STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ଆମ ସଂସ୍କୃତି ରେ ପାନ

ଆମ ସଂସ୍କୃତି ରେ ପାନ

2 mins
14


ପାନର ଅର୍ଥ ପାନୀୟ। ପାନ କୁ ସାଧାରଣତଃ ତାମ୍ବୁଳ ବୋଲି କୁହାଯାଏ। ଏହାର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ ହୋଇଥିଲା ବୋଲି ଅନୁମାନ କରାଯାଏ। ଆମ ଓଡ଼ିଶା ର ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିଜ୍ଞାନୀ ମାନେ କହିଥାନ୍ତି। ପାନ ଏକ ଚିରହରିତ ଲତା ବିଶିଷ୍ଟ ଉଦ୍ଭିଦ ଅଟେ। ପାନର ପତ୍ର ସାଧାରଣତଃ ହ୍ରୁଦୟ ଆକାରର ଏବଂ ପତ୍ର ଗୁଡିକ ପରସ୍ପର ର ବିପରୀତ ଦିଗ ରେ ମାଡି ଥାଏ। 

ଆମ ରାଜ୍ଯ ଓଡ଼ିଶା ରେ ପାନ ଚାଷ ଅତି ପ୍ରାଚୀନ। ରାଜ୍ୟ ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପାନ ଚାଷ କରାଯାଇଥାଏ। ପାନ ଚାଷ କରିବା ପାଇଁ ବାଉଁଶରେ ତିଆରି ଏକ ସ୍ବତନ୍ତ୍ର ପ୍ରକାରର ଆବଦ୍ଧ ଘର ନିର୍ମାଣ କରାଯାଇଥାଏ। ଯାହାକୁ ଆମେ ପାନ ବରଜ କହିଥାଉ। ଆମ ଓଡ଼ିଆ ଜନ ଜୀବନରେ ପାନର ସ୍ଥାନ ସ୍ବତନ୍ତ୍ର। ବିବାହ, ବ୍ରତଘର, ସତ୍ଯନାରାୟଣ ପୂଜା, ତ୍ରିନାଥ ମେଳା, ଶ୍ରାଦ୍ଧ-ପିଣ୍ଡଦାନ, ଯଜ୍ଞ ଆଦି ନାନାଦି କର୍ମରେ ପାନର ବ୍ଯବହାର ଅପରିହାର୍ଯ୍ୟ ଅଟେ। ରଜପର୍ବ, ପ୍ରଥମାଷ୍ଟମୀ, ଡଙ୍ଗିଭସା ଆଦି ପର୍ବପର୍ବାଣି ରେ ପାନର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ରଜପର୍ବ ପାଳନ ସମୟରେ ଆଗତ ଅତିଥି, ସାଙ୍ଗ ସାଥି, ବନ୍ଧୁ ସହୋଦର ଙ୍କୁ ଭଙ୍ଗା ପାନ ଖଣ୍ଡିଏ ଦେଇ ଚର୍ଚ୍ଚା କରାଯାଇଥାଏ। ସେଇଥିପାଇଁ ଓଡ଼ିଆ ଘର ମାନଙ୍କ ରେ ପାନ ଡାଲା ଦେଖିବାକୁ ମିଳିଥାଏ। ଦେବନୀତି ହେଉ ଅବା ରାଜନୀତି ପ୍ରତ୍ଯେକ ଟି କର୍ମକାଣ୍ଡରେ ପାନକୁ ଲୋଡାଯାଇଥାଏ। ଆମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପାନ ସେବାର ବିଧି ରହିଅଛି। ସାଧାରଣ ମଣିଷ ର ଦୈନନ୍ଦିନ ଜୀବନରେ ଯେପରି ପାନର ଆବଶ୍ଯକତା ରହିଛି, ଠିକ୍ ସେହିପରି ପ୍ରଭୁ ଜଗନ୍ନାଥଙ୍କ ସେବାରେ ପାନର ଆବଶ୍ଯକତା ପଡିଥାଏ। ବଡଠାକୁରଙ୍କ ବଡ ସିଂହାର ବେଶ ହେଉ ଅବା ପହୁଡ଼,ଚାପ, ଚନ୍ଦନ ଆଦିରେ ତାମ୍ବୁଳ ଅର୍ପଣ କରାଯାଇଥାଏ। ଗାଁ ଗହଳିରେ ଭେଣ୍ଡିଆ ପିଲାମାନେ ପାନ ଖଣ୍ଡିଏ ଖାଇ ଛକ ବଜାରରେ ଗୁଲିଖଟି କରିଥାନ୍ତି। ନିର୍ବାଚନ ସମୟରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଜାଗାରେ ଭୋଟ ଚର୍ଚ୍ଚା ହୋଇଥାଏ। ସେହି ସମୟରେ ପାନର ବହୁଳ ବ୍ଯବହାର କୁ ଲକ୍ଷ୍ଯ କରି କୁହାଯାଇଥାଏ "ପାନଗୁଆ ଖଇର ଖିଲିକାତି, ଆହାକି ସୁନ୍ଦର ରାଜନୀତି"। 


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics