STORYMIRROR

Jyotirmayee Panda

Drama Romance Fantasy

3  

Jyotirmayee Panda

Drama Romance Fantasy

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୧)

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୧)

5 mins
193

ପ୍ରେମ ଉଭୟ ପାର୍ଶ୍ୱରୁ ହେବା ଜରୁରୀ ନୁହେଁ |କି ଉଭୟ ପାର୍ଶ୍ୱରୁ ରହିଲେ ମଧ୍ୟ ବିବାହ ଯେ ଏହାର ଶେଷ ଠିକଣା ରହିବ ସେଇଟା ମଧ୍ୟ ଜରୁରୀ ନୁହେଁ । ଦୁନିଆ ଏକପାଖିଆ ପ୍ରେମ କାହାଣୀ ସହିତ ବିବାହ ବିନା ପ୍ରେମକୁ ହୃଦୟରୁ ସ୍ବୀକାର କରିବା ପରି କାହାଣୀରେ ପରିପୂର୍ଣ୍ଣ | ଆଜି ମୁଁ ସେହି କାହାଣୀ ମଧ୍ୟରୁ ଗୋଟିଏ ଆପଣଙ୍କ ପାଇଁ ଦୁଃଖଦ ପ୍ରେମ କାହାଣୀ ଆଣିଛି |ଯାହାକି ଏବେକାର ପ୍ରେମୀଯୁଗଳଙ୍କୁ ମଧ୍ୟ ଏକ ବଡ଼ ବାର୍ତ୍ତା ଦେବାରେ ସକ୍ଷମ ରହିବ ଆଶା କରୁଚି। ତେବେ ଆଉ ଡେରି କାହିଁକି ଆସନ୍ତୁ କାହାଣୀ ଭିତରକୁ ଯିବା .....

କାହାଣୀ ଆରମ୍ଭ ହେଉଚି ଏକ ସୁନ୍ଦର୍ ସକାଳରୁ , ସକାଳଟା ଯେମିତି ନୀରବ , ଚାରିଆଡ଼େ ଖାଲି ଖାଁ ଖାଁ , ଟିକେ ବି ସୋର୍ ଶଦ୍ଦ ନାହିଁ । ହଠାତ୍ ସମୁଦ୍ର କୂଳରେ ଶୋଇଥିବା ପ୍ରିୟାଙ୍କ ନିଦ ଭାଙ୍ଗି ଯାଇଛି । ସେ ଉଠିବା ମାତ୍ରେ ସ୍ତବ୍ଧ ହେଇ ଯାଇଛନ୍ତି , ପ୍ରଥମେ ତ ସେ କିଛି ବି ବୁଝି ପାରି ନାହାଁନ୍ତି । ବ୍ୟସ୍ତ ହେଇ ଚାରିଆଡ଼େ ଦେଖୁଛନ୍ତି । ତଥାପି କାହାକୁ ପାଉ ନାହାଁନ୍ତି । ଚିତ୍କାର କରି ଡାକ ଛାଡୁଛନ୍ତି କିଏ ଅଛ ?? , କିଏ ଅଛ ଏଠି ?? , ଏଇଟା କୋଉ ଜାଗା କିଏ ଟିକେ କୁହ ??? । ମୁଁ ଡାକୁଚି କାହାକୁ ଶୁଭା ଯାଉଚି କି ?? କେହି ତ କିଛି କୁହ ।

ଏତେ ଚିତ୍କାର ପରେ ବି କୌଣସି ପ୍ରତି-ଉତ୍ତର ନପାଇକି ପ୍ରିୟା କାନ୍ଦିବାରେ ଲାଗିଛନ୍ତି । ଆଉ ଡରି ଯାଇଛନ୍ତି ଏଇଥିପାଇଁ କାରଣ ସେଠି ଆଖ ପାଖରେ କେହି ନଥିବା ସହିତ ସେ ସେଠାରୁ ବାହାରିବେ କେମିତି ଏକଥାକୁ ଚିନ୍ତା କରି । ଘୁରି ବୁଲୁଛନ୍ତି ସେ ଚାରିଆଡ଼େ , ହୁଏତ ତାଙ୍କୁ କିଛି ଜଣା ପଡ଼ିବ ଯିବାର ମାର୍ଗକୁ ନେଇକି ଆଉ ସେ ଏବେ ଯେଉଁ ସ୍ଥାନରେ ଅଛନ୍ତି , ସେ ସ୍ଥାନକୁ ନେଇକି । କିନ୍ତୁ ଦୁଃଖର ବିଷୟ ସେ କିଛି ବି ଜାଣି ପାରି ନାହାନ୍ତି କି ପାଖରେ ଯେତେ ଖୋଜିଲେ ବି ଜଣେ ଲୋକକୁ ମଧ୍ୟ ପାଇ ନାହାଁନ୍ତି ।

ପରେ କିଛି ସମୟ ଥକି ବସିଯାଇଛନ୍ତି ବାଲି ଉପରେ , ଆଉ ଭାବୁଛନ୍ତି କାଲି ରାତିର କଥାକୁ , ଯେ ପ୍ରକୃତରେ କଣ ହେଇଥିଲା ଆଉ ସେ ଏଠାକୁ କେମିତି ଆସିଲେ ?? । ଏମିତି ଭାବନା ଭିତରେ ହଠାତ୍ କେହିଜଣେ ଆସି ପଛରୁ ତାଙ୍କୁ ଡାକିଛି , ଡାକଟି ଚିହ୍ନା ଚିହ୍ନା ଲାଗୁଥାଏ । ତ ଆଉ କାଳ ବିଳମ୍ୱ ନକରି ପ୍ରିୟା ଯେତେବେଳେ ପଛକୁ ବୁଲି ଦେଖିଛନ୍ତି , ସେତେବେଳେ ସେ ପ୍ରେମ୍ ଙ୍କୁ ଦେଖି ଆଶ୍ଚର୍ୟ୍ଯ ହେଇ ଯାଇଛନ୍ତି । ଆଉ ପ୍ରଶ୍ନ କରିଛନ୍ତି ତମେ ଏଠି କଣ କରୁଚ ?? । ଉତ୍ତରରେ ପ୍ରେମ୍ କହିଛନ୍ତି , ମୁଁ ନିଜେ ବି ଜାଣିନି ଆମେ ଦୁହେଁ ଏଠାକୁ କେମିତି ଆସିଲେ , ମତେ କେବଳ ଏତିକି ଜଣା ଯେ ସକାଳୁ ମୁଁ ଉଠିଲା ବେଳକୁ ଆମେ ଦୁହେଁ ଏଇ ସମୂଦ୍ର କୂଳରେ ପଡ଼ିଥିଲେ ।

ମୁଁ ପ୍ରଥମେ ତ ଚକିତ ହେଇଗଲି । ପରେ ପରେ ଚାରିଆଡ଼େ ବୁଲି ବୁଲି ଖୋଜୁଥିଲି ହୁଏତ କାହା ସହିତ କଥା ହେଇ ହବ । କି ପଚାରି ହେବ ଯେ ଏଇଟା କୋଉ ଜାଗା । ଫଳରେ ଆମେ ଆମର ନିଜ ଜାଗାକୁ ପୁଣି ଫେରି ଯାଇ ପାରିବା । କିନ୍ତୁ ଏଠି ଆଖ ପାଖରେ ଦୂର ଦୂରାନ୍ତ ପର୍ଯ୍ୟନ୍ତ କାହାର ଆତା ପତା ବି ନାହିଁ । ଏଇଟା ଗୋଟେ ଟାପୁ ଟା , ଏଠାରେ କୌଣସି ଫୋନ୍ କି କିଛି ସମ୍ବାଦ ପଠାଇବା ଯନ୍ତ୍ରର ସୁବିଧା ହିଁ ନାହିଁ । କହିବାକୁ ଗଲେ ଏଠି କୌଣସି ପ୍ରକାରର ପ୍ରଯୁକ୍ତି ବିଦ୍ୟା ବା ପ୍ରୟୋଗ ବିଜ୍ଞାନର ସୁବିଧା ହିଁ ନାହିଁ । ଏବେ କରିବା ତ କଣ କରିବା , ସେ ବିଷୟରେ କିଛି ବି ମତେ ଦେଖା ଯାଉ ନାହିଁ । ସେତେବେଳଠୁ ଖୋଜି ଚାଲିଛି ଚାରିଆଡ଼େ । ଏବେ ହଠାତ୍ ଆସି ଦେଖେ ତ ତୁମେ ଉଠି ଯାଇଛ ଆଉ ଉଠିବା ପରେ ଛୋଟ ଛୁଆଙ୍କ ପରି କାନ୍ଦୁଛ । ବାଃ ବାଃ ଭଲ ଆଉ , ତମେ ଯେମିତି ଏକା ହଜିଛ । ମୁଁ ବି ବୋଧେ ତମ ସହିତ ହଜିଛି ।

ଉତ୍ତରରେ ପ୍ରିୟା କାନ୍ଦି କାନ୍ଦି ପୁଣି କୁହନ୍ତି , ମତେ ସାଙ୍ଗ ମାନଙ୍କ ପାଖକୁ ଯିବାର ଅଛି , ମତେ ମୋ ଘରକୁ ଯିବାର ଅଛି । ପ୍ରେମ୍ କୁହନ୍ତି ହଁ ହଁ ବୁଝୁଛି ମୁଁ ବି ବୋଧେ ଯିବି ଘରକୁ , ତମର ଏକା ଘର ନାହିଁ , ମୋର ବି ଘର ଅଛି । ମୁଁ ବି ସାଙ୍ଗ ମାନଙ୍କ ସହିତ ଆସିଛି । ପ୍ରଥମେ ତୁମେ ଶାନ୍ତ ହୁଅ ମୁଁ ଦେଖେ କଣ କରି ହେଉଛି । ଉଭୟ ଖୋଜି ଚାଲିଛନ୍ତି ଏକଡ ସେକଡ ହେଇ , କିନ୍ତୁ ବାଲି ଛଡା ଚାରିଆଡେ ଆଉ କିଛି ବି ଦେଖା ଯାଉ ନାହିଁ ।

ଶେଷରେ ନିରାଶ ହୋଇ ଉଭୟ ଚାଲିଥିବା କାରଣରୁ ଥକି ପଡିଛନ୍ତି ଆଉ ଗୋଟେ ସ୍ଥାନରେ ଏକାଠି ବସିଛନ୍ତି । ଏତିକିବେଳେ ପ୍ରିୟା କହୁଛନ୍ତି ସତରେ ଆମକୁ ଖୋଜି ଖୋଜି ଏବେ ସମସ୍ତେ କେତେ ବ୍ୟସ୍ତ ହେଉଥିବେ , କଣ ଯେ ହଠାତ୍ ହେଲା । କେମିତି ଆମେ ଏଠାରେ ପହଞ୍ଚିଲେ , ମତେ ତ ଲାଗୁଚି ତମେ ଜାଣି ଶୁଣି ଏମିତି କରିଛ , ଏଇଟା ବୋଧେ ତମର ପ୍ରଥମରୁ ହିଁ ଚକ୍ରାନ୍ତ ଥିଲା , ତମେ ବୋଧେ ପୂର୍ବ କଥାକୁ ନେଇକି ଏବେ ବି ମୋ ଉପରେ ରାଗ ରଖିଛ , ଯେଉଁଥିପାଇଁ ଏମିତି କରିଛ , ଏତିକି କହି ପ୍ରିୟା ଯେତେବେଳେ କାନ୍ଦି ପକେଇଛନ୍ତି । ପ୍ରେମ୍ ରାଗିକି କହିଛନ୍ତି , ସବୁବେଳେ ମନାକରେ ମୋ ଆଗରେ କାନ୍ଦିବନି ବାର୍ ବାର୍ କାଇଁ କାନ୍ଦୁଛ ?? । ସବୁବେଳେ କାନ୍ଦିବା ଜରୁରୀ କି ?? । କଣ ଏମିତି ଅସୁବିଧା ହେଇ ଯାଇଚି କି ?? ମୁଁ ଅଛି ପା ତମ ସହିତ । କଣ ଏବେ ମୋ ଉପରେ ବିଶ୍ଵାସ ବି ହରେଇ ଦେଲଣି କି ?? । ମୋ ସହିତ ରହିଥିବା ଯାଏ ତମେ କୋଉ ବି ଅସୁବିଧାରେ ପଡ଼ିବନି ଏତିକି ବିଶ୍ଵାସ ବି କଣ ଆଉ ନାହିଁ ତମର ମୋ ଉପରେ ?? ।

ଉତ୍ତରରେ ପ୍ରିୟା କହିଛନ୍ତି , କଣ କହିଲ ବିଶ୍ଵାସ ନାହିଁ । ହା ହା ହା , ଠିକ୍ କହିଲ ବିଶ୍ଵାସ ହିଁ ନାହିଁ । ଆରେ ବିଶ୍ଵାସ ନାହିଁ ବୋଲି ତ ସେଦିନ ରାତି 2ଟାରେ କିଛି ବି ଆଗ ପଛ ନ ଭାବିକି ସିଧା ଚାଲି ଆସିଥିଲି ତମ ପାଖକୁ , ସେଇ ବିଶ୍ଵାସ ନାହିଁ ବୋଲି ତ ପରିବାରକୁ ତୁଚ୍ଛ କରି ଚାଲି ଆସିଥିଲି ଏକା ତୁମର ହାତ ଧରିବାକୁ , ତୁମ ସହିତ ସାଥୀ ହେଇ ବାଟ ଚାଲିବାକୁ । ଆଉ କୋଉ ବିଶ୍ଵାସର କଥା ବାକି ଅଛି ?? ।

ପ୍ରେମ୍ କହୁଛନ୍ତି ଦେଖ ସେମିତି କିଛି କଥା କହିକି କଷ୍ଟ ଦେବାର ଉଦ୍ଦେଶ୍ୟ ମୋର ନଥିଲା , ମୁଁ ସତ କହୁଚି ମୁଁ କିଛି ବି କରିନି । କି ମତେ ଜଣା ନାହିଁ ଆମେ ଉଭୟ କେମିତି ଏଠି ପହଞ୍ଚିଲେ । ମତେ କେବଳ ଏତିକି ଜଣା ଯେ ଆମ ବ୍ୟାଚ୍ ର ବହୁତ୍ ବର୍ଷ ପରେ ଏକ ଦେଖା ଚାହାଁ ସହିତ ମଜାମସ୍ତି ପାଇଁ ସମସ୍ତେ ଏକତ୍ର ହେବେ ବୋଲି ନିଷ୍ପତି ନିଆ ହେଇଥିଲା , ସେଥିପାଇଁ କିଛି ଦିନର ଛୁଟି ନେଇ ସମସ୍ତେ , ସବୁ ସାଙ୍ଗ ସାଥି ଏକାଠି ହେଇଥିଲେ ଗୋଟେ ହୋଟେଲରେ , ସେଠୁ ସମସ୍ତେ ବୁଲାବୁଲି ପାଇଁ ଏକାଠି ଗୋଟେ ଜାହାଜ ବୁକ୍ କରି ବାହାରି ଥିଲୁ । ଜାହାଜ ଭିତରେ ସବୁ ସାଙ୍ଗ ସାଥିମାନେ କଥା ହେବାରେ ଗୀତ ନାଚ ମାଧ୍ୟମରେ ହଜି ଯାଇଥିଲେ । ପରେ ଜାହାଜ ରହିଥିଲା ଏକ ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନରେ , ସେଠି ସମସ୍ତେ ପ୍ରକୃତି ଭିତରେ ହଜି ଯାଇଥିଲେ । ନିଜେ ନିଜର ଆସ୍ତିତ୍ୟକୁ ଖୋଜି ପାଇଥିଲେ , ସେ ପରିବେଶରେ ସବୁ ନିଜର ଚାକିରୀ ଜୀବନର ଦୁଃଖ କଷ୍ଟ ଠୁ ନେଇକି ପରିବାରର ଚିନ୍ତା ଠୁ ନେଇକି ସବୁକିଛି ଭୂଲିଯାଇଥିଲେ ଆଉ ଫେରି ଯାଇଥିଲେ ଅତୀତର ପୁରୁଣା ସ୍ମୃତିକୁ ।

ମୁଁ ମଧ୍ୟ ଠିକ୍ ସେମିତି ହଜି ଯାଇଥିଲି ମୋର ଭାବନା ଭିତରେ । ଏତେ ପିଲାଙ୍କ ଭିତରେ ମତେ ସେବେଯାଏଁ ଜଣା ନଥିଲା ଯେ ତୁମେ ମଧ୍ୟ ଏଇ କେଜାଣି କେତେ ବର୍ଷ ପରେ ଆୟୋଜିତ ହେଇଥିବା ଏ ବନ୍ଧୁ ମିଳନକୁ ଆସିଛ ବୋଲି । ସତ କହିବାକୁ ଗଲେ ମୁଁ ତ ଭାବୁଥିଲି ତମେ ଆସି ନଥିବ ବୋଲି । କିନ୍ତୁ କେଜାଣି କାହିଁକି କୋଉଠି ନା କୋଉଠି ଏ ମନ କହିଲା ଯେ ହଁ ତୁମେ ଆସିଥିବ । ସେଥିପାଇଁ କାମ କାର୍ଯ୍ୟକୁ ସବୁ ବନ୍ଦ କରି ଛୁଟି ନେଇ କିଛିଦିନ ପାଇଁ ଚାଲି ଆସିଲି । ଆସିବା ପରେ ସେଠି ସମସ୍ତଙ୍କୁ ତ ଦେଖିଥିଲି କିନ୍ତୁ ତମକୁ ଦେଖି ନଥିଲି । ସବୁ କହୁଥିଲେ ତୁମେ ଆସିବ ବୋଲି କିନ୍ତୁ ତୁମର ବିଳମ୍ୱ ହେବ । ତ ବାସ୍ ଅପେକ୍ଷାରେ ଥିଲି , ଯେ କେତେବେଳେ ତୁମେ ଆସିବ ଆଉ ମୁଁ ତୁମକୁ ଏତେ ବର୍ଷ ପରେ ଆଖି ଭରି ଭଲକି ଟିକେ ଦେଖି ପାରିବି ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama