ଆସ୍ତିକ୍ (ଭାଗ -୨୦)
ଆସ୍ତିକ୍ (ଭାଗ -୨୦)
ଦୂରରେ ଥାଇ ଏସବୁକୁ ଦେଖିଥାନ୍ତି ରାଘବ , ସେ ବୁଝିଯାଇଛନ୍ତି ଯେ , ବରଦାନର ପ୍ରଥମ ପ୍ରୟୋଗଟି ତାଙ୍କର ଫଳପ୍ରଦ ହେବ ନାହିଁ । ଏଭଳି ଆତ୍ମସ୍ୱାର୍ଥି ନାରୀର ବେଦନା ଦେଖି ସେ ଯେ କାହିଁକି ପୂର୍ବ ନିର୍ଦ୍ଧାରିତ ମୃତ୍ୟୁକୁ ଫେରାଇଥିଲେ , ସେ ସେଇଟା ଭାବି ଅନୁତପ୍ତ ଅଛନ୍ତି । ଏବଂ ସେ ନାରୀର ଏ ଚମତ୍କାର ଅଭିନୟ ନିକଟରେ ହାରି ଯାଇଛନ୍ତି ବୋଲି ଜାଣି ପାରିଛନ୍ତି । ଏଇଟା ମଧ୍ୟ ବୁଝି ପାରିଛନ୍ତି ଯେ , ଏ ଦୁନିଆ ହିଁ ସ୍ବାର୍ଥର , ଯଦି କିଏ କାହାକୁ ଏ ଦୁନିଆରେ ଖୋଜୁଛି ତେବେ ସେ ମଧ୍ୟ ସ୍ବାର୍ଥରେ ହିଁ ଖୋଜୁଛି । ପ୍ରଥମ ବରଦାନ ନିଷ୍ଫଳ ହେଇଚି ସତ କିନ୍ତୁ ତାଙ୍କୁ କିଛି ଶିକ୍ଷା ପ୍ରଦାନ କରିଛି । ସେ ସେଇ ଶିକ୍ଷାକୁ ନେଇକି ଆଗକୁ ବଢ଼ିଛନ୍ତି । ଏବଂ ଧ୍ୟାନର ସହିତ ପରବର୍ତ୍ତୀ ଦୁଇଟିର ପ୍ରୟୋଗ କରିବେ ବୋଲି ମନେ ମନେ ଚିନ୍ତା କରି ଯାଇଛନ୍ତି ।
ଏପଟେ ଯେହେତୁ ପତିଙ୍କୁ ସ୍ବାର୍ଥ ସହିତ ସେ ପତ୍ନୀଟି ଖୋଜିଛନ୍ତି , ତେଣୁ ସେ ପତି କିଛି ସମୟ ପରେ ଭାବନାରେ ପରିବର୍ତ୍ତିତ ହୋଇଯାଇଛନ୍ତି । ପତ୍ନୀ ଭାବିଚନ୍ତି ଯେ ସେ ମନେ ମନେ ହୁଏତ ପତିଙ୍କ ସହିତ ଏତେ ସମୟ ହେବ କଥା ହେଇଛନ୍ତି । ଯାହାକି ପ୍ରକୃତ ରହସ୍ୟକୁ ସେ ପତ୍ନୀଟି ବୁଝି ପାରି ନାହାଁନ୍ତି ।
ପରେ ପରେ ରାଘବ ନିଜ ଗୃହରେ ଯାଇ ପ୍ରବେଶ କରିଛନ୍ତି । ଏବଂ ନିଜ କାର୍ଯ୍ୟରେ ଲାଗିଯାଇଛନ୍ତି । ଭୋଜନ ସମୟ ନିକଟ ହେତୁ ପତ୍ନୀ ସବିତା , ରାଘବଙ୍କୁ ଖାଇବା ପାଇଁ ଡାକିଛନ୍ତି , ପରେ ରାଘବ ନିଜର କାମକୁ ସମ୍ପୂର୍ଣ୍ଣ କରି ଖାଇବାକୁ ଯାଇଛନ୍ତି , ଖାଇବା ସମୟରେ ହଠାତ୍ ରାଘବ ସେଇ ପତି , ପତ୍ନୀଙ୍କ କଥୋପକଥନ ବିଷୟରେ ସ୍ମରଣ କରିନେଇଛନ୍ତି । ଯେଉଁଥି ପାଇଁ ସେ ହଠାତ୍ ହସି ପକାଇଛନ୍ତି , ଯାହା ଦେଖି ପତ୍ନୀ ସବିତା ତାଙ୍କୁ ପ୍ରଶ୍ନ କରିଛନ୍ତି , ଉତ୍ତରରେ ରାଘବ ନୀରବ ରହିଛନ୍ତି , କିନ୍ତୁ ଯେହେତୁ ପତ୍ନୀ ମାନେ ନାରୀ , ନାରୀ ତ ସବୁବେଳେ ଗୋଟେ କଥାକୁ ଅଧାରୁ ଜାଣି ସନ୍ତୁଷ୍ଟି ରହି ପାରିବେ ନାହିଁ । ସେମାନେ ଖୋଜି ବୁଲିବେ ସଂପୂର୍ଣ୍ଣ ଉତ୍ତର ଜାଣିବା ପାଇଁ । ତେଣୁ ସବିତା ବାରମ୍ବାର ପ୍ରଶ୍ନ ପଚାରି ଚାଲିଛନ୍ତି । ସେଇଠି ରାଘବ ପୂର୍ବ ପରି ଅନ୍ୟ କିଛିର ବାହାନା ଦେଖାଇ ପତ୍ନୀ ସବିତାଙ୍କୁ କଥାରେ ଛନ୍ଦି ଭୁଲେଇ ଦେଇଛନ୍ତି । ଯେଉଁଟାର କି ଟିକେ ବି ସୁରାଗ ପତ୍ନୀ ସବିତାଙ୍କୁ ହୋଇନାହିଁ । ତେବେ ବେଶ୍ ଭଲରେ ଖିଆପିଆ ସରିଛି । ଏବଂ ଉଭୟ ରାତ୍ରରେ ବିଶ୍ରାମ ନେବାକୁ ନିଜର କକ୍ଷକୁ ଯାଇଛନ୍ତି । ପରେ ପରେ ଉଭୟ ନିଘୋର ନିଦରେ ଶୋଇଯାଇଛନ୍ତି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।
