Jyotirmayee Panda

Drama Romance Fantasy

4  

Jyotirmayee Panda

Drama Romance Fantasy

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୫)

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୫)

5 mins
384


ଏକଥା ଶୁଣି ସେମାନଙ୍କ ଭିତରେ ଜଣେ କହିଛି, ଏମିତି କହିବା ଠିକ୍ ହେଉନି ତୋର, ସେମାନେ ଉଭୟ ଏବେ ନିଜର ଅତୀତକୁ ଭୂଲି ବହୁତ୍ ଆଗକୁ ଚାଲି ଯାଇଛନ୍ତି । ପୁଣି ପଛକୁ ଫେରିବା ତାଙ୍କ ପାଇଁ ସମ୍ଭବ ନୁହେଁ , ଏକଥା ତାଙ୍କୁ ବି ଜଣା ଅଛି। ତେବେ ଯଦି ବି ସେମାନେ ଏକାଠି ଥିବେ , ନିହାତି ଏମିତି ବି ହେଇପାରେ କିଛି ଅସୁବିଧାରେ ପଡ଼ିକି ହିଁ ରହିଥିବେ । ଯାହା ଉପରେ ଯାହା ବିତିଛି ସେଇଟା ସେ ହିଁ ଜାଣିଚି । ତେଣୁ ଆମକୁ ତାଙ୍କୁ ଖୋଜିବାକୁ ପଡିବ , ନା କି ଏ ପରିସ୍ଥିତିରେ ତାଙ୍କ ବିଷୟରେ ଖରାପ୍ ଖରାପ୍ ଚର୍ଚ୍ଚା କରିବାଟା ଆମର ଠିକ୍ ରହିବ।

ଏମିତି କୁହାକୁହି ହେଇ ସମସ୍ତେ ଏ ଦୁହିଁଙ୍କୁ ଖୋଜିବାରେ ଲାଗିଲେ । ଆଉ ଏପଟେ ପ୍ରିୟାଙ୍କ ଘରୁ ବାରଂବାର ଫୋନ୍ ଆସିବାକୁ ନେଇକି ସାଙ୍ଗମାନେ ଭାବିଲେ କି ଏବେ ପାଇଁ ହୁଏତ କିଛି ମିଛ କହି ଆମେ ଲୁଚେଇ ପାରିବା , ଆଯୋଥା କାଇଁ ଚିନ୍ତା ଭିତରେ ରଖିବା ତାଙ୍କୁ , ତେବେ ବନ୍ଧୁଙ୍କ ମଧ୍ୟରୁ ଜଣେ ପ୍ରିୟାର ସ୍ଵରରେ ହାଲୋ ହାଲୋ କହି ଫୋନ୍ କୁ କାଟିଦେଲେ ଆଉ ମେସେଜ୍ ମାଧ୍ୟମରେ ଜଣେଇ ଦେଲେ ଯେ ଏଠାରେ ନେଟୱର୍କ କାମ ଦେଉ ନଥିବାରୁ ମୁଁ ହୋଟେଲ୍ ଯିବା ପରେ ହିଁ କଲ୍ କରିବି । ସେବେ ଯାଏଁ ମେସେଜ୍ ରେ ଯାହା କହିବା କଥା ଜଣେଇ ଦେଇ ପାରିବେ ।

ଏ ମେସେଜ୍ କୁ ନେଇ ଘରେ ବି ବୁଝିଗଲେ ଯେ ହଁ ପ୍ରିୟା ଭଲରେ ଅଛି କିନ୍ତୁ ସେଠାରେ ନେଟୱର୍କ ର ଅସୁବିଧା ହେତୁ ସେ କଥା ହେଇ ପାରୁନି । ତେଣୁ ମେସେଜ୍ ମାଧ୍ୟମରେ ଖବର ଦେଇଚି। ହେଲେ ଏମିତି ବା କେତେଦିନ ଚାଲିବ ?? ଦିନେ ନା ଦିନେ ତ ସତ ଜଣା ହିଁ ପଡ଼ିବ । ଆଉ ଯଦି ପ୍ରିୟା, ପ୍ରେମ୍ ଙ୍କ ଖବର ନ ମିଳିବା ପୂର୍ବରୁ ସବୁ ସତ ସତ ଜଣା ପଡ଼ିଯାଏ ପ୍ରିୟାର ପରିବାରକୁ ତେବେ କଣ ଯେ ହବ କିଛି କହି ହେଉନି । ଏବେ ଯାହା ଭଗବାନ୍ ଭରଷା କେମିତି କେଜାଣି ସେ ଦୁହିଁଙ୍କ ସନ୍ଧାନ ହେଲେ ମିଳିଯାଉ ।

ଏମିତି ଖୋଜାଖୋଜି ଭିତରେ ବିତି ଯାଇଥାଏ ପ୍ରାୟ ପାଞ୍ଚ ଛଅ ଦିନ , ସମସ୍ତେ ଆଉ କାଳ ବିଳମ୍ୱ ନକରି ସେଠାକାର ପୋଲିସ୍ ଷ୍ଟେସନ୍ ରେ ଖବର ଦେବାରେ ଲାଗି ଯାଆନ୍ତି । ଆଉ ପୋଲିସ୍ ର ଗୋଟେ ଟିମ୍ ଆସି ସେଠାକାର ପାଖାପାଖି ସବୁ ସ୍ଥାନରେ ସନ୍ଧାନ ପାଇଁ ଲାଗି ଯାଇଥାଏ । ହେଲେ ଦୁଃଖର କଥା ଏବେଯାଏଁ କିଛି ବି ଖବର ମିଳୁ ନଥାଏ , ଏପଟେ ପ୍ରିୟାର ଫୋନ୍ କୁ ଘର ଲୋକଙ୍କ ମେସେଜ୍ ପରେ ମେସେଜ୍ ଆଉ କଲ୍ ପରେ କଲ୍ କେତେବା ମିଛ କହି ହେବ , ସତ ତ ଜଣା ହିଁ ପଡ଼ିବ।

ବାଧ୍ୟ ହୋଇ ଶେଷରେ ସତକଥା ପ୍ରକାଶ କରିଥିଲେ ସାଙ୍ଗମାନେ, ଯାହାକୁ ଶୁଣି ବ୍ୟସ୍ତ ହେଇ ପଡିଥିଲେ ପ୍ରିୟାଙ୍କ ଘରଲୋକେ , ଆଶ୍ଚର୍ୟ୍ଯ ହେଇଥିଲେ ପ୍ରାୟ ପାଞ୍ଚ ଛଅ ଦିନ ହେବ ତାଙ୍କୁ ମିଛ କୁହା ଯାଉଚିକୁ ନେଇକି , ହେଲେ ପ୍ରିୟାଙ୍କ ବନ୍ଧୁ ଯିଏ କି ଫୋନ୍ ରେ ପ୍ରିୟାଙ୍କ ଘରଲୋକଙ୍କ ସହିତ କଥା ହେଉଥିଲେ , ସିଏ ସବୁ ବୁଝେଇ କହିଥିଲେ ଯେ ଆମେ ଭାବିଥିଲୁ ହୁଏତ ଏ ପାଖକୁ କୁଆଡେ ଯାଇଥିବେ ଆସିଯିବେ । ତେଣୁ କାହିଁକି ଆଯୋଥା ଚିନ୍ତା ଦେବୁ ଭାବି ଜଣେଇ ନଥିଲୁ । କିନ୍ତୁ ବହୁତ୍ ଖୋଜାଖୋଜି ପରେ ପୋଲିସ୍ ଙ୍କୁ ଜଣେଇବା ପରେ ବି କୋଉଠି କିଛି ପତା ମିଳୁନି । ତ ଆଉ କେତେ ବି ମିଛ କହିବୁ ଭାବି ଜଣେଇ ଦେଲୁ । ଉତ୍ତରରେ ପ୍ରିୟାଙ୍କ ପରିବାର ଭିତରୁ ଫୋନ୍ ଉଠେଇଥିବା ମଣିଷ ଜଣଙ୍କ (ପ୍ରଣବ) କହିଲେ , ଠିକ୍ ଅଛି ମୁଁ ଯାଇକି ପହଞ୍ଚୁଛି ସେଠି , ଯେତେ ଟଙ୍କା ଲାଗୁ ପଛକେ ମୁଁ ଦେବି କିନ୍ତୁ ମତେ ପ୍ରିୟା ଦରକାର୍ । ଆହୁରି ପୋଲିସ୍ ଟିମ୍ ଲଗାଯାଉ ଏବଂ ପ୍ରିୟାଙ୍କୁ ଚାରିଆଡ଼େ ଖୋଜା ଯାଉ ।

ସେପଟେ ତ ଅନୁସନ୍ଧାନ ଚାଲିଥାଏ ଆଉ ଏପଟେ , ପ୍ରିୟା ଏବଂ ପ୍ରେମ୍ ଟାପୁରେ ରହିବାର ଯେମିତି ଅଭ୍ୟାସରେ ପଡ଼ି ଯାଆନ୍ତି । ଆଶା ତ ରଖିଛନ୍ତି ଯେମିତି କେହି ଟିକେ ଆସି ତାଙ୍କୁ ସେଠାରୁ ଉଦ୍ଧାର କରୁ ବୋଲି । ହେଲେ ପ୍ରକୃତରେ ପ୍ରାୟ ପାଞ୍ଚ ଛଅ ଦିନ ହେବ ପ୍ରଯୁକ୍ତି ବିଦ୍ୟା ବା ପ୍ରୟୋଗ ବିଜ୍ଞାନର ବିନା ବ୍ୟବହାରରେ ପ୍ରକୃତିକୁ ଭର୍ ପୁର୍ ଉପଭୋଗ କରିଥିବାରୁ ନିଜ ନିଜ ଭିତରେ ହଜି ଯାଇଥିବାରୁ ସେ ଯେମିତି ଅତୀତକୁ ଫେରି ଯାଇଛନ୍ତି । ପୁରୁଣା କଥାରେ ହଜିଯାଇଛନ୍ତି । ଏମିତି ନୁହେଁ କି ଉଭୟ ନିଜର ମର୍ଯ୍ୟାଦାକୁ ଭୁଲି ଆଗକୁ ବାଢିଛନ୍ତି । କିନ୍ତୁ ତଥାପି କୋଉଠି ନା କୋଉଠି ଉଭୟ ଉଭୟଙ୍କୁ ଆକର୍ଷିତ କରୁଛନ୍ତି , ଉଭୟଙ୍କ ଭିତରେ ଲୁଚି ରହିଥିବା ଉଭୟଙ୍କ ପ୍ରତି ପ୍ରଚୁର ଭଲପାଇବାକୁ ଯେମିତି ଆଉ କେହିବି କ୍ରୋଧର ଆବରଣ ଦେଇ ଲୁଚେଇ ପାରୁ ନାହାନ୍ତି।

ଉଭୟ ଉଭୟଙ୍କ ପାଇଁ ସଯତ୍ନ ରହୁଛନ୍ତି , ଉଭୟଙ୍କ ପାଇଁ ଟିକେ ଟିକେରେ ଚିନ୍ତା କରୁଛନ୍ତି । ଆଉ ମଝିରେ ମଝିରେ ଛୋଟ ମୋଟ ଚିଡା ଚିଡି ନୋକ୍ ଝୋକ୍ ଆଉ ମାନ ଅଭିମାନ ବେଶ୍ ହସି ଖୁସିରେ ସମୟ କଟେଇ ଦେଉଛନ୍ତି । ତେବେ ଏସବୁ ଭିତରେ ବିତିଯାଇଛି ପ୍ରାୟ ସାତ ଦିନ , ଆଉ ହେଇଯାଇଛି ଅଷ୍ଟମ ଦିନ । ଅଷ୍ଟମ ଦିନରେ ଆସି ପହଂଚିଛନ୍ତି ପ୍ରଣବ , ପ୍ରିୟାଙ୍କ ସନ୍ଧାନକୁ ନେଇ କଥାବାର୍ତ୍ତା କରିଛନ୍ତି ସେ ପୋଲିସ୍ ଟିମ୍ ଙ୍କ ସାଙ୍ଗରେ । ଜାଣିବାକୁ ପାଇଛନ୍ତି ଯେ ପ୍ରାୟ ଆଖ ପାଖ ସବୁ ଜାଗା ଖୋଜାଖୋଜି ସରି ଯାଇଛି ।

