେ କୋଉଠି କିନ୍ତୁ ସେ ଯଦି ଭି ଏହି ଲେଖା ପଢୁଥିବ ତେବେ ବନ୍ଧୁତା ଦିବସ ଉପଲକ୍ଷେ ମୋର ସେ ପ୍ରିୟ ବନ୍ଧୁ କୁ ଭୁଲ ମାଗୁଛି ଆଉ ଏବେ ଭି ଏକ ପ୍ରଶ୍ନ ଉଙ୍କି ମାରେ ସତରେ କଣ ଗରିବ ପିଲାଙ୍କୁ ମାଗଣାରେ ବିଦ୍ୟାଦାନ ମନା ? ହୁଏତ ସେଦିନ ସେ ଟୁଇସନ ହେଇଥିଲେ ତାର ପରୀକ୍ଷା ରେ କିଛି ଭିନ୍ନ ଫଳ ହେଇଥାନ୍ତା...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy