ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ଆମର ଓ ଆମ ସରକାରଙ୍କ ଆଭିମୁଖ୍ୟ ବିଶେଷତା । (୧୬.
ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ଆମର ଓ ଆମ ସରକାରଙ୍କ ଆଭିମୁଖ୍ୟ ବିଶେଷତା । (୧୬.
ପ୍ରାଥମିକ ବିଦ୍ୟାଳୟଟି ଶିକ୍ଷା ଗ୍ରହଣର ପ୍ରମୁଖ ପ୍ରାରମ୍ଭିକ ଉତ୍ସ ଵୋଲି ସମସ୍ତେ ଜାଣନ୍ତି । ଏହି ଶିକ୍ଷାନୁଷ୍ଠାନଟି ଆମ ସଂସ୍କୃତି, ସାମାଜିକତା, ସଂସ୍କାର, ଚରିତ୍ର, ମାନବିକତା ନିର୍ମାଣର ଏକ ମାଧ୍ୟମ ଅଟେ । ଏହାକୁ ଜୀଵନ ଗଠନର ଏକ ମଧ୍ୟସ୍ଥି ପ୍ରତିଷ୍ଠାନ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଏଠି କୋମଳମତି ଶିଶୁମାନଙ୍କର ଶିକ୍ଷାର ଅୟମାରମ୍ଭ ହୁଏ । ଶିଶୁର ଦରୋଟି କଥାକୁ ଶାଣିତ କରାଯାଏ । ଚପଳ ମନରେ ସ୍ଥିରତା ଆଣିବାର ପ୍ରୟାସ କରାଯାଇଥାଏ । ଅଜ୍ଞାନ ଭାବନାକୁ ସଚେତନତା ମୂଳକ ସୂତ୍ର ମାଧ୍ୟମରେ ଜୀଵନଶୈଳୀର ଏକ ଆଧାର ରୂପେ ଗଢ଼ାଯାଇଥାଏ । ସଵୁପରେ ଶିଶୁଟିଏ ଗାଆଁ ମାଟିର ସେ ଅନୁଷ୍ଠାନଟିକୁ କିପରି ନିଜର କରିପାରିବ ତା'ର ପ୍ରଶିକ୍ଷଣ ମଧ୍ୟ ତାକୁ ଆରମ୍ଭରୁ ଦିଆଯାଇ ଥାଏ । ଯଦ୍ୱାରା ଶିଶୁଟି ଉତଫୁଲ୍ଲିତ ମନ ନେଇ ତା'ର ବିଦ୍ୟାଳୟ ପିଣ୍ଡାରେ ପାଦ ଦେଇ ଆସୁଥିଲା ଏବଂ ଗୁରୁ ଶିଷ୍ୟର ପରମ୍ପରାକୁ ସଂପୂର୍ଣ୍ଣ ଵଜାୟ ମଧ୍ୟ ରଖୁଥିଲା । ଏମିତି କି ପ୍ରାଥମିକ ଶିକ୍ଷା ସମାପନ ପରେ ତାକୁ ଅଧିକ ପଢିବାର ଆବଶ୍ୟକତା ହିଁ ପଡୁନଥିଲା । ସେତିକିରେ ଦୈନନ୍ଦିନ ଜୀଵନ ପାଇଁ ଉଦ୍ଦିଷ୍ଟ ଶିକ୍ଷା ସେ ପାଇଯାଉଥିଲା । ଆପଣମାନେ ଜାଣିଥିବେ ସେକାଳରେ ପ୍ରାଥମିକ ଶିକ୍ଷା ପଢିସାରି କେତେକେ ମହାନ୍ କବି ହୋଇଛନ୍ତି ,ଅନ୍ୟ କେତେକେ ସଚ୍ଚା ଦେଶପ୍ରେମୀ ହୋଇ ଦେଶପାଇଁ ପ୍ରାଣବଳି ଦେଇଛନ୍ତି , ଆଉ କେହି କେହି ରାଜନେତା ଏବଂ ସରକାରୀ କର୍ମଚାରୀ ସାଜି ନିଷ୍ଠାପର ଭାବେ ସମାଜକୁ ସେଵା ଯୋଗାଇ ଆସିଥିବା କଥାକୁ ସେତେବେଳର ସମୟଟା ନିଶ୍ଚିତ ଭାବେ ଦେଖିଥିବା ଅନୁମେୟ ହେଉଛି । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଉକ୍ତ ଅନୁଷ୍ଠାନକୁ ଅଲଗା କରି ଗଢି ତୋଳିବାରେ ଲାଗିଛି ଯେଉଁ ଥିରେ କି ପୂର୍ଵର ସେ ଭାବରସ ଆଉ କିଛି ଅବଶିଷ୍ଟ ରୂପେ ଥିଲାଭଳି ଲାଗୁନାହିଁ ।
ଏବେ ଶିକ୍ଷକମାନଙ୍କର ମାନ ବଦଳି ଯାଇଛି , ଶିଶୁମାନଙ୍କ ହେୟଜ୍ଞାନ ଵଢିଯାଇଛି , ସାଧାରଣ ଲୋକଙ୍କ ଅନୁଷ୍ଠାନ ପ୍ରତି ଆସ୍ଥା କମିବାରେ ଲାଗିଛି , ଶିକ୍ଷାଧିକାରୀମାନଙ୍କ ମୂଲ୍ୟଵୋଧ ଭିତିକ ଶିକ୍ଷା ତଦାରଖ ଵ୍ୟଵସ୍ଥା ଦେଖିବାକୁ ଆଉ ମିଳୁ ନାହିଁ, ସରକାରଙ୍କ ବିକାଶଶୀଳ ଆଭିମୁଖ୍ୟ ଵଦଳରେ ସଂକୀର୍ଣ୍ଣତା ଭାବର ଆଭିମୁଖ୍ୟ ଏଵେ ତ୍ୱରାନ୍ୱିତ ଵେଗରେ କାର୍ଯ୍ୟକାରୀ ହେଉଛି । ପୂର୍ଵଭଳି ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାହୋଲ ଏଵେ ଆଉ ଦେଖିବାକୁ ମିଳୁନାହିଁ । ବିଦ୍ୟାଳୟ ପରିସର ମଧ୍ୟରେ ପଶୁପଶୁ ଜଣେ କେବଳ ଦେଖି ହିଁ ପାରିବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ସାମଗ୍ରୀ ସଵୁ । କାଠଗଦା ,ଗ୍ୟାସ୍ , ହଣ୍ଡାହାଣ୍ଡି, ଅଣ୍ଡା ଥାକ , ହାତଧୂଆ ବ୍ୟଵସ୍ଥା, ଜଳଯୋଗାଣ ପ୍ରକଳ୍ପ,ଅଣଦେଖା ଅସୁରକ୍ଷିତ ଶୈ।ଚାଳୟ ଓ ପରିଶ୍ରାଗାର, କଳାମଚମଚ ଫଟାକାନ୍ଥର ରୋଷେଇଘର , ଧୂଆଁ ପାଉଁଶ ପରିବେଶ , ମୂଷା ସାଲୁବାଲୁର ଵସ୍ତା ଵସ୍ତା ଚାଉଳ, ମୂଷା କଟା ଖାଲିଅଖା ସମୂହର ଅଳିଆ ଗୋଦାମ, ଘାସରେ ପରିପୂର୍ଣ୍ଣ ଅବାଗିଆ ବଗିଚା , ବିଦ୍ୟାଳୟ ଚଉପାଶର ସ୍ଥାନୀୟ ଲୋକଙ୍କ ପ୍ଳାଵିତ ମୂତ୍ର ଧାରର ଉତ୍କଟ ଦୁର୍ଗନ୍ଧ ଓ ତତ୍ ଜନିତ ଲୁଣିଖିଆ ପାଚେରୀ କାନ୍ଥ । ତତ୍ ସଙ୍ଗେ ସଙ୍ଗେ ଜଳଖିଆ ,ଚାହା,ପରିବା,ତେଜରାତି,ମାଛ ଇତ୍ୟାଦି ଦୋକାନ ଗୁଡିକର ସକଳ ଆବର୍ଜ୍ଜନାରେ ପରିବେଷ୍ଟିତ ହେବାରେ ଲାଗିଛି ଏବେକାର ଆମ ବିଦ୍ୟାଳୟ ମାନଙ୍କର ଚତୁର୍ଦ୍ଦେଶ । ଏଥିରେ ସଭିଏଁ ସଂଶ୍ଳିଷ୍ଟ ଥିବା ଆମ ଭଳି ମଣିଷମାନେ କେଵଳ ବିଦ୍ୟାଳୟ ଯିବା ଆସିବାକଥାଟିକୁ ହିଁ ଗୁରୁତ୍ୱ ଦେବା ମନେ ହୁଏ । କିନ୍ତୁ ବିଦ୍ୟାଳୟରେ କ'ଣ କରିବା କଥା ଏବଂ କିପରି କରିବା କଥା ସେସଵୁରେ ଆଉ ଧ୍ୟାନ ରଖିବାକୁ ଆମେ ଵେଳ ପାଉନାହୁଁ । କାରଣ ଆମକୁ ଆମ ମୋବାଇଲ ଏବେ ଵେଶୀ ଵ୍ୟସ୍ତ କରି ରଖିବାକୁ ବାଧ୍ୟ କରୁଛି ।
ଆମ ବିଦ୍ୟାଳୟ ପରିସର ସ୍ବାଭାବିକ ଭାବେ ସଂକୀର୍ଣ୍ଣ ଵୋଲି ସଭିଏଁ ଜାଣନ୍ତି । ପିଲାଙ୍କ ପାଇଁ ସଵୁ ଵ୍ୟଵସ୍ଥା କରୁ କରୁ ଅଜାଣତରେ ଖେଳ ପଡିଆ ପ୍ରତି ଆମେ ବିଲକୁଲ୍ ଧ୍ୟାନ ହିଁ ଦେଉ ନାହୁଁ । କୋଣବାଡରେ କେଉଁଠି କିଛି ଯାହା ଜାଗା ଟିକିଏ ପିଲାଙ୍କ ଖେଳ ପାଇଁ ଥିଲା ସେତେକ ମଧ୍ୟ ସରକାର ଆଖିରେ ଗଲା ନାହିଁ ଯେ ଏଵେ ଅଙ୍ଗନବାଡ଼ି ଗୃହର ସମାବେଶ ହେବାରେ ତାକୁ ଵ୍ୟଵହାର କରିବାକୁ ବାଧ୍ୟ କରାଯାଉଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଆଡେ଼ କହୁଛନ୍ତି ସରକାରଙ୍କ ନିର୍ଦ୍ଦେଶ ଅଛି ଯେମିତି ବି ବିଦ୍ୟାଳୟ ପରିସର ମଧ୍ୟରେ ହିଁ ଅଙ୍ଗନବାଡ଼ି ଘର ହେବଟା ହିଁ ହେଵ । ଗେଞ୍ଜାପେଲାରେ ହେଉପଛେ ଅଙ୍ଗନବାଡ଼ି ଘର ହୋଇଗଲେ ସରକାରଙ୍କ ଵାହାଦୁରୀ ତ ଵଢିଯିବ ନା । ଏଣେ ମୂଳ ପିଲାଙ୍କ ଚଳପ୍ରଚଳ ଯାହାହେବା କଥା ହେଉ ସେଥିରେ କଣ ଵା ପରବାୟ ଅଛି ? ବଡ ଆଶ୍ଚର୍ଯ୍ୟକର କଥା ବିଦ୍ୟାଳୟ ପରିସରରେ ଏଵେ ସରକାରଙ୍କ ଅଙ୍ଗନବାଡ଼ି ଘର ନିର୍ମାଣ ନିଶା ଦେଖି ପରିସରରେ ଦୈଵାତ୍ ଯଦି ଜାଗା ଟିକିଏ ରହି ଯାଇଛି ସେଠି ପବ୍ଲିକ୍ ଏଵେ କୋଠଘର କରିବା ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସୁପାରିଶ ଆଣି କାମ ଆରମ୍ଭ କରିଦେଲେଣି । ଏହା ଵିଡମ୍ବନା ନା ଵିଗିଡା ପ୍ରକୃତି ଆଦୈ। ଜାଣି ହେଉନି । ଆଭିମୁଖ୍ୟରେ ନୂତନତ୍ବ କିଛି ଦେଖିବାକୁ ମିଳୁ ନାହିଁ ବରଂ ସେଥିରେ ଥିବା ସଂକୀର୍ଣ୍ଣତାର ପାହାଡଟା ଓଜନିଆ କରୁଛି ଶିକ୍ଷାର ଶୃଙ୍ଖଳିତ ଅଵ୍ୟଵସ୍ଥାକୁ !
କିଛି ବର୍ଷ ପୂର୍ବରୁ ବିଦ୍ୟାଳୟ ପରିସର ଗାଆଁ ଲୋକଙ୍କ ଆଡ୍ଡାସ୍ଥଳୀ ଥିଲା ।ସ୍କୁଲ ପିଣ୍ଡାରେ ତାସ ଖେଳିବା , ପରିସରରେ ଭୋଜିଭାତର ଆୟୋଜନ କରି ଶ୍ରେଣୀଗୂହ ଗୁଡିକୁ ସେଥିରେ ବିନିଯୋଗ କରିବା , ଧାନ ମାଣ୍ଡିଆ ଇତ୍ୟାଦି ସ୍କୁଲ ଛାତରେ ଶୁଖାଇବା , ଧାନ ଓ ମାଣ୍ଡିଆ ଵସ୍ତା ସ୍କୁଲ ପିଣ୍ଡାରେ ଗଦେଇ ରଖିବା ,କୋଠ କୁଳ ସଭାର ଆୟୋଜନରେ ବିଦ୍ୟାଳୟକୁ ଵ୍ୟଵହାର କରେଇବା, ସ୍କୁଲ ପରିସରରେ ଗୋରୁଗାଈଙ୍କୁ ବାନ୍ଧି ରଖିବା, ସ୍କୁଲପିଣ୍ଡାରେ ଶୋଇବା ଇତ୍ୟାଦି ଭଳି ଅନୀତିମୂଳକ କାର୍ଯ୍ୟ ପରିଚାଳିତ ହୋଇ ଆସୁଥିଲା।
ଠିକ୍ ମନେ ପଡୁଛି ୨୦୧୧ ମସିହା ବେଳକୁ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମହାଶୟା ଗଣଶିକ୍ଷା ବିଭାଗର ସଚିବ ରୂପେ ଦାୟିତ୍ୱ ତୁଲାଉଥିବା ସମୟେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପରିବ୍ୟାପ୍ତ ଦୁରାବସ୍ଥା ଗୁଡିକ ଉପରେ ବୋଧହୁଏ ନଜର ଵୁଲାଇ ଆଣିଲେ । ଫଳରେ କିଛିଦିନ ଭିତରେ ବିଦ୍ୟାଳୟମାନଙ୍କର ପାଚେରୀ କାନ୍ଥ ଠିଆ ହୋଇଗଲା । କମ୍ ଦିନରେ ଏବଂ କମ ଖର୍ଚ୍ଚରେ ଓଡିଶା ସାରା ବିଦ୍ୟାଳୟ ଗୁଡିକର ଓ ଶିକ୍ଷକମାନଙ୍କର ରଙ୍ଗ ଵଦଳି ଗଲା । ଗାଆଁ ଲୋକଙ୍କ ମନଇଛା ଅନୁପ୍ରଵେଶ ଏବଂ ସେଠାରେ ପୂର୍ଵ ପ୍ରଚଳିତ ଅଣଶିକ୍ଷା କାର୍ଯ୍ୟକ୍ରମ ଘୁଡିକରେ ଅଙ୍କୁଶ ଲଗାଗଲା । ଫଳରେ ଶିକ୍ଷକଵନ୍ଧୁମାନେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶୀକାର ହେଲେ ସତ ହେଲେ ବିଦ୍ୟାଳୟଗୁଡିକର ଧାରା ତ ଵଦଳିଗଲା । ଶ୍ରୀମତୀ ଷଡ଼ଙ୍ଗୀ ମହାଶୟା ଯେତେବେଳେ ଗଣଶିକ୍ଷା ଵିଭାଗର ସଚିବ ଦାୟିତ୍ଵ ଛାଡିଲେ ଠିକ୍ ପରେ ପରେ ବିଦ୍ୟାଳୟ ଗୁଡିକ ପୂର୍ଵବତ୍ ଅଵସ୍ଥା ଧାରଣ ଧରିବା ଆରମ୍ଭ କଲା । ଅବଶ୍ୟ ସ୍କୁଲ ପରିସରରେ ଭୋଜିଭାତ ସିନା ଆଉ ହେଲାନି କିନ୍ତୁ ଅସାମାଜିକ ତିନ୍ତାଧାରାର ଯୁବକମାନେ ପାଚେରୀ ଡିଆଁ ଡେଇଁ କରି ନାନା ଉପଦ୍ରବ ଆରମ୍ଭ କରିବାରେ ଲାଗି ପଡିଲେ । ଏମିତି କି ପାଚେରୀ କାନ୍ଥ ଭାଙ୍ଗି ସେଥିରେ ଵ୍ୟଵହୃତ ଇଟା ସଵୁକୁ ନେଇଗଲେ । ବିଦ୍ୟାଳୟର ଆଭ୍ୟନ୍ତତରୀଣ ପରିବେଶ ସ୍ତରକୁ ଅବାଗିଆ କରିବା ଆରମ୍ଭ କଲେ । ନଳକୂପ ରାଜନୀତିର ଦୈ।ରାତ୍ମ୍ୟରେ ଅସହ୍ୟ ହୋଇ ପଡିଲା ବିଦ୍ୟାଳୟ ପରିସର । ପୂରା ସମୟ ଗ୍ରାମ୍ୟ ମହିଳାଙ୍କ ପାଣିନିଆ ଆସରର ଦାଦାଗିରି ବଢିଲା ଏବଂ ସ୍କୁଲ ଫାଟକକୁ ଖୋଲା ରଖିବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ SMC ଅଧ୍ୟକ୍ଷଙ୍କ ଜରିଆରେ ତାଗିଦ୍ କରାଗଲା । ପାଠପଢା ପରିବେଶକୁ ନଳକୂପର ଧାରାବାହିକ ଧଡକଚ ଶବ୍ଦ ସଂପୂର୍ଣ୍ଣ ଖାଇଲା । କୈ।ଣସି ମତେ ଶୃଙ୍ଖଳା ଆଣିବାରେ ଉଦ୍ୟମ କରାଗଲେ ଵିଭାଗ ଠାରୁ ଉତ୍ତର ମିଳିଲା ଯେ ସ୍ଥାନୀୟ ଲୋକଙ୍କୁ ଧରି ଚଳ । ଅର୍ଥାତ୍ ବାଡ଼ି ଭାଙ୍ଗିବନି ସାପ ମରିବନି ଫର୍ମୁଲାକୁ ପ୍ରୟୋଗ କଲେ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ । ଏମିତି ହିସାବରେ ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନ କଣ ତିଷ୍ଠି ପାରେ ?
ସରକାର ଭାବିଲେ ଶିକ୍ଷକମାନେ ଠକିବା ଯୋଗୁଁ ବିଦ୍ୟାଳୟ ଗୁଡିକର ଶିକ୍ଷା ପରିସର କ୍ରମଶଃ ଏମିତି ଦୈନ୍ୟ ଅବସ୍ଥା ଆଡକୁ ଗତି କରୁଛି । ତେଣୁ ସେଥିରୁ ବିଦ୍ୟାଳୟକୁ ବଞ୍ଚାଇବା ପାଇଁ SMC ଗଠନ ପ୍ରକ୍ରିୟା ଆରମ୍ଭ କରାଗଲା ଯଦ୍ବାରା ବିଦ୍ୟାଳୟ ଶିକ୍ଷା ବ୍ୟଵସ୍ଥାରେ ଅଯଥା ରାଜନୀତି ଦୈ।ରାତ୍ମ୍ୟ ପ୍ରବେଶ କରି ଏକ ନୂଆଧରଣର ଅତିରିକ୍ତ ବିଶୃଙ୍ଖଳିତ କେନ୍ଦ୍ରବିନ୍ଦୁ ପାଲଟି ଗଲା ପ୍ରାଥମିକ ବିଦ୍ୟାଳୟ ଗୁଡିକ ।
ସ୍ଥାନୀୟ ଟ୍ୟାଲେଣ୍ଟ ଓ ଯୋଗ୍ୟତା ଥିବା ପିଲାଙ୍କୁ ଶିକ୍ଷକ ନିଯୁକ୍ତି ଦିଆ ନଯାଇ ଵହୁ ଦୂରଦୂରାନ୍ତରୁ ପିଲାମାନଙ୍କୁ ନିଯୁକ୍ତି ପ୍ରକ୍ରିୟାର ବ୍ୟଵସ୍ଥା ସରକାରମାନେ କଲେ । ଫଳରେ ସେଥିରେ ଜାଲ୍ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ଅନୁପ୍ରବେଶ ବଢି ଚାଲିଲା । ଅନ୍ୟପଟେ ସେହି ଶିକ୍ଷକମାନେ ସପ୍ତାହେ ଏପଟେ ଆଉ ସପ୍ତାହେ ସେପଟେ ରହି ବିଦ୍ୟାଳୟର ମୈ।ଳିକ ପରିବେଶକୁ ବିରାଡ଼ି ଵସିଲେ । ସେଥିରେ କେତେକ ଅଧିକାରୀ ଓ କ୍ଳର୍କମାନଙ୍କ ଲାଭ ହେବା ଛଡ଼ା ଅନ୍ୟ ଫଳ ସଵୁରେ ଶୂନ ପରିଲକ୍ଷିତ ହେବା ଦେଖିବାକୁ ମିଳିଲା । ଵଦଳି ଵ୍ୟଵସ୍ଥର ପ୍ରଚଳନ ହେବା ଦ୍ବାରା ହାତଗୁଞ୍ଜା ନିୟମରେ ଅନେକେ ବ୍ୟକ୍ତିଗତ ସ୍ବାର୍ଥ ଥାଇ ସୁବିଧା ଜାଗାରେ ରହିବାର ଏଵେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଦୂର ଯାଗାରୁ ଶିକ୍ଷକ ନିଯୁକ୍ତି ପୁଣି ସେମାନଙ୍କ ପାଇଁ ବଦଳି ନିୟମ ପ୍ରାଥମିକ ଶିକ୍ଷା ବ୍ୟଵସ୍ଥାରେ ସଂସ୍କାର ନା କୁସଂସ୍କାର ଜଣାପଡୁ ନାହିଁ ।
ଵାକି ରହିଲା ରାଜନୈତିକ ହସ୍ତକ୍ଷେପ ବିଚାର କଥା । ଆପଣମାନେ ଜାଣନ୍ତି ଗାଆଁ ଗହଳିର ରାଜନୀତି କଥା । ଗ୍ରାମ ରାଜନୀତିରେ ସଂପୃର୍ଣ୍ଣ ସଂକୀର୍ଣ୍ଣତା ରହି ଆସିଛି କେଉଁ କାଳରୁ । ରାଜନୈତିକ କଳୁଷତାର ନିମ୍ନ ଵିଚାର ପ୍ରତିଫଳିତ ହେଉଛି ଏବେ ଶିକ୍ଷା ବ୍ୟଵସ୍ଥାରେ । ଅଧିକାରୀମାନେ ଲୋକପ୍ରତିନିଧି ମାନଙ୍କ ହାତବାରିସି ସାଜି ଅଯଥା ଶିକ୍ଷକ ବଦଳି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇ ଥାଆନ୍ତି । ଏଥିରେ ଶିକ୍ଷକମାନଙ୍କ ଭୁଲ କଣ ? ସରକାରୀ କର୍ମଚାରୀ ହିସାବରେ ଲୋକ ପ୍ରତିନିଧି ହେବାର ଅଧିକାର ସିନା ତାଙ୍କର ନାହିଁ ହେଲେ ନାଗରିକ ହିସାବରେ ରାଜନୈତିକ ବିଚାର ଓ ଭୋଟ ଦେବାର ଅଧିକାର ସେ ସାବ୍ୟସ୍ତ କରିବ ନା ନାହିଁ ? ଲୋକ ପ୍ରତିନିଧି ମାନଙ୍କ କ୍ଷମତା ସତରେ ସଵୁର ଊର୍ଦ୍ଧ୍ବରେ ନା କଣ ? ସାମ୍ବିଧାନିକ ବ୍ୟବସ୍ଥାରେ ଯାହା ଅଛି କିନ୍ତୁ ଲୋକପ୍ରତିନିଧିମାନେ ତା ଵ୍ୟତିରେକ ଅଧିକ ଅନ୍ୟ ଚିନ୍ତା ସଵୁ କରିଥାଆନ୍ତି । ହେଲେ ଶିକ୍ଷା ଓ ଶିକ୍ଷକ କ୍ଷେତ୍ରରେ ଏସଵୁ ହେଵା ଉଚିତ ନୁହେଁ ।ଏଵେତ ମାଧ୍ୟମିକ ଶିକ୍ଷକ ନିଯୁକ୍ତିର CBT ଦୁର୍ନୀତି ହାଟରୁ ଯାଇ କୋର୍ଟରେ ଗଡୁଛି । ଏଥିରେ ଵି ସେଭଳି ହସ୍ତକ୍ଷେପକୁ ସନ୍ଦେହ କରାଯାଇପାରେ । ଵୁଝାପଡୁନି ଆପଣମାନଙ୍କ ଆଭିମୁଖ୍ୟ କେଉଁ ସ୍ତରରେ ଅଛି ।
ଶିକ୍ଷା ଵିଗିଡିଲେ ସଂସାର ଵିଗିଡିଯିବ । ତେଣୁ ଶିକ୍ଷାର ଵିକାଶ କ୍ଷେତ୍ରରେ ଆମ ସମସ୍ତଙ୍କର ସକରାତ୍ମକ ଆଭିମୁଖ୍ୟର ଆବଶ୍ୟକତା ରହିଛି । ଏଠି ଶିକ୍ଷକ, ଶିକ୍ଷା ଵିଭାଗ, ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ସରକାର ସଭିଏଁ ସଂକୀର୍ଣ୍ଣ ରାଜନୀତିରୁ ଦୂରେଇ ରହି ଉତ୍ତମ ନାଗରିକ ଗଠନରେ ବିଦ୍ୟାଳୟ ଗୁଡିକୁ ମିଳିମିଶି ସଜାଡି ଆଣନ୍ତୁ । ନଚେତ୍ ତାର ବିପରୀତ ପ୍ରତିଫଳନ ଆମ ପରିବାର ଉପରେ ହିଁ ପ୍ରତିଫଳିତ ହେଵାରେ ଅସମ୍ଭବ ବୋଲି ରହିବ ନାହିଁ ।