ହେଲେ ସମୁଦ୍ର ସେପଟ ପାର୍ଶ୍ୱରେ ଗୋଟେ ଟାପୁଟେ ଅଛି । ସମ୍ଭବତଃ ଯଦି ସେପଟେ ହୁଏତ ପ୍ରିୟାଙ୍କ ସହିତ ପ୍ରେମ୍ ଙ୍କର ବି ସନ୍ଧାନ ମିଳିପାରେ , ନହେଲେ ତାଙ୍କ ଭିତରୁ ଜଣଙ୍କର ମିଳିପାରେ , ଅଥବା ଆଉ କିଛି କହି ହେବନି ଯଦି ସେଠାରେ ନ ମିଳେ ତେବେ ନିଶ୍ଚିନ୍ତ ମାନି ନେବାକୁ ପଡ଼ିବ ଯେ ଉଭୟ ଆଉ ଏ ଦୁନିଆରେ ନାହାଁନ୍ତି । ଏକଥା ଶୁଣି ସେଠି ଉପସ୍ଥିତ ଥିବା ସବୁ ସାଙ୍ଗମାନେ ଚିନ୍ତିତ ହେଇଗଲେ , ଆଉ ପ୍ରଣବ ମଧ୍ୟ ବିଚଳିତ ହେଇ ଚିତ୍କାର କରି କହିଲେ ନା ସେମିତି କେବେବି ହେଇ ନପାରେ , ସେ ସୁରକ୍ଷିତ ଥିବେ ଆଉ ଡେରି କରନ୍ତୁ ନାହିଁ , ଆଜି ହିଁ ସବୁ ବ୍ୟବସ୍ଥା କରନ୍ତୁ ଯେମିତି କାଲି ରାତି ଭିତରେ ଆମେ ତାଙ୍କର ସନ୍ଧାନ ପାଇ ପାରିବା ।

ଏପଟେ ପ୍ରେମ୍ ଆଉ ପ୍ରିୟା ଉଭୟ ସେଇ କୁଡିଆ ଭିତରେ ବସିଛନ୍ତି । ପ୍ରିୟାଙ୍କ ନଜର ହଠାତ୍ ପଡ଼ିଗଲା ସେଇ ବାଉଁଶରେ ବନ୍ଧା ହେଇ ପବନର ଦିଗକୁ ନେଇ ଉଡୁଥିବା ଓଢନୀ ଉପରେ । ତାକୁ ଦେଖି ପ୍ରିୟା କହିଲେ , କାଇଁ କିଛି ତ ଫଳ ମିଳିଲାନି ଏ ବାଉଁଶ ପୋତାହେଇ ବନ୍ଧା ଯାଇଥିବା ଓଢନୀକୁ ନେଇ, କେହି କଣ ଏବେ ଯାଏଁ ୟାକୁ ଦେଖି ପାରିଲେନି । କେହି କେମିତି ଦେଖି ପାରିଲେ ଆଉ କଣ କେମିତି ଯିବାର ବ୍ୟବସ୍ଥା ହେଇ ପାରିଲେ ଭଲ ହୁଅନ୍ତା , ଏତେ ଦିନ ବିତି ଗଲାଣି ଘରୁ ବାରଂବାର ଫୋନ୍ ପରେ ଫୋନ୍ ଆସୁଥିବ । ପ୍ରଣବ ବି ବ୍ୟସ୍ତ ହେଇ ପଡୁଥିବେ । ସବୁକଥା ଭାବିଲା ବେଳକୁ ମୋର ମୁଣ୍ଡ କିଛି କାମ କରୁନି । ସାଙ୍ଗମାନେ ବି ଏତେ ବେଳକୁ ଜାଣି ହିଁ ସାରିବେଣି ଯେ ଆମେ ଉଭୟ ନିଖୋଜ୍ ଅଛୁ । କଣ ଯେ ଭାବୁଥିବେ ସେମାନେ ସବୁ ଆମ ବିଷୟରେ ।

ପ୍ରେମ୍ କହୁଛନ୍ତି, କଣ ଭାବୁଥିବେ ମାନେ ? ହଜି ତ ଯାଇଛୁ ବୋଲି ଖବର ପଠେଇ ଖୋଜାଖୋଜି ହିଁ କରୁଥିବେ, ଆଉ ଭାବିବେ କଣ ? ଆମେ କଣ ଜାଣିଶୁଣି ଏମିତି କିଛି କରିଛେ କି ? ଆଉ ତା ଛଡା ସମସ୍ତଙ୍କୁ ଜଣା ଅଛି ଆମ ଅତୀତର ପୃଷ୍ଠା ଏବେ ସଂପୂର୍ଣ୍ଣ ଅସ୍ତିତ୍ବହୀନ ହେଇ ଯାଇଛି । ଆଉ ଆମେ ଏବେ ଉଭୟ ଏକ ନୂତନ ପୃଷ୍ଠାକୁ ନେଇ ସ୍ବପ୍ନ ଦେଖୁଚୁ, ତେବେ କାହିଁକି କିଏ ଆମର ସେଇ ଅତୀତକୁ ନେଇ ପ୍ରଶ୍ନ କରିବ ଯେ ?

ଛାଡ ସେସବୁ ତମେ ଏଇଠି ବସିଥାଅ ମୁଁ କିଛି ଫଳ ସଂଗ୍ରହ କରି ଆଣେ ଏବେ ଆଉ ରାତ୍ରି ପାଇଁ । ଆଉ କିଛି ଅଧିକ କାଠ ଆଣିବାକୁ ବି ପଡ଼ିବ କାଲି ତୁମକୁ ବେଶୀ ଶୀତ ଅନୁଭବ ହେଉଥିଲା, ଆଉ ଆମ ପାଖରେ ପର୍ଯ୍ୟାପ୍ତ କାଠ ଜାଳେଣି ପାଇଁ ନଥିଲା, ତେବେ ମୁଁ ଆସୁଚି । ଆଛା ହଁ ତୁମେ ପରିଧାନ କରିଥିବା ପୋଷାକକୁ ତୁମେ ଧୋଇବ ବୋଲି କହୁଥିଲ ପା, ନିଅ ମୋର ଏ ସାର୍ଟ ପିନ୍ଧି ତୁମ ପୋଷାକକୁ ଧୋଇ ଶୁଖେଇ ନିଅ, ଏବେ ତ ପ୍ରବଳ ଖରା ପଡିଚି ଶୀଘ୍ର ଶୁଖିଯିବ । ମୁଁ ମୋର ଏ ଗଞ୍ଜି ପିନ୍ଧିକି ଚାଲି ଯାଉଛି, ମତେ ସବୁକିଛି ସଂଗ୍ରହ କରି ଆସିବାରେ ବିଳମ୍ବ ହେବ ସୁନିଶ୍ଚିନ୍ତ୍ ତା ଭିତରେ ତମେ ଏସବୁ କାମ ସାରି ଯଦି ତୁମକୁ ଭୋକ ଲାଗେ ତେବେ ଏ କାଲିର କିଛି ଫଳ ବଳକା ଅଛି ତାକୁ ଖାଇନେବ ।

ପରେ ପରେ ପ୍ରେମ୍ ଚାଲିଯାଇଛନ୍ତି ବାହାରକୁ ଆଉ ପ୍ରିୟା ଲାଗି ପଡିଛନ୍ତି ନିଜ କାମରେ, ଭଲରେ ନିଜ ପୋଷାକ ଧୋଇ ଶୁଖେଇ ଦେଇଛନ୍ତି ବାଲିରେ ଏବଂ ପ୍ରାୟ ଘଣ୍ଟେ ଭିତରେ ପ୍ରଚୁର ଖରା କାରଣରୁ ଶୁଖି ଯାଇଚି ତାଙ୍କ ପୋଷାକ, ସେ ନିଜର ପୋଷାକ ପିନ୍ଧି ପ୍ରେମ୍ ଙ୍କ ସାର୍ଟ କୁ ଭଲ ଭାବରେ ଧୋଇଦେଇ ଶୁଖେଇ ଦେଇଛନ୍ତି ବାଲି ଉପରେ । ଏପଟେ ପ୍ରେମ୍ ଖାଦ୍ୟ ସଂଗ୍ରହ କରି ନିଜେ ସେଥିରୁ କିଛି ଖାଇ ବାକି ସଂଧ୍ୟାରୁ ରାତ୍ରି ପର୍ଯ୍ୟନ୍ତ ଜାଳିବାକୁ ବହୁତ୍ ପରିମାଣର କାଠ ସଂଗ୍ରହ କରୁଛନ୍ତି ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama