STORYMIRROR

Narayan chandra Nayak

Abstract Others

3  

Narayan chandra Nayak

Abstract Others

ବହୁରୂପା ବିରୂପାସ୍ନାତ ମାହାଙ୍ଗା-ବଡଚଣା ମାଟିର ମହକ

ବହୁରୂପା ବିରୂପାସ୍ନାତ ମାହାଙ୍ଗା-ବଡଚଣା ମାଟିର ମହକ

6 mins
9


କଟକ ଜିଲ୍ଲାର ମଣ୍ଡାପଡା ନିକଟରେ ମହାନଦୀର ବାମପାର୍ଶ୍ୱରୁ ବିରୂପା ନଦୀ ବାହାରି ଯାଜପୁର ଜିଲ୍ଲାର କାଇପଡ଼ା ଠାରେ ବ୍ରାହ୍ମଣୀ ନଦୀରେ ମିଶିଛି।ଏହି ନଦୀ ଟି ଅବିଭକ୍ତ କଟକ ଜିଲ୍ଲା ର ଟାଙ୍ଗୀ-ଚୌଦ୍ବାର,ମାହାଙ୍ଗା,ବଡଚଣା,ବରୀ, ଡେରାବିଶ,କେନ୍ଦ୍ରାପଡ଼ା ବ୍ଲକ ରେ ପ୍ରବାହିତ ହେଉଅଛି।ମହାନଦୀର ଶାଖା ନଦୀ ବିରୂପା ମାହାଙ୍ଗା ଏବଂ ବଡଚଣା ବ୍ଲକର ବାଲିଚନ୍ଦ୍ରପୁର ଥାନା ଅଂଚଳର ଜୀବନରେଖା ଭାବେ ପରିଗଣିତ ହୁଏ। ନଦୀ ଅବବାହିକାର ଉର୍ବର ମୂର୍ତ୍ତିକା ଓ ନଦୀ ଜଳକୁ ବ୍ଯବହାର କରି ଚାଷୀ ଭଲ ଫସଲ ଅମଳ କରିଥାନ୍ତି। କେବଳ ଉନ୍ନତ କ୍ରୁଷି ନୁହେଁ, ବିରୂପା ନଦୀ ତଟବର୍ତ୍ତୀ ମାହାଙ୍ଗା-ବଡଚଣା ର ଏହି ଅଂଚଳ ଟି ଓଡ଼ିଶା ର ଭାଷା, ସାହିତ୍ୟ,ସଂସ୍କୃତି, ଇତିହାସ, ରାଜନୀତି,ଧର୍ମ ସହିତ ଜଡିତ ହୋଇ ରହିଅଛି।ଏହି ନଦୀ ସନ୍ନିକଟ ଗ୍ରାମ ବାଲିପଡିଆ, ଯେଉଁ ଠାରେ ଯାଜପୁର ଜିଲ୍ଲାର ଶେଷ ସ୍ବାଧୀନତା ସଂଗ୍ରାମୀ ଓ ଓଡିଶା ସ୍ବାଧୀନତା ସଂଗ୍ରାମ ସମିତି ର ସଭାପତି ନୀଳମଣି ସାମଲ ଜନ୍ମ ଗ୍ରହଣ କରିଥିଲେ। କିଛିଦିନ ତଳେ ତାଙ୍କର ଜୀବନ ଦୀପ ଲିଭି ଯାଇଛି। ଶତାୟୁ ନୀଳମଣି ମାତ୍ର ୧୬ ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମ ରେ ସାମିଲ ହୋଇଥିଲେ। ୧୯୪୨ ମସିହାରେ ଭାରତଛାଡ ଆନ୍ଦୋଳନ ରେ ଯୋଗଦେଇ ୩ ବର୍ଷ କାରାଗାରରେ ବନ୍ଦୀ ଜୀବନ କାଟିଥିଲେ। ସେ ନିଜ ଗ୍ରାମ ର ଖ୍ଯାତନାମା ସ୍ବାଧୀନତା ସଂଗ୍ରାମୀ ବ୍ରୁନ୍ଦାବନ ତ୍ରିପାଠୀ ଙ୍କ ଘନିଷ୍ଠ ସହଯୋଗୀ ଥିଲେ। ବଡଚଣା ଗାନ୍ଧୀ ରୂପେ ପରିଚିତ ବ୍ରୁନ୍ଦାବନ ତ୍ରିପାଠୀ କୁସୁପୁର ନନ୍ଦ କିଶୋର ବିଦ୍ଯାମନ୍ଦିର ର ଛାତ୍ର ଥିଲେ। ସେ ପାଠପଢା ଅଧାରୁ ଛାଡି ସ୍ବାଧୀନତା ଆନ୍ଦୋଳନ ରେ ଯୋଗ ଦେଇଥିଲେ। "ମରଣସେନା ବାହିନୀ" ଗଠନ କରି ନିଜ ଅଂଚଳର ବହୁ ସଂଗ୍ରାମୀମାନଙ୍କୁ ଏଥିରେ ସାମିଲ କରିଥିଲେ। ୩ ମାସ ଧରି ବ୍ରିଟିଶ ରାଜତ୍ବ ରୁ ବରୀ, ମାହାଙ୍ଗା, ବଡଚଣା ଅଂଚଳକୁ ମୁକ୍ତ କରି ଶାସନ କରିଥିଲା ଏହି ବାହିନୀ। ସେ ୧୨ ବର୍ଷ କାରାଦଣ୍ଡ ଭୋଗ କରିଥିଲେ। ସ୍ବାଧୀନତା ର ଅବ୍ଯବହିତ ପୂର୍ବରୁ ତାଙ୍କ ସହ ନିଜ ଅଂଚଳର ଅନେକ ସଂଗ୍ରାମୀ ଯଥା ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ନୀଳମଣି ସାମଲ, ଗୋଲକ ପ୍ରଧାନ, ଭୋଳାନାଥ ମହାନ୍ତି, ତିଳ ମଳିକ, ନୀଳ ମଳିକ, ବୈଲୋଚନ ପ୍ରଧାନ, ହର ବାରିକ, ତ୍ରିଲୋଚନ ପ୍ରଧାନ ପ୍ରମୁଖଙ୍କୁ ମୁକ୍ତି ମିଳିଥିଲା। ଦେକୁଡି ଗ୍ରାମର କ୍ରୁଷ୍ଣମୋହନ ରାଉତରାୟ, ବନ୍ଦରେଶ୍ବର ଗ୍ରାମ ର ଜଗନ୍ନାଥ ମାନ୍ଧାତା ମଧ୍ଯ ସ୍ବାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ।ଜନପ୍ରିୟ ଜନନେତା ଏବଂ ଦୁଇ ଥରର ବିଧାୟକ ମାନଗୋବିନ୍ଦ ସାମଲ ମଧ୍ଯ ଏହି ବିରୁପା ନଦୀ ତଟବର୍ତ୍ତୀ ଗ୍ରାମ କଳାଶ୍ରୀ ରେ ଜନ୍ମ ଗ୍ରହଣ କରିଥିଲେ। ନବକୃଷ୍ଣ ଚୌଧୁରୀଙ୍କ ପ୍ରେରଣା ରେ ସେ ଓଡିଶା ରାଜନୀତିରେ ଯୋଗଦେଇଥିଲେ। ବଡଚଣା ର ବିଧାୟକ ଥିବା ସମୟରେ ସେ ଏହି ବ୍ଲକର ଉନ୍ନତି ରେ ନିଜ ର ଶ୍ରେଷ୍ଠ ଅବଦାନ ଦେଇଥିଲେ।ସେଥିପାଇଁ ଅଂଚଳବାସୀ ତାଙ୍କୁ ଶ୍ରଦ୍ଧାରେ ମାନବାବୁ ବୋଲି ଡାକୁଥିଲେ। ବହୁରୂପା ବିରୂପା ନଦୀ ସନ୍ନିକଟ ଗ୍ରାମ ମୂଳବସନ୍ତ। ଏହି ଐତିହ୍ୟ ସମ୍ପନ୍ନ ଗ୍ରାମ ରେ ବାଗ୍ମୀ ବିଶ୍ବନାଥ କର ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ସମାଜ ସଂସ୍କାରକ, ସଂପାଦକ, ସାହିତ୍ୟିକ,ବକ୍ତା, ପ୍ରାବନ୍ଧିିିିିିିିକ ଓ ସ୍ବାଧୀନତା ସଂଗ୍ରାମୀ ଥିଲେ।ସେ ପ୍ଯାରୀମୋହନ ଏକାଡେମୀ ରୁ ଶିକ୍ଷା ଲାଭ କରି କିଛି ଦିନ ଶିକ୍ଷକତା ମଧ୍ଯ କରିଥିଲେ। ଓଡ଼ିଆ ସାହିତ୍ୟ ର ସୁରକ୍ଷା ଓ ବିକାଶ ନିମନ୍ତେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସାହିତ୍ୟ ସମାଜର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସମ୍ପାଦକ। ସମାଜ ରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ କୁସଂସ୍କାର କିପରି ମଣିଷ ର ବିକାଶରେ ବାଧକ ସାଜେ ସେ ବିଷୟ ରେ ଲୋକଙ୍କୁ ବୁଝାଉଥିଲେ। ନିରକ୍ଷରତା ଦୂରୀକରଣ ଲାଗି ନିଜ ଗ୍ରାମ ରେ ବିଦ୍ଯାଳୟ ପ୍ରତିଷ୍ଠା କରିଥିଲେ। ସେ ଜଣେ ଭଲ ବକ୍ତା ମଧ୍ଯ ଥିଲେ।ଏହି ମୂଳବସନ୍ତ ଗ୍ରାମ ରେ ପଣ୍ଡିତ ଗୋପୀନାଥ କର ଜନ୍ମ ହୋଇଥିଲେ। ବହୁ ସଂସ୍କୃତ ପୁରାଣ କୁ ସେ ଓଡିଆ ଭାଷାରେ ଅନୁବାଦ କରିଛନ୍ତି। "ବିଚିତ୍ର ବିଲଙ୍କା" ନାମରେ କବିଙ୍କର ଏକ ମୌଳିକ କାବ୍ଯ ରହିଛି। କ୍ରୁଷ୍ଣ ଚନ୍ଦ୍ର କର ଜଣେ ସାହିତ୍ଯିକ ଏବଂ ସମାଲୋଚକ ଥିଲେ। ତାଙ୍କର ଜନ୍ମ ମଧ୍ଯ ମୂଳବସନ୍ତ ଗ୍ରାମ ରେ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିବା କ୍ରୁଷ୍ଣଚନ୍ଦ୍ର "ପୂର୍ଣଚନ୍ଦ୍ର ଭାଷାକୋଷ" ର ସହ ସମ୍ପାଦକ ଥିଲେ। ସମାଜ ସଂସ୍କାରକ ବୈରାଗୀ ମିଶ୍ର ମୂଳବସନ୍ତ ପଂଚାୟତ ର ଗୁଣୁପୁର ଗ୍ରାମରେ ଜନ୍ମ ହୋଇଥିଲେ। ମୂଳବସନ୍ତ ର ନିକଟ ଗ୍ରାମ ଟିର ନାମ ହେଉଛି କୁସୁପୁର। ବିରୂପା ତଟବର୍ତ୍ତୀ ଏହି ଗ୍ରାମ ରେ ପଲ୍ଲୀକବି ନନ୍ଦ କିଶୋର ବଳ ଜନ୍ମ ଗ୍ରହଣ କରିଥିଲେ।ଅଖ୍ଯାତ ପଲ୍ଲୀ କୁସୁପୁର ରେ ତାଙ୍କର ବାଲ୍ଯକାଳ କଟିଥିଲା।ନନ୍ଦ କିଶୋର ନିଜ ଗାଁ ସ୍କୁଲ ରୁ ଆରମ୍ଭ କରି କଟକ ଟାଉନ ସ୍କୁଲ, ରେଭେନ୍ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ଯାଳୟ, ରେଭେନ୍ସା କଲେଜ ରୁ ଶିକ୍ଷା ଲାଭ କରିଥିଲେ। ସେ କଟକ ଟାଉନ ସ୍କୁଲ ରୁ ଚାକିରି ଜୀବନ ଆରମ୍ଭ କରିଥିଲେ। କଲେଜ ପଢିବା ବେଳରୁ ସେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ। ନିଜର ପ୍ରଥମ ପ୍ରବନ୍ଧ "ପଲ୍ଲୀଚିତ୍ର" କୁ ସେ କବିତା ର ରୂପ ଦେଇଥିଲେ। ସେ ପିଲାମାନଙ୍କ ପାଇଁ "ନାନାବାୟା ଗୀତ " ରଚନା କରିଥିଲେ। ନନ୍ଦ କିଶୋର ଙ୍କ କବିତାରେ ଗ୍ରାମ୍ୟ ପରିବେଶ ର ସୁନ୍ଦର ଚିତ୍ର ଫୁଟି ଉଠିଥାଏ। ଏହି କୁସୁପୁର ଗ୍ରାମରେ ଶିଳ୍ପୀ ବିମ୍ବାଧର ବର୍ମା ଜନ୍ମ ହୋଇଥିଲେ।ସେ ନନ୍ଦକିଶୋର ବିଦ୍ଯାମନ୍ଦିର ରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ।କୌଣସି ବିଦ୍ଧିବଦ୍ଧ କଳା ଶିକ୍ଷା ଗ୍ରହଣ କରିନଥିଲେ ମଧ୍ଯ ମୂର୍ତ୍ତିକଳା ଏବଂ ଚିତ୍ରକଳାରେ ସେ ସିଦ୍ଧହସ୍ତ ଥିଲେ। ଏହି ଗ୍ରାମର ଜ୍ଞାନୀନ୍ଦ୍ର ବର୍ମା ଜଣେ ଲେଖକ,ସାମ୍ବାଦିକ,ସ୍ବାଧୀନତା ସଂଗ୍ରାମୀ ଓ ଅନୁବାଦକ ଥିଲେ। ପଲ୍ଲୀକବିଙ୍କ ସାହିତ୍ୟ ସର୍ଜନାରେ ପ୍ରୟୋଗ ଉତ୍କ୍ରୁଷ୍ଟ ଭାଷା ଶୈଳୀ ତାଙ୍କୁ ସାରସ୍ବତ ସ୍ରୁଷ୍ଟି ପାଇଁ ପ୍ରେରିତ କରିଥିଲା। ସେ ଅନେକ କବିତା, ଗଳ୍ପ, ନାଟକ, ଉପନ୍ୟାସ ଆଦି ରଚନା କରିଛନ୍ତି। "ସ୍ବର୍ଣ୍ଣ ଯୁଗର ସଂନ୍ଧ୍ଯା" ଶ୍ରୀଯୁକ୍ତ ବର୍ମାଙ୍କର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ନାଟକ। ଏହି ଗ୍ରାମ ରେ ଆହୁରି ଅନେକ ମହାନ୍ ବ୍ଯକ୍ତିତ୍ବ ଜନ୍ମ ନେଇଥିଲେ ସେମାନ ହେଲେ ସମାଜସେବୀ ଓ ଔପନ୍ୟାସିକ ରାଜେନ୍ଦ୍ର ବର୍ମା, ସ୍ବାଧୀନତା ସଂଗ୍ରାମୀ ଘନଶ୍ୟାମ ସାହୁ,ମାହାଙ୍ଗା ଗାନ୍ଧୀ ନାମରେ ଖ୍ଯାତ ସଂଗ୍ରାମୀ ସଚ୍ଚିଦାନନ୍ଦ ଜେନା,ସାମ୍ବାଦିକ ତଥା ପ୍ରଗତିବାଦୀ ର ପ୍ରତିଷ୍ଠାତା ସଂପାଦକ ପ୍ରଦ୍ଯୁମ୍ନ ବଳ, କବି ଓ ଶିଶୁ ସାହିତ୍ଯିକ ନନ୍ଦକିଶୋର ସାମଲ। ବିରୂପା ଅବବାହିକାର ଆଉ ଜଣେ ସୁଯୋଗ୍ୟ ସନ୍ତାନ ହେଲେ ଗଣକବି ବୈଷ୍ଣବ ପାଣି। କୋଠପଦା ଗ୍ରାମ ରେ ଜନ୍ମ ହୋଇଥିବା ଗଣକବି ଓଡ଼ିଆ ନାଟ୍ୟକାର ଓ ପାଲାକାର ଥିଲେ। ସେ ଅନେକ ଗୁଡ଼ିଏ ସଂସ୍କାର ଧର୍ମୀ ଗୀତିକବିତା ବା ସୁଆଙ୍ଗ ରଚନା କରିଥିଲେ।ସେ ଓଡ଼ିଆ ଗୀତିନାଟ୍ୟ ର ଜନକ ବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ। ଓଡ଼ିଶା ର ଅଗ୍ରଣୀ ବରପୁତ୍ରମାନଙ୍କ ମଧ୍ଯ ରେ ଅନ୍ଯତମ ପ୍ଯାରୀମୋହନ ଆଚାର୍ଯ୍ୟ ବିରୂପା ତଟବର୍ତ୍ତୀ ଗ୍ରାମ କୁଆଁପାଳ ର ପଶୁଲୁଣ୍ଡା ରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ଐତିହାସିକ ଓ ସମ୍ପାଦକ ଥିଲେ।