Anita Jena

Abstract Fantasy Inspirational

3  

Anita Jena

Abstract Fantasy Inspirational

ଆଶା

ଆଶା

3 mins
247



ରୋହିତ ପନ୍ଦର ବର୍ଷ ର ପିଲା ଟିଏ, ବାପା ମା ଙ୍କ ର ଗୋଟିଏ ବୋଲି ପୁଅ, ଦଶମ ଶ୍ରେଣୀ ରେ ପଢେ ।

ସବୁଦିନ ରୋହିତ ସନ୍ଧ୍ୟା ରୁ ଟିୟୁସନ୍ ଯାଏ ଆଉ ଘରକୁ ଫେରେ ରାତି ପ୍ରାୟ ନଅ ଟା ପାଖା ପାଖି । ରୋହିତ ସାଙ୍ଗ ରେ ଆଉ କିଛି ପିଲା ବି ଯାନ୍ତି , ହେଲେ ରୋହିତ ଯାଉଥିବା ଗଳି ରୁ କେବଳ ରୋହିତ ହିଁ ଏକା ଯାଏ । ରୋହିତ ଯେତେବେଳେ ଘରକୁ ଫେରେ ସେ ଗୋଟିଏ ଅପନ୍ତରା ଗଳି ଦେଇ ଘରକୁ ଫେରେ, ସେଇ ଘରେ ଅବହେଳିତ ଆଉ ଆଦିବାସୀ ଲୋକ ରୁହନ୍ତି । ତାଙ୍କ ପିଲା ମାନେ ସବୁ ରାସ୍ତା ରେ ରାତି ସାରା ଚଲାବୁଲା କରନ୍ତି । ରୋହିତ ତାଙ୍କୁ ସବୁବେଳେ ଦେଖେ ସେ ଗଳି ରେ ରହୁଥିବା ପିଲା ମାନଙ୍କୁ । ନା ଥାଏ ତାଙ୍କ ପାଖରେ ପଢ଼ିବା ପାଇଁ ବହି ପତ୍ର ନା ସେ ଯାନ୍ତି ସ୍କୁଲ୍ । ନା ଥାଏ ପୋଷାକ ରେ ଭଲ ମନ୍ଦ ର ବାଛ ବିଚାର, ନା ସେମାନେ ଲୋଡ଼ନ୍ତି ବିଛଣା ଚାଦର । ରୋହିତ ଟିୟୁସନ୍ ଫେରିବା ବେଳକୁ ଅନେକ ଜଣ ସେ ରାସ୍ତା କଡ ରେ ଶୋଇ ବି ସାରି ଥାନ୍ତି । ରୋହିତ ର ଭାରି ମନ ଦୁଃଖ ହୁଏ ଯେତେବେଳେ ସେ ଫେରିବା ବାଟ ରେ ବୃଦ୍ଧା ଲୋକ ଙ୍କୁ ଶୀତ ରେ ଥରୁ ଥିବାର ଦେଖେ, ଆଉ ପିଲା ମାନଙ୍କୁ କାନ୍ଦୁ ଥିବାର ଦେଖେ । 

  ଦିନେ ସେ ଫେରୁଥାଏ ଘରକୁ , ରାତି ନଅଟା ପାଖ ପାଖି, ସେ ଆଦିବାସୀ ଲୋକ ଙ୍କୁ ଭିତରୁ ପ୍ରାୟତଃ ସମସ୍ତେ ଶୋଇ ପଡିଲେଣି । ଆଉ ହାତ ଗଣତି କେତେ ଜଣ ବାହାରେ ବୁଲୁଛନ୍ତି । ତାର ନଜର ରେ ପଡ଼ିଲା ସାତ କି ଆଠ ବର୍ଷ ର ପୁଅ ଟିଏ, ଦେହ ଫୁଙ୍ଗୁଳା ଦଉଡ଼ି ଯାଇ ନର୍ଦ୍ଦମା ନାଳି ରୁ ଭାସି ଯାଇଥିବା ଗୋଟିଏ ଜରି କୁ ଟାଣି ଆଣିଲା ଆଉ ତାକୁ ଖୋଲି ଦେଇ ତା ଭିତରୁ କିଛି ଆଣି ଖାଇବାକୁ ଲାଗିଲା । ରୋହିତ ସାଙ୍ଗରେ ଯାଉଥିବା କିଛି ପିଲା ଯିଏ କି ସେଇ ଗଳି ରୁ ବାଟ ଭାଙ୍ଗି ଅଲଗା ଜାଗା କୁ ଯାନ୍ତି ସେମାନେ ପିଲା ଟି କୁ ଛିଃ ଛିଃ କହି ଯାଉଥାନ୍ତି ହେଲେ କାହିଁକି କେଜାଣି ରୋହିତ ର ପାଦ ସେଇଠି ଅଟକି ଗଲା, ଦଉଡ଼ି ଯାଇ ସେ ପିଲା ଟି ହାତ ରୁ ଜରି କୁ ଫୋପାଡି ଦେଲା , ଆଉ ସେଇ ଟିକି ଆଲୁଅ ର ଇଲାକା ରେ ଥିବା ଗୋଟିଏ ଛୋଟ ଦୋକାନ ରୁ କିଣି ଆଣିଲା ଗୋଟିଏ ବଡ଼ ବିସ୍କୁଟ ପ୍ୟାକେଟ ଆଉ ବଢେଇ ଦେଲା ପିଲା ଟି ଆଡକୁ । ପିଲା ଟି ଜମା ବି ରୋହିତ ର ହାତ ରୁ ବିସ୍କୁଟ କୁ ନେଉ ନ ଥିଲା । ସେ ଭୋକ ଉପାସରେ ଥାଇ ବି ଦଉଡ଼ି ଗଲା ନିଜ ମା ପାଖକୁ ଆଉ ତା ହାତ ଧରି ନେଇ ଆସିଲା ରୋହିତ ପାଖକୁ । ରୋହିତ ଠିକ୍।ବୁଝି ପାରିଲା ସେ ତାର ମା ର ଅନୁମତି ଚାହୁଁଛି , ତା ମା ଙ୍କ କହିବା ଅନୁସାରେ ହିଁ ସେ ମୋ ହାତ ରୁ ବିସ୍କୁଟ ନେବ । ପିଲା ଟି ର ମା ରୋହିତ ସହିତ କଥା ହେଇ କହିଲେ - ତୁମକୁ ଅଶେଷ ଅଶେଷ ଧନ୍ୟବାଦ୍ ପୁଅ , ଭଗବାନ୍ ତୁମ ର ମଙ୍ଗଳ କରନ୍ତୁ । ରୋହିତ ପିଲା ଟି କୁ କହିଲା ସେ ଯେଉଁ ଜରି ରୁ ତୁ ଖାଇବା ଆଣି ଖାଇଲୁ ସେ ସବୁ ଅସନା ଜିନିଷ । ତାକୁ ଖାଇଲେ ତୋର ଦେହ ଖରାପ ହବ । ପିଲା ଟି ର ମା କହିଲେ ବାପା ରେ ସେ କଣ ଜାଣେ ? ଆମେ ଖାଇବା ପିଇବା କୁ ନେଇ ବାଛ ବିଚାର କରୁ ନାହିଁ କାହିଁକି ନା ଗଣ୍ଡିଏ ଭାତ ବି ଆମକୁ ବହୁତ୍ କଷ୍ଟ ରେ ମିଳେ । ସେ ବା କାହୁଁ ବୁଝିବ ଏ ଭଲ ଜିନିଷ ଆଉ କିଏ ଖରାପ ଜିନିଷ । ଏଇ ଛୋଟ ଆଲୁଅ ର ଇଲାକା ରେ ରହି ଯେତିକି ଯାହା ମିଳେ ସେଥିରେ ଚଳି ଯାଉ । ପୁଅ ଟା ମୋର ଦି ଦିନ ହେବ ଖାଇ ନ ଥିଲା, ଭୋକ ରେ ରହିଯିବ ପଛେ ସେ ହେଲେ କାହା ଆଗରେ ହାତ ପତେଇ ଟଙ୍କା ଟିଏ ମାଗିବ ନାହିଁ । 

  ରୋହିତ ସେଦିନ ଘରକୁ ଫେରି ମନେ ମନେ ଭାବି ବସିଲା ସତରେ ସେ ଇଲାକା ରେ ରହୁଥିବା କେତେ କଷ୍ଟ ରେ ରହୁଛନ୍ତି । ଆମେ ଖାଇବା ଫୋପାଡି ଦେଉଛେ ଆଉ ତାଙ୍କୁ ଭଲ ଖାଇବା ବି ଟିକେ ମିଳୁ ନାହିଁ । କିଛି ଦିନ ପିନ୍ଧି ଦେଲେ ଆମ ଡ୍ରେସ୍ ପୁରୁଣା ହେଇ ଯାଉଛି ଆଉ ସେମାନେ ଚିରା ଫଟା କନା କୁ ନିଜର ପୋଷାକ କରି ପିନ୍ଧୁଛନ୍ତି । ଭଗବାନ୍ ଙ୍କ ସୃଷ୍ଟି ବି କେଡେ ବିଚିତ୍ର । କାହାକୁ କୋଉଠି ରଖନ୍ତି କେବଳ ସେ ହିଁ ଜାଣନ୍ତି । 

  ରୋହିତ ସେଦିନ ଖାଇବା ବେଳେ ବାପା ମା ଙ୍କୁ ସବୁ କଥା କହି ବସିଲା ଆଉ ତା ପରଦିନ ନିଜର କିଛି ଗରମ ପୋଷାକ ନେଇ କିଛି ପିଲା ଙ୍କୁ ଦେଇ ଆସିଲା ଆଉ ବାପା ଙ୍କୁ କହି ଗୋଟିଏ ବିସ୍କୁଟ ପ୍ୟାକେଟ ଆଣି ବାଣ୍ଟି ଦେଇଆସିଲା ଆଉ ଭାବିଲା ଏଇ ବିସ୍କୁଟ ଖଣ୍ଡକ ସିନା ତାଙ୍କର ରାତି କ ର ପେଟ ପୁରା କରିଦେବ ହେଲେ ଆଉ ସବୁଦିନ ସେ କଣ କରିବେ ??? ପ୍ରତିଦିନ ଭଳି ତାଙ୍କୁ ସେମିତି ବଞ୍ଚିବାକୁ ପଡ଼ିବ ନିଜ ଭାଗ୍ୟ କୁ ନେଇ । ହୁଏତ ଯଦି ଏ ପିଲା ମାନେ ପାଠ ପଢି ପାରନ୍ତେ ତାହେଲେ ତାଙ୍କର ଆଗାମୀ ଜୀବନ ବଦଳି ଯାଇ ପାରନ୍ତା। ଏହା ହିଁ କେବଳ ଗୋଟିଏ ଆଶା । । । । 




Rate this content
Log in

Similar oriya story from Abstract