STORYMIRROR

Narayan chandra Nayak

Inspirational

4  

Narayan chandra Nayak

Inspirational

"ମୁଁ " ଇତିହାସ ମୁକସାକ୍ଷୀ

"ମୁଁ " ଇତିହାସ ମୁକସାକ୍ଷୀ

1 min
18


ମୋ' ଶିଳ୍ପୀକୁଳ ଯହିଁ ନିଥର ପାଷାଣେ ଫୁଟାଇ ଥିଲେ ଜୀବନ

"ମୁଁ" ସେହି ଭଗ୍ନ କୋଣାର୍କ ରୂପେ ଆଜି ବି ଦଣ୍ଡାୟମାନ, 

ନିତି କେତେ ଯେ ଦର୍ଶକ, ଗବେଷକ ବିସ୍ମିତ ହୁଅନ୍ତି ମତେ ଦେଖି 

"ମୁଁ" ସେହି କିମ୍ବଦନ୍ତୀ କଳିଙ୍ଗ ସ୍ଥାପତ୍ୟ କଳା ଇତିହାସ ମୁକସାକ୍ଷୀ।(୧) 

ମୋ' ସାଧବପୁଅ ବୋଇତ ବାହୁଥିଲେ ଛୁଇଁ ଯେଉଁ ସାଗର କୂଳ

"ମୁଁ" ସେହି ଲୁପ୍ତ ପାଲୁର, ଚେଳିତୋଳ, ତାମ୍ରଲିପ୍ତ ଆଜି ବି ଚଳଚଂଚଳ, 

ତିଥି କାର୍ତ୍ତିକ ପୂର୍ଣ୍ଣିମାରେ , ଆବାଳବୃଦ୍ଧବନିତା ଭସାନ୍ତି ଡଙ୍ଗା ରେ ପାନଗୁଆ ରଖି, 

"ମୁଁ" ସେହି ସମ୍ରୁଦ୍ଧ ଉତ୍କଳ ନୌବାଣିଜ୍ୟ ପରମ୍ପରା ଇତିହାସ ମୁକସାକ୍ଷୀ। (୨) 

ମୋ' ଶାସକ ସୈନିକ ପରାକ୍ରମେ ଯହିଁ କମ୍ପୁଥିଲା ରଣକ୍ଷେତ୍ର

"ମୁଁ" ସେହି ହ୍ରୁତ କଳିଙ୍ଗ ସାମ୍ରାଜ୍ଯ ଗଙ୍ଗା ଠାରୁ ଗୋଦାବରୀ ପରିବ୍ୟାପ୍ତ, 

ମୋ' ଠାକୁର ରାଜାଙ୍କ ରଖିବା ପାଇଁକି ମାନ, ଯୁଦ୍ଧେ ବିରାଜିତ ସ୍ବୟଂ ପ୍ରଭୁ ବଳଭଦ୍ର, ଜଗନ୍ନାଥ

"ମୁଁ" ଲୋକମୁଖରେ ଆଜି ବି ସେହି କାଂଚି ବିଜୟ ଅଭିଯାନ, ବିଜୟବାହୁଡା ନେତ। (୩) 

ମୋ' କବି ଲେଖକଙ୍କ ଲେଖନୀ ରେ ଯହିଁ ବିଶ୍ବ ଦେଖ ମଧୁମୟ

"ମୁଁ" ସେହି ବିସ୍ମ୍ରୁତ ଉପମା, ଅଳଙ୍କାରେ ଛନ୍ଦା ଓଡ଼ିଆ ସାହିତ୍ୟ ଜଗନ୍ନାଥମୟ, 

ମୋ' ଆରାଧ୍ୟଙ୍କ ଶବ୍ଦ ସଂଯୋଗରେ ସମ୍ପୂର୍ଣ୍ଣ ଯେଉଁଠି ଗୀତଗୋବିନ୍ଦ

"ମୁଁ" ସେହି ଶ୍ରେଷ୍ଠ ଭାଗବତ, ଦାଣ୍ତି ରାମାୟଣ, ଉତ୍କଳ-ଲକ୍ଷ୍ମୀ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ। (୪) 

ମୋ' ଗାୟକ ବାୟକଙ୍କ ଗାନ ବାଦନରେ ରସାମୃତ ଯହିଁ ଓଡ଼ିଶୀ, ଚଂପୁ, ଭଞ୍ଜ ସଙ୍ଗୀତ

"ମୁଁ" ସେହି ନର୍ତ୍ତକ, ନର୍ତ୍ତକୀଙ୍କ ଭାବଭଂଗୀ ରେ ଉତ୍କ୍ରୁଷ୍ଟ ଛଉ, ଗୋଟିପୁଅ, ଓଡିଶୀ ନ୍ରୁତ୍ଯ, 

ଧୋତି,ପଂଜାବୀ,ସମ୍ବଲପୁରୀ ପାଟରେ ଝଲସି ଉଠେ ମୋ ବେଶପୋଷାକ

"ମୁଁ" ସେହି ମିଠା ଯୁଦ୍ଧରେ ମଧୁର ବିଜୟୀ ଲକ୍ଷ୍ମୀ ମାନଭଞ୍ଜନ ପ୍ରସାଦ ରସ ଗୋଲକ।( ୫) 

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational