ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୩)
ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୩)
ପ୍ରେମ୍ କହିଛନ୍ତି , ହଁ ଠିକ୍ କହୁଛ ତମେ ମୁଁ ତ ସେ ବିଷୟରେ ଚିନ୍ତା ବି କରିନି, ପ୍ରକୃତରେ ସେଇଟା ହିଁ ହେଇଚି , ସେଇ ଡ୍ରିଙ୍କ ପିଇବା ପରେ କଣ ହେଇଚି କିଛି ବି ଜଣା ନାହିଁ । ଖାଲି ଏତିକି ଜଣା ଯେ ଆମେ ଉଭୟ ବୋଟ୍ ରେ ହିଁ ଥିଲୁ , ଆଛା ହଁ ମୁଁ ପ୍ରଥମେ ଉଠିବା ବେଳକୁ ଗୋଟେ ବୋଟ୍ ଦେଖିଥିଲି ଯାହାକି ଅଧା ବୁଡ଼ା ଅବସ୍ଥାରେ ଥିଲା , ତା ଭିତରକୁ ପାଣି ବି ପଶିଥିଲା । ଭଗବାନ୍ ଙ୍କ କୃପାରୁ କେମିତି କଣ ବୋଧେ ଆମେ ବଞ୍ଚି ଯାଇଛେ , ନଚେତ୍ କଣ ଯେ ହେଇ ଥାଆନ୍ତା ।
ଉତ୍ତରରେ ପ୍ରିୟା କହିଛନ୍ତି, ମତେ ତ ଲାଗୁଚି ସେ ଡ୍ରିଙ୍କ ରେ କିଛି ମିଶିଥିଲା । ରିନା ତମ ସହିତ ସମୟ ବିତେଇବା ପାଇଁ ଏମିତି କିଛି କରିଥିବ କିନ୍ତୁ ବିଚାର ଫସିଗଲି ମୁଁ । ଏବେ କଣ ଯେ ହବ ଆମେ ଏଠାରୁ ବାହାରିବା ଯେ କେମିତି ?? କିଛି ଜଣା ପଡୁନି । ଫୋନ୍ ର ସୁବିଧା ଥିଲେ ହୁଏତ କାହାକୁ ଜଣେଇ ପାରନ୍ତୁ , କିନ୍ତୁ ଏଠି ତ କୌଣସି ପ୍ରକାରର ପ୍ରଯୁକ୍ତି ବିଦ୍ୟା ବା ପ୍ରୟୋଗ ବିଜ୍ଞାନର ସୁବିଧା ହିଁ ନାହିଁ । ଆଉ ଏସବୁ ବିନା ଜୀବନ ବଞ୍ଚିବାଟା ବି ତ ଏଠି କଷ୍ଟକର ହେଇଯିବ । ଏଠି ଖାଇବା କଣ ?? , ବଞ୍ଚିବା କେମିତି ?? । ଶୋଇବା କେମିତି , ରହିବା କେମିତି ?? ହେ ଭଗବାନ୍ ଭାବିଲା ବେଳକୁ ତ ଡର ଲାଗୁଚି ଯଦି ଏଠି କିଛି ଭୟଙ୍କର ଜୀବ ବାହାରିଯିବେ ତେବେ ଆମ ଅବସ୍ଥା ଯେ କଣ ହେବ .. ଏଁ .….ଏଁ....ଏଁ .....।
ପ୍ରେମ୍ କହିଛନ୍ତି , ପୁଣି କାନ୍ଦିଲ କେତେଥର କହିବି ମୋ ଆଗରେ କେବେ କାନ୍ଦିବନି, ମୁଁ ବି ବୋଧେ ଅସୁବିଧାରେ ପଡ଼ିଛି। ଏ ଖାଇବା, ରହିବା, ଆଉ ଯିବାର ଚିନ୍ତା ମୋର ବି ବୋଧେ ଅଛି । କାହିଁକି ଏମିତି ଛୋଟ ପିଲାଙ୍କ ପରି ହୋଉଚ?? । ମୁଁ ଅଛି ତ ତମ ସହିତ , ଚାଲ ଏବେ ଉଠ ଏଠାରୁ , ଚାଲ ରହିବା ପାଇଁ ପ୍ରଥମେ କିଛି ବ୍ୟବସ୍ଥା କରିବା ଆଉ ତମେ ମତେ ସେଥିରେ ସାହାଯ୍ୟ କରିବ । ଉତ୍ତରରେ ପ୍ରିୟା କହିଛନ୍ତି , ସାହାଯ୍ୟ ପୁଣି ମୁଁ?? , ମୁଁ କଣ ଜାଣିଚି ଯେ ସାହାଯ୍ୟ କରିବି ମ । ମତେ ଜୋର୍ ରେ ଭୋକ ଲାଗିଲାଣି , ପ୍ରଥମେ ବଞ୍ଚିଯାଏ ପରେ କଣ ସାହାଯ୍ୟ କରିବି ନକରିବି ସେଇଟା ଅଲଗା କଥା ।
ପ୍ରେମ୍ କହିଛନ୍ତି , ହଁ ମ ମୁଁ ତ ତମକୁ କୂଅ ଖୋଳିବାକୁ କହୁଚି ଯେ ତୁମେ ମତେ କହୁଚ ମୋ ଦ୍ଵାରା କି ସାହାଯ୍ୟ ହେବ । ଟିକେ ବଦଳିବନି ନା ତମେ , ବୟସ ବଢୁଛି ହେଲେ ପିଲାଳିଆମୀ ସେମିତି ଅଛି ଆଗପରି । ଆରେ ସାହାଯ୍ୟ ମାନେ କଣ ଟିକେ ଧରା ଧରିରେ ସାହାଯ୍ୟ କରିବ ଆଉ କଣ ଏଠି ତମକୁ ହଳ କରିବାକୁ କହୁଚି ନା କଣ । ଆଛା ଛାଡ ଭୋକ ଲାଗୁଚି କହୁଚ ରୁହ ମୁଁ ଦେଖେ ଯଦି କିଛି ହେଇ ପାରିବ ଖାଇବା ପାଇଁ ।
ଉଭୟ ଚାଲି ଚାଲି କିଛିବାଟ ଯିବା ପରେ ପ୍ରିୟା ଥାକିଯାଇ କହିଲେ ଆଉ ହବନି ମୋ ଦ୍ବାରା , ମୁଁ ଆଉ ଟିକେ ବି ଚାଲି ପାରିବି ନାହିଁ , ମୋ ଦେହ କଣ ହେଇ ଯାଉଚି । ପ୍ରେମ୍ କହିଲେ ହଉ ତମେ ତାହାଲେ ଏଇଠି ବସିଥାଅ ମୁଁ ଖୋଜୁଛି ଯଦି କିଛି ମିଳିଯାଏ ତେବେ ଖାଇନେବା। ଏଇଠି ହିଁ ଥିବ କୁଆଡେ ବି ଯିବନି ହେଲା । ପ୍ରିୟା କହୁଛନ୍ତି , ହଁ ମୁଁ ଏଇଠି ହିଁ ବସିଚି ତମେ ମତେ ଟିକେ ପାଣି ଦେଇକି ଯାଅ ମୋ ତଣ୍ଟି ବି ଶୁଖି ଗଲାଣି । ହଉ କହିକି ପ୍ରେମ୍ ଗୋଟେ ବଡ଼ ଶାମୁକା ସଂଗ୍ରହ କରି ସେଥିରେ ସମୁଦ୍ରର ଜଳକୁ ଆଣି ପ୍ରିୟାଙ୍କୁ ପିଇବାକୁ ଦେଇଛନ୍ତି ।
ଶାମୁକାରେ ଥିବା ଜଳକୁ ଆଉ ଶାମୁକାକୁ ଦେଖି ପ୍ରିୟା କହିଛନ୍ତି , ମୁଁ କଣ ଏଥିରେ ପାଣି ପିଇବି ?? । ଛି ଛି ଏଥିରେ କେମିତି ପାଣି ପିଇବି ଯେ ଆଉ କିଛିରେ ପାଣି ସଂଗ୍ରହ କରିକି ଆଣୁନ , ଏଥିରେ ଜଣେ କେମିତି ପିଇବ ଯେ ?? । ପ୍ରେମ୍ କହୁଛନ୍ତି , ଦେଖ ଏଠି ଆଉ କିଛିବି ମିଳିବନି , ଏ କଣ ଘର ହେଇଚି ଯେ ପିଇବା ପାଇଁ ପାତ୍ରର ବ୍ୟବସ୍ଥା ହେଇଯିବ । ଆଉ ତା ଛଡ଼ା ଏଠି ଆଖ ପାଖରେ କିଛି ଦୋକାନ ବଜାର ବି ନାହିଁ । ଦୋକାନ ବଜାର ତ ଦୂରର କଥା ଲୋକ କେହିବି ସାହାଯ୍ୟର ହାତ ବଢ଼େଇବା ପାଇଁ ନାହାଁନ୍ତି । ଆଉ ଏମିତି ପରିସ୍ଥିତିରେ ଆମକୁ ବଞ୍ଚିବା ପାଇଁ ଯାହା ମିଳୁଚି ସେଥିରେ ଚଳିବାକୁ ପଡ଼ିବ । ପିଇଦିଅ ୟାକୁ ମୁଁ ଦେଖୁଚି ପାଖରେ ଯଦି କୋଉ ଗଛରୁ କିଛି ଖାଇବା ପଦାର୍ଥ ମିଳିଯିବ ।
ପ୍ରିୟା ଶାମୁକାରୁ ପାଣିକୁ ପିଇଛନ୍ତି ଆଉ କହିଛନ୍ତି , ଠିକ୍ କହିଲ ଏବେ ବଞ୍ଚି ରହିବା ପାଇଁ ଯାହା ହେଇ ପାରୁଛି କରିବାକୁ ପଡ଼ିବ । ହଉ ତମେ ଖାଇବା ସନ୍ଧାନରେ ଯାଅ କିନ୍ତୁ ଜଲଦି ଆସିଯିବ । ମୁଁ ଏଇଠି ହିଁ ଅପେକ୍ଷା କରିଚି । ପରେ ପରେ ପ୍ରେମ୍ ବାହାରିଛନ୍ତି ଖାଦ୍ୟ ଅନ୍ୱେଷଣରେ ଆଉ ପ୍ରିୟା ବସି ରହିଛନ୍ତି ସେଇ ବାଲି ଉପରେ । ଏପଟେ ଖୋଜି ଚାଲିଛନ୍ତି ପ୍ରେମ୍ ଏ ଗଛରୁ ସେ ଗଛ , ହୁଏତ କୋଉଠି କିଛି ଖାଇବାକୁ ମିଳିଯିବ । ଶେଷରେ ଅନ୍ୱେଷଣ ସମାପ୍ତ ହେଇଚି ଆଉ ପ୍ରେମ୍ ବହୁତ୍ ଗୁଡ଼ିଏ ଫଳର ସନ୍ଧାନ ପାଇଛନ୍ତି । ତାକୁ ତୋଳିଛନ୍ତି ଆଉ ସବୁକୁ ଏକତ୍ର ସଂଗ୍ରହ କରିଛନ୍ତି । ଏପଟେ ପ୍ରିୟା ସକାଳୁ ବାଲିରେ ଶୋଇଥିବା କାରଣରୁ ନିଜର ଦେହରେ ଲାଗିଥିବା ବାଲି ଆଉ ତାଙ୍କ ପୋଷାକ ମଧ୍ୟ ଅପରିଷ୍କାର ହେଇ ଯାଇଥିବାରୁ ଗାଧେଇବାକୁ ଭବିଛନ୍ତି , ଆଉ ଭାବୁଛନ୍ତି ଯେ ଏବେ ତ ପ୍ରେମ୍ ନାହାଁନ୍ତି ଏଇଟା ହିଁ ଠିକ୍ ସମୟ ମୁଁ ଏବେ ନିଜର ସ୍ନାନ ସାରିଦେବି ।
ପ୍ରିୟା ନିଜର ପୋଷାକକୁ ଭଲରେ ଝାଡି କୂଳରେ ଥୋଇ ଠିକ୍ ପାଣି ଭିତରେ ପଶିଛନ୍ତି ତ ଏପଟେ ପ୍ରେମ୍ ଫଳ ସଂଗ୍ରହ କରି ଆସିଛନ୍ତି । ଆଉ ପ୍ରିୟାଙ୍କୁ ବସିବା ସ୍ଥାନରେ ନ ଦେଖିବାରୁ ଏଣେ ତେଣେ ଖୋଜି ଚିତ୍କାର କରି ଡାକିଛନ୍ତି । ଡାକ ଶୁଣି ପ୍ରିୟା ପାଣି ଭିତରୁ ମୁଁ ଏଇଠି ଅଛି ବୋଲି ଉତ୍ତର ଦେଇଛନ୍ତି । ପ୍ରେମ୍ ବୁଲି ଦେଖନ୍ତି ତ ପ୍ରିୟା ପାଣି ଭିତରେ ଅଛନ୍ତି ଆଉ ତାଙ୍କ ବସ୍ତ୍ର ସେ କୂଳରେ ଥୋଇକି ଯାଇଛନ୍ତି , ମୁହାଁ ମୁହିଁ ହେଇ ଉଭୟ ଅସହଜ ଅନୁଭବ କରି ଉଭୟଙ୍କୁ ଦେଖି ବି ନ ଦେଖିଲା ପରି ଅଣଦେଖା କରିଛନ୍ତି । କିଛି ବ୍ୟବଧାନରେ ପ୍ରେମ୍ କୁହନ୍ତି ଆରେ ତମକୁ ଭୋକ ଲାଗୁଥିଲା ପା , ଖାଇବା ମିଳିଗଲା ତମେ ଆସ ସେ ପାଣି ଭିତରେ କଣ କରୁଚ ?? । ସମୁଦ୍ରର ସବୁ ପାଣି ପିଇକି ପେଟ ଭରିବା କଥା ଭାବୁଛ ନା କଣ ??।
ପ୍ରିୟା କହିଛନ୍ତି ହଁ ହଁ ମୁଁ ତ ସେତେବେଳେ ବାହାରିବି ନା ଯେତେବେଳେ ତୁମେ ଏଠାରୁ ସଂପୂର୍ଣ୍ଣ ଦୂରକୁ ଯିବ । ହଁ ଭୋକ ତ ଲାଗୁଚି କିନ୍ତୁ ବାହାରକୁ ଯିବା ପାଇଁ ପ୍ରଥମେ ମତେ ମୋ ବସ୍ତ୍ର ତ ପରିଧାନ କରିବାକୁ ପଡ଼ିବ ନା , ପ୍ରେମ୍ କହିଛନ୍ତି ଆଚ୍ଛା ବାବା ଠିକ୍ ଅଛି କିଏ ମନା କରୁଛି ପିନ୍ଧ ଆଉ ବାହାରକୁ ଆସ । ପ୍ରିୟା ଆଶ୍ଚର୍ୟ୍ଯ ହେଇକି କୁହନ୍ତି ଏଇଠି ଏମିତି , ପୁଣି ତୁମେ ଅଛ । ପ୍ରେମ୍ କୁହନ୍ତି କଣ ଭରଷା ନାହିଁ ମୋ ଉପରେ ?? । ମୁଁ ମୁହଁ ବୁଲେଇକି ଛିଡ଼ା ହେଉଚି , ବିଶ୍ଵାସରେ ତୁମେ ବସ୍ତ୍ର ପରିଧାନ କରି ବାହାରକୁ ଆସି ପାରିବ ।
ପରେ ପ୍ରେମ୍ ମୁହଁ ବୁଲେଇ ଛିଡ଼ା ହେଇଛନ୍ତି ଆଉ ପ୍ରିୟା ନିଜର ବସ୍ତ୍ରକୁ ପରିଧାନ କରି ପ୍ରେମ୍ ଙ୍କ ଆଗକୁ ଆସିଛନ୍ତି , ଭୋକ ଲାଗିଲାଣି ଜଲଦି ଖାଇବାକୁ ଦିଅ ବୋଲି କହିଛନ୍ତି । ଉଭୟ ଭଲ ଭାବରେ ମୁହଁକୁ ଧୋଇ ଏକାଠି ଫଳକୁ ପେଟ ପୁରା ଖାଇଛନ୍ତି । ଆଉ କିଛି ଫଳକୁ ଦ୍ୱିପ୍ରହର ଆଉ ରାତି ପାଇଁ ମଧ୍ୟ ରଖିଛନ୍ତି । ପରେ ଉଭୟ ମିଶି ଗଛ ଲତା ଗୁଡ଼ିକୁ ସଂଗ୍ରହ କରି ଏକ ଛୋଟ କୁଡିଆ କରିଛନ୍ତି । ପ୍ରିୟା ସେ କୁଡିଆ ଭିତରେ କିଛି ସମୟ ବିଶ୍ରାମ କରିଛନ୍ତି ଆଉ ପ୍ରେମ୍ ସ୍ନାନ କରିବାକୁ ଯାଇଛନ୍ତି । କିଛି ସମୟ ପରେ ନିତ୍ୟାନ୍ତ ଆବଶ୍ୟକ ଯେମିତି କି ଦାନ୍ତ ଘଷିବା ପାଇଁ ଗଛର ଛେଲି , କିଛି ଗଛର ଗୁଣ୍ଡ କି ଶୁଖିଲା ପତ୍ର ଜାଳେଣି ପାଇଁ । ଆଉ ବଡ ବଡ ପାଞ୍ଚ,ଛଟି ଶାମୁକା ପାତ୍ର ରୂପରେ , ଦୁଇଟି ଛୋଟ ପଥର ନିଆଁ ସୃଷ୍ଟି କରିବା ପାଇଁ ଏମିତି ଅନେକ କିଛି ଉଭୟ ବୁଲି ବୁଲି ସଂଗ୍ରହ କରିଛନ୍ତି ।
ସବୁକିଛି ସଂଗ୍ରହ କରିବା ଭିତରେ ଦ୍ୱିପ୍ରହର ହେଇ ଯାଇଛି ଆଉ ପୁଣି ଉଭୟ କିଛି ଫଳ ଖାଇଛନ୍ତି । ଆଉ ଏକାଠି ବସି ଚିନ୍ତା କରୁଛନ୍ତି କେମିତି ଆମେ କାହାକୁ ଖବର ପଠେଇ ପାରିବା ଆମେ ଚାହୁଁଥିବା ସ୍ଥାନକୁ ଫେରିଯିବା ପାଇଁ । ଏତିକି ଭିତରେ ହଠାତ୍ ପ୍ରେମ୍ ଙ୍କ ମୁଣ୍ଡରେ କିଛି ପଶିଚି ଆଉ ସେ ସଙ୍ଗେ ସଙ୍ଗେ ପ୍ରିୟାଙ୍କୁ ନିଜର ଓଢନୀ ମାଗିଛନ୍ତି । ଯାହାକୁ ଶୁଣି ପ୍ରିୟା କହିଛନ୍ତି , ମତେ ତମର ଚିନ୍ତାଧାରା କିଛି ଠିକ୍ ଲାଗୁନି । ମୁଁ କେବେବି ଭାବି ନଥିଲି ତମେ ଏମିତି ବ୍ୟବହାର ଦେଖେଇବ ମୋ ସହିତ , କେତେ ଭରଷା ଅଛି ମୋର ତମ ଉପରେ ଆଉ ତମେ ଏ କୁତ୍ସିତ ଚିନ୍ତାଧାରା ଭିତରେ ଗତି କରୁଚ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