ମଧୁସୂଦନ ରାଓ ଓ ଗୋବିନ୍ଦ ରଥ ଙ୍କ ସହ ମିଶି ସେ ଉତ୍କଳ ପୁତ୍ର ସମ୍ବାଦପତ୍ର ଆରମ୍ଭ କରି ତାହାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।କଟକ ନଗର ପରିଚାଳନା ଅଧିକାରୀ ନଗରକୁ ପରିଷ୍କାର ରଖିବାରେ ଅସମର୍ଥ ହୋଇଥିବା ଦେଖି ସେ ଉକ୍ତ ଅଧିକାରୀ ଙ୍କୁ କଟାକ୍ଷ କରି ସେଇ ସମ୍ବାଦପତ୍ର ରେ ଦରଖାସ୍ତ ଜୁତିଆନ୍ ଲେଖାଟିଏ ପ୍ରକାଶ କରିଥିଲେ। ଯାହା ଫଳରେ ସେ କଟକର ମାଜିଷ୍ଟ୍ରେଟ୍ ଙ୍କ କ୍ରୋଧର ଶିକାର ହୋଇଥିଲେ। ନିଜସ୍ବ ଉଦ୍ଯମ ରେ ସେ ଏକ ବେସରକାରୀ ସ୍କୁଲ ପ୍ରତିଷ୍ଠା କରିଥିଲେ। ଯାହା ପ୍ଯାରୀମୋହନ ଏକାଡେମୀ ନାମରେ ଖ୍ଯାତ। ସେ ଓଡ଼ିଶା ଓ ଓଡ଼ିଆ ଭାଷା କୁ ବହୁତ ଭଲ ପାଉଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ଓଡ଼ିଆ ମାନଙ୍କର ଉନ୍ନତି ତାଙ୍କର ଧ୍ଯେୟ ଥିଲା। ସେ "ଓଡ଼ିଶା ଇତିହାସ ଗ୍ରନ୍ଥ" ରଚନା କରିଥିଲେ। ଏହି ନଦୀ ନିକଟସ୍ଥ ଅନ୍ୟ ଏକ ପ୍ରମୁଖ ଗ୍ରାମ ଚାୟାଁପାଳ। ଏହି ଗ୍ରାମ ରେ ଶ୍ରୀଯୁକ୍ତ ଶରତ କୁମାର କର ଜନ୍ମ ନେଇଥିଲେ। ସେ ଜଣେ ବିଶିଷ୍ଠ ରାଜନୀତିଜ୍ଞ, ସାହିତ୍ୟିକ ଓ ବକ୍ତା ଥିଲେ।ରାଜନୀତି ବିଜ୍ଞାନ ର ଏହି ଛାତ୍ର ପରବର୍ତ୍ତୀ କାଳରେ ଅଧ୍ଯାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ବିଜୁବାବୁ ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ଥରେ ଲୋକସଭା ଓ ୩ଥର ଓଡ଼ିଶା ବିଧାନସଭା କୁ ନିର୍ବାଚିତ ହୋଇ ମନ୍ତ୍ରୀ ଏବଂ ବାଚସ୍ପତି ହୋଇଥିଲେ। ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗା ର ଉନ୍ନତି ନିମନ୍ତେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି।ବାଚସ୍ପତି ଥିବା ସମୟରେ ତାଙ୍କ ନେତୃତ୍ବ ରେ ବିଧାନସଭା କମିଟି ଗଠନ କରି ବିଛିନ୍ନାଞ୍ଚଳ ଷଢେ଼ଇକଳା-ଖରସୁଆଁ ମିଶ୍ରଣ ପାଇଁ ସେ କେନ୍ଦ୍ର ସରକାର ଙ୍କ ନିକଟରେ ଦାବୀ ଉପସ୍ଥାପନା କରିଥିଲେ। ସଂସ୍କୃତି ସମ୍ପନ୍ନ ଚାୟାଁପାଳ ଗ୍ରାମ ରେ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ଶ୍ରୀମାନ୍ ରଜତ କୁମାର କର ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ନାଟ୍ୟକାର, ଶିକ୍ଷାବିତ୍ ଓ ପ୍ରବୀଣ ବକ୍ତା ଥିଲେ। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ରେ ସେ ଉଦ୍ ଘୋଷକ ଭାବେ ବେଶ୍ ଲୋକପ୍ରିୟ ଥିଲେ। ଭଂଜ ସାହିତ୍ୟ ର ଜଣେ ଗବେଷକ ଭାବରେ ସେ ସୁନାମ ଅର୍ଜନ କରିଥିଲେ। ଅର୍ଥନୀତି ରେ ସ୍ନାତକୋତ୍ତର ଏହି ମନିଷୀ ଜଣକ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ କାମ କରିଥିଲେ।ବାଗ୍ମୀ ବିଶ୍ବନାଥ କରଙ୍କ ପରିବାର ର କୁଳମଣି କରଙ୍କ ଜ୍ଯେଷ୍ଠ ପୁତ୍ର ରଜତ କୁମାର କର। ଡଃ ରଜତ କର ନିଜର ଚାରିଭାଇଙ୍କ ଭିତରେ ଅଗ୍ରଜ ଥିଲେ। ଦ୍ବିତୀୟ ଭାଇ ପ୍ରଭାତ କୁମାର କର ଜଣେ ଶିକ୍ଷାବିତ୍ ଓ ଶିଶୁ ସାହିତ୍ଯିକ,ତ୍ରୁତୀୟ ଭାଇ ରାଜନୀତିଜ୍ଞ ଡଃ ଶରତ କୁମାର କର । ସାନ ଭାଇ ଡଃ ଅଜିତ୍ କୁମାର କର ଜଣେ ଶିଶୁରୋଗ ବିଶେଷଜ୍ଞ ଓ ସାହିତ୍ଯିକ। ପ୍ରଦୀପ୍ତ କିଶୋର ଦାସ ଅପରୂପା ବିରୂପା ତଟ କୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସମାଜ ସଂଗଠକ ଓ ବିଶିଷ୍ଠ ରାଜନୀତିଜ୍ଞ ଥିଲେ। କୁମୁଡା ଜଇପୁର ଗ୍ରାମର ଜୟୀରାମ ସାମଲ। ଓଡ଼ିଆ ଚଳଚ୍ଚିତ୍ର ର ଲୋକପ୍ରିୟ ହାସ୍ଯଭିନେତା ମଧ୍ଯ ଏଇ ବିରୂପା ଅବବାହିକା ର ସୁଯୋଗ୍ଯ ସନ୍ତାନ।ଆଦି ନାଟ୍ଯକାର ଜଗମୋହନ ଲାଲା ମହାଗ୍ରାମ ମାହାଙ୍ଗା ରେ ଜନ୍ମ ହୋଇଥିଲେ। ଜମିଦାର ପରିବାର ରେ ଜନ୍ମିତ ଜଗମୋହନ ବିଭିନ୍ନ ସଂସ୍କାର ଧର୍ମୀ ନାଟକମାନ ରଚନା କରିଥିଲେ।ବାବାଜୀ, ସତୀ, ପ୍ରୀତି ଆଦି ତାଙ୍କର ପ୍ରମୁଖ ନାଟକ ଅଟେ। ବିରୂପା ନଈକୂଳ ଗ୍ରାମ ନାନପୁର ରେ ଜନ୍ମିତ ଚିତ୍ରଶିଳ୍ପୀ ପ୍ରଫୁଲ ମହାନ୍ତି। ସେ ଜଣେ ଅନ୍ତର୍ଜାତୀୟ ଖ୍ଯାତିସମ୍ପନ୍ନ ଚିତ୍ରଶିଳ୍ପୀ ଓ ଲେଖକ ଅଟନ୍ତି। ବିରୂପା ନଦୀ ଅବବାହିକାରେ ରହିଛି ଉଦୟଗିରି, ଲଳିତଗିରି ଭଳି ବୌଦ୍ଧ ବିହାର। ହଜାର ହଜାର ବର୍ଷ ର ଗୌରବମୟ ବୌଦ୍ଧ ଧର୍ମ ଇତିହାସ, ସଂସ୍କୃତି ଓ ପରମ୍ପରା ର ମୁକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇ ରହିଛି ଉଦୟଗିରି, ଲଳିତଗିରି ର ବୌଦ୍ଧ ସ୍ତୁପ ଗୁଡିକ। ନିକଟରେ ଥିବା ପଲାଇ ଗ୍ରାମ ର ଓଳାଶୁଣୀ ପାହାଡ ମଧ୍ଯ ଏହି ଅଂଚଳର ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ପାହାଡ଼ ର ପାଦଦେଶରେ ରହିଛି ମା ଓଳାଶୁଣୀ ଙ୍କ ପୀଠ। ପର୍ବତ ଶିଖରରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ରହିଛି। ମାଘମାସ କ୍ରୁଷ୍ଣ ପକ୍ଷ ଏକାଦଶୀ ର ସନ୍ଥଙ୍କ ପବିତ୍ର ମହାପ୍ରୟାଣ ତିଥିରେ ପାଳିତ ହୁଏ ଓଳାଶୁଣୀ ଗୁମ୍ଫା ଯାତ୍ରା। ନିକଟରେ ରହିଛି ଗାଙ୍ଗୀ ପର୍ବତ। ପର୍ବତ ଶିଖରରେ ରହିଛି ଗୁପ୍ତଗଙ୍ଗା ମନ୍ଦିର। ଓଳାଶୁଣୀ ମେଳାରେ ପଥର ରେ ନିର୍ମିତ ଶିଳ, ଚକି, ଚନ୍ଦନପେଡ଼ି ଆଦି ବିକ୍ରୀ ହୁଏ। ମୂର୍ତ୍ତିକାରଙ୍କ ନିହାଣ ମୂନରେ ଜୀବନ୍ତ ଦ୍ରୁଶ୍ଯମାନ ମୂର୍ତ୍ତି ଗୁଡ଼ିକ ଏହି ଅଂଚଳ ର ପଥର ଶିଳ୍ପର ଉତ୍କର୍ଷତା କୁ ଦର୍ଶାଇ ଥାଏ। ଉତ୍କଳ ର ଭାଷା, ସାହିତ୍ୟ, ସଂସ୍କୃତି, ଧର୍ମ, ଇତିହାସ,ରାଜନୀତି, ଅର୍ଥନୀତି କୁ ବିପୁଳ ଅବଦାନ ଦେଇଥିବା ବିରୂପା ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମ କରୁଛି। ନଦୀଶଯ୍ୟା କ୍ରମଶଃ ପୋତି ହେବାରେ ଲାଗିଛି। ନଦୀର ମଧ୍ଯ ଭାଗରେ ବଡ ବଡ ଚର ସ୍ରୁଷ୍ଟି ହୋଇ ନଦୀର ଗତିପଥରେ ବାଧା ସୃଷ୍ଟି କରୁଛି। ନଦୀର ଉତ୍ପତ୍ତି ସ୍ଥଳ ପୋତି ହୋଇଗଲାଣି, ଯଦ୍ବାରା ତଳ ମୁଣ୍ଡ କୁ ପାଣି ଆସି ପାରୁ ନାହିଁ। ନଦୀ ଟିର ସୁରକ୍ଷା କରିବା ସମୟର ଆହ୍ବାନ।


Rate this content
Log in

Similar oriya story from Abstract