Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyaprakash Sethy, M. A(UGC NET)

Abstract

4.4  

Satyaprakash Sethy, M. A(UGC NET)

Abstract

ଆମ ଗାଁ କ୍ଲବ ପିଲା

ଆମ ଗାଁ କ୍ଲବ ପିଲା

5 mins
558


ସେଦିନ ଅନେକ ରାତି ଯାଏଁ ଆମେ ସମସ୍ତେ କ୍ଲବ୍ ପିଣ୍ଡାରେ ବସିଥିଲୁ। କାରଣ ଭିତରପଟେ ରୋଷେଇ ଚାଲିଥାଏ। ଗୋଟେ ଭୋଜି ଭାତର ଖୁବ୍ ୟୋଜନ ହୋଇଥାଏ। ଆମେ କେତକ ପିଣ୍ଡାରେ ବସି ଗୁଲିଖଟି ମାରୁଥାଉ। ଠିକ୍ ଏତିକି ବେକକୁ ଅନିନ୍ଦ୍ୟା ସୁନ୍ଦରୀ ରୂପବତୀ ଅଳ୍ପ ବୟସ୍କା ସ୍ତ୍ରୀ ଲୋକଟିଏ ଝପଟ କରି ଆମ ଆଖି ସାମ୍ନାରେ ଚାଲିଗଲା। ଆମ ନଜରଟା ତା ଉପରେ ପଡିଗଲା। ହଠାତ୍ ଆମେ କିନ୍ତୁ କିଛି ବୁଝିପାରିଲୁ ନାହିଁ। ତେଣୁ ସ୍ୱତଃ ମନରେ ପ୍ରଶ୍ନ - "ଇଏ ଏତେ ରାତିରେ ଏକୁଟିଆ କୁଆଡ଼େ ଯାଉଛି? କେଉଁ ଅଶରୀରୀ ନା ସଶାରୀରି ଜୀବାତ୍ମା?" ଟିକିଏ ଆମ ଭିତରେ ଏମିତି କିଛି କଥାବାର୍ତ୍ତା ଓ କଥା କଟାକଟି ଯୁକ୍ତିତର୍କ ହୋଇଗଲା। ପରେ କିଛି ତ ଗୋଟାଏ ଅନୁମାନ ନିଶ୍ଚୟ କରିନେଲୁ। ତେଣୁ ଦି ଚାରି ଜଣ ଉଠି ପଡ଼ି ତା ପଶ୍ଚାତ୍ ଧାବନ କଲୁ। ଆମେ ଯେ ତାକୁ ଅନୁସରଣ କରୁଥାଉ, ଏ କଥା ହୁଏତ ସେ ଅନୁଭବ କରି ପାରୁ ନଥାଏ କି ଜାଣି ପାରୁ ନ ଥାଏ । କିଛି ବାଟ ଗଲା ପରେ ଦେଖିଲୁ - ସେ ଆମ ଗାଁ ସୀମା ପାର ହୋଇ ଏକୁଟିଆ ବିଲ ବଣ ରାସ୍ତାରେ ଟ୍ରେନ୍ ଲାଇନ୍ ଆଡକୁ ମୁହାଁଇଛି। ସେଇଠୁ ଆମର ସନ୍ଦେହ ଆହୁରି ଘନୀଭୂତ ହେବାକୁ ଲାଗିଲା। ଏଥର ସେ ଆହୁରି ଦ୍ରୁତ ଗତିରେ ଆଗକୁ ବଢିଲା। ନିକଟରେ ଟ୍ରେନ୍ ଲାଇନ୍ ଆସିଯିବାରୁ ସେଠି ସେ ଛପିକି ବସି ପଡ଼ିଲା।

ସେପଟରୁ ଟ୍ରେନ୍ଟି ଆସୁଥାଏ । ସେ କୁଦି ପଡୁଥିଲା ଟ୍ରେନ୍ ଲାଇନ୍ ଉପରକୁ ଆତ୍ମ ହତ୍ୟା କରିବାର ଅପଚେଷ୍ଟା କରି। ଏତେବେଳକୁ ତା ଉଦ୍ଦେଶ୍ଯ ଆମକୁ ଆଉ ଅଛପା ନଥିଲା। ତେଣୁ ଅଗତ୍ୟା ଆମେ ତା ଉପରକୁ ଝାମ୍ପି ପଡ଼ିଲୁ, ମରଣ ମୁହଁରୁ ତାକୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିଲୁ। ସେ ମୋତେ ଛାଡ଼, ମୋତେ ଛାଡ଼ ଆଗ ପାଟି କରୁଥିଲା। ଶ୍ଯାମ ତା ଗାଲକୁ ରଟାସିଆକି ଦି ଚାରି ଚାପୁଡା ଛାଡ଼ିଦେଲା ପରେ ସେ ବାଟକୁ ଆସି ଯାଇଥିଲା ଓ ପ୍ରକୃତିସ୍ଥ ହୋଇ କାନ୍ଦି ଉଠିଥିଲା।

ମୁଁ ପଚାରିଲି - "ଏତେ ରାତିରେ ତୁମେ ଘରଦ୍ଵାର ଛାଡି କୁଆଡ଼େ ଯାଉଥିଲ? ପୁଣି ଟ୍ରେନ୍ ଲାଇନକୁ ଡେଇଁ କାହିଁକି ଆତ୍ମ ହତ୍ୟା କରିବାକୁ ଉଦ୍ୟତ ହେଉଥିଲ? ତୁମ ଘର କେଉଁଠି? ଏକଥା ଶୁଣି ସେ ଆହୁରି ଜୋହରରେ କାନ୍ଦିବାକୁ ଲାଗିଲା।

କହିଲା - "ପାଖ ଆର ଗାଁ ତରାଗୋରେ ମୋ ଘର। ସ୍ଵାମୀ ମୋର ଗୋଟେ ପ୍ରାଇଭେଟ୍ ସ୍କୁଲରେ ପିଅନ୍। କିନ୍ତୁ ପ୍ରତ୍ୟେହ ସ୍ଵାମୀ ସ୍ତ୍ରୀ ଭିତରେ ଝଗଡ଼ା ହୁଏ। ବିଭାଘର ମୋର ବର୍ଷେ ହୋଇ ଗଲାଣି, କିନ୍ତି ତଥାପି କଳି ତକରାଳ କିଛି ଅନ୍ତିମ ନିର୍ଣ୍ଣୟ ନେଉ ନାହିଁ।

ଦିନ ବେଳା ଶାଶୁ ନଣନ୍ଦଙ୍କ ପାଖରୁ ନାନା କଥା ଶୁଣେ। ସନ୍ଧ୍ୟା ହେଲେ ସେମାନେ ଦାଣ୍ଡ ପିଣ୍ଡାରେ ବସି ସବୁ କଥା ସ୍ୱାମୀଙ୍କ କାନରେ ଫୋଡ଼ନ୍ତି। ତେଣୁ ଖାଇ ସାରି ଶୋଇବାକୁ ଗଲେ ସ୍ଵାମୀ ମୋ ଉପରେ ତାନତୋଡ଼ ଦେଖାନ୍ତି। ମୁଁ ଯେତେ ବୁଝେଇଲେ ମଧ୍ୟ ଆଦୌ ବୁଝନ୍ତି ନାହିଁ। ଓଲଟା ମାଡଗାଳି ଦେଇ ମୋତେ ଅତ୍ୟାଚାର କରନ୍ତି। ତେଣୁ ଏଇ ପ୍ରକାର ସହିବି ସହିବି ବୋଲି ନିଇତି କେତେ ଆଉ ସାଜିବି ଯେ! ତେଣୁ ଭାବିଲି ଆଜି ପ୍ରାଣ ବିସର୍ଜନ କରି ସବୁଦିନ ପାଇଁ ଘଟଣାର ଗୋଟେ ପୂର୍ଣ୍ଣଚ୍ଛେଦ ପକାଇବି।

ଏ କଥା ବାପାକୁ ମଧ୍ୟ କେତେବାର କହିଲିଣି। ସେ ବୁଢ଼ା ମଣିଷ ଆଉ କ'ଣ କରିଥାନ୍ତେ ଯେ! ଓଲଟା କହନ୍ତି - ପ୍ରଥମେ ପ୍ରଥମେ ସମସ୍ତଙ୍କ ଜୀବନରେ ଏମିତି ଅଶାନ୍ତି ଘଟେ। ତୁ ଟିକେ ପିଠେଇ ନେ' ଦେଖିବୁ ସବୁ ଠିକ୍ ହୋଇଯିବ। ତେଣୁ ମୁଁ ସବୁ ସହି ନେଉଥିଲି। ହେଲେ ଆଉ ନୂହେଁ । ବରଦାସ୍ତ କରିବାର ଗୋଟେ ସୀମା ଅଛି, ହେଲେ ମୁଁ ଆଉ ସହି ପାରୁ ନାହିଁ, ଉତ୍ପୀଡ଼ନ ଅଧିକ ହେଲାଣି "କହି ଭୋ ଭୋ ହୋଇ ଆହୁରି କାନ୍ଦି ଉଠିଲା।

ବାସ୍ତବ କଥା ସବୁ କଥାରେ ଗୋଟେ ସୀମା ଅଛି, ସୀମା ଉଲ୍ଲଂଘନ ହେଲେ ମଣିଷ କି କରିବ ଯେ! ମୁଁ ପଚାରିଲି -" ତେବେ ଅଶାନ୍ତିର ମୂଳ କାରଣ କ'ଣ? ସେ କହିଲା - "ଯୌତୁକ" ଆମେ ପରସ୍ପର ସମସ୍ତେ ବିଚାର ବିମର୍ଷ କଲୁ - ଏ କାଥର ଗୋଟେ କିଛି ସମାଧାନ ଆଶୁ ନିରାକରଣ ଯେମିତି ହେଲେ କରିବାକୁ ପଡ଼ିବ ଓ ଯୌତୁକ ସମସ୍ୟାର ମୁଳ ଉତ୍ପାଟନ କରିବାକୁ ହେବ। ସାମାନ୍ୟ କେଇଟା ଅର୍ଥ ଓ ଧନ ଲୋଭ ପାଇଁ ମଣିଷ ଯେ ପଶୁତୁଲ୍ୟ ହୋଇଯିବ ଏ କଥା ଆଦୌ ସ୍ପୃହଣୀୟ ନୂହେଁ। ତେଣୁ ଆଗ ରାଣ ନିୟମ ପକାଇ ତାଙ୍କୁ ଖାଇବାକୁ ଅନୁରୋଧ କଲୁ। ସେ ନାଇଁ ନାଇଁ ହେଉଥିଲେ। ହେଲେ ତୁମେ ନ ଖାଇଲେ ଆମେ କେହି ଖାଇବୁ ନାହିଁ କହିଲାରୁ ସେ ବାଧ୍ୟ ହୋଇ ଖାଇଲେ ଓ ଆମେ ବି ସମସ୍ତେ ଦିଟା ଖାଇଲୁ । ହେଲେ ରାତି ସେତେବେଳେକୁ ଦୁଇଟା ବାଜି ଗଲାଣି ଭୋକରେ ଜ୍ଞାନ ହଜି ଯାଉଥାଏ। ସେ ଖାଇଲେ ଯେ କିନ୍ତୁ ଗୋଟେ ବଡ଼ ସର୍ତ୍ତ ରଖିଲେ, କହିଲେ - "ମୋର ଭାଇ ନାହିଁ, ତେଣୁ ଆଜିଠାରୁ ତୁମେମାନେ ସମସ୍ତେ ମୋର ଭାଇ, କିନ୍ତୁ ମୋତେ ଗୋଟେ କଥା ଦିଅ! କେହି ଯେମିତି ଯୌତୁକ ନେଇ ବିବାହ ନକର। ତାହେଲେ ଯାଇ ମୋର ବଞ୍ଚି ରହିବା ସାର୍ଥକ ହେବ" । ତେଣୁ ଗୋଟେ ଭାବାବେଶରେ ଆସି ଆମ୍ଭେମାନେ ସମସ୍ତେ ସେ କଥାରେ ହଁ ଭରିଦେଲୁ ଓ ସଂକଳ୍ପ ମଧ୍ଯ ନେଲୁ ଯେ କେହି ଯୌତୁକ ନେବା ନାହିଁ ଏବଂ ଯିଏ ଯୌତୁକ ନେଇ ବାହା ହେବ ତାକୁ ପାନେ ଚଖାଇବା। ଅପା ଏଥିରେ ଖୁସି ହେଲା।

ଖାଇପିଇ ସାରିଲା ପରେ ଗାଁର କେତେ ଜଣ ପୁରୁଖା ଲୋକଙ୍କୁ ଡାକି ପରାମର୍ଶ କଲୁ। ସେମାନେ ସବୁ ଆମ କାର୍ଯ୍ୟର ପ୍ରଶଂସା କରି କହିଲେ - "ଯାହା ହେଉ ତୁମ କ୍ଲବ ପିଲାମାନେ ଆଜି ଗୋଟେ ଉତ୍ତମ କାର୍ଯ୍ୟ କରିଛ। ତୁମେ ଯେଣୁ ତା'ର ପ୍ରାଣ ବଞ୍ଚାଇଲ ଆଜିଠାରୁ ସେ ଏ ଗାଁର ଝିଅ। ସେ ଏବେ ଏକୁଟିଆ ନୂହେଁ। ଆମେ ସବୁ ତା ଭଲମନ୍ଦ ପାଇଁ ଦାୟିଦାର ରହିବା ଓ ତା ପାଇଁ ଲଢିବା। ତା ବାପା ଓ ଶ୍ଵଶୁରଘରକୁ ଆଗ ଖବର ଦିଆଯାଉ। ସେମାନେ କ'ଣ କହୁଛନ୍ତି ଓ କରୁଛନ୍ତି, ଦେଖିବା। କାଲି ସକାଳେ ଏହାର ଗୋଟେ ସ୍ଥାୟୀ ସମାଧାନ କରିବା। କଥାରେ ଅଛି ପରା ଗାଁ ମାତିଲେ ଦେଶ ମାତେ, ତେଣୁ ତୁମେମାନେ କିଛି ଡରିବା ଦରକାର ନାହିଁ। ଆମେମାନେ ତୁମ ପଛରେ ଅଛୁ।

ସେୟା ହେଲା, ତା ପର ଠାରୁ ଖବର ଚାରି ଆଡକୁ ସରବରାହ ହୋଇଗଲା। ପରଦିନ ଅପାର ବାପା ଆସି ପହଞ୍ଚିଗଲେ। ଆମ ଗାଁ ଲୋକ ଓ କ୍ଲବ ପିଲା ସବୁ ସେମାନଙ୍କ ସହ ଦଳବଳ ହୋଇ ଅପାର ଶ୍ଵଶୁରଘରକୁ ଚାଲିଲୁ। କିନ୍ତୁ ଆଗ ସେମାନଙ୍କୁ ପଠାଇ ଦେଇ ବାଟରେ ଅପେକ୍ଷା କରିଥାଉ ଘଟଣା କେଉଁ ମୋଡ଼ ନେଉଛି-ଦେଖିବାକୁ । ସେଠି ସେମାନେ ପହଞ୍ଚିଲା ପରେ ତା ଶ୍ୱଶୁର ଶାଶୁଠାରୁ ଆରମ୍ଭ କରି ନଣନ୍ଦ ଦିଅର ଯାଏଁ ଓ ଖୋଦ୍ ଆମ ଭିଣୋଇ ମହାଶୟ ଖୁବ୍ ଫୁଟାଣି ଝାଡ଼ିଲେ। କହିଲେ - ରାତି ଅଧାରେ ଯେଉଁ ନାରୀ ଘର ଛାଡି ଚାଲି ଯାଏ, ସେ ପତିତା ହୋଇଯାଏ ।ତା ଛଡା କ୍ଲବ ଘରେ ଟୋକାଙ୍କ ସହ ରାତିକ କାଟିଲା ପରେ ତାକୁ ଆଉ ଆମେ ଘରେ ପୁରାଇ ପାରିବୁ ନାହିଁ। ଏଥିସହ ଯୌତୁକ ପଇସା ଆହୁରି ପଚାଶ ହଜାର ଟଙ୍କା ବାକି, ସେତକ ଦେଇ ସାରିଲେ ଯୋଉ କଥା, ତେଣିକି ବାପଝିଅ ଘରକୁ ପଶିବ, ନୋହିଲେ ଯାଅ ସେଇ ଟୋକାଙ୍କ ସାଙ୍ଗରେ ରହିବ ବା ବେକରେ କଳସୀ ବାନ୍ଧି ଗଡ଼ିଆ ପୋଖରୀକୁ ଡେଇଁ ଆତ୍ମ ହତ୍ୟା କରିବ, ଆମର ସେଥିରେ କିଛି ଯାଏ ଆସେ ନାହିଁ । ଏତିକି ବେଳକୁ ଆମ ଗାଁ ଲୋକ ଓ କ୍ଲବ ପିଲା ମଧ୍ୟ ସେଠି ପହଂଚି ସାରିଥିଲୁ। କହିଲୁ - ମଣିଷ ଜନ୍ମଟା କ'ଣ ଶସ୍ତା ହୋଇଛି କି? କେଇଟା ମାତ୍ର୍ ଅର୍ଥର ଲୋଭ ପାଇଁ ତୁମେ କି କଣ ମଣିଷ ଜୀବନକୁ ବଳି ପକାଇ ପାର? ତୁମେ ସତରେ ମଣିଷ ନା କଂସେଇ? ଦେଖ! ଅପା ଏଥର ଏକୁଟିଆ ନାହିଁ । ଆମେ ସମସ୍ତେ ତା ପାଇଁ ଅଛୁ। ଆଉ ଥରେ ଯୌତୁକ ନାଁ ଧରିଲେ, ତୁମ ବଂଉଁଶଟା ଯାକ ବନ୍ଧା ହେବ। ଦେଖି ନା! ଏଇ ଲାଗେ ପୋଲିସ୍ କୁ ଫୋନ୍ କରି ଡାକିବୁ। ଦଶା ଯଦି ଭଲ ଅଛି ନିଜର ସୁଦୂର ଭବିଷ୍ୟତ ଓ ସୁନ୍ଦର ସଂସାରର ପରିକଳ୍ପନା କରି ଖୁସିରେ ରୁହ। ତାଛଡା ଅପା ତ ଆଉ ଏକୁଟିଆ ନାହିଁ ତା ପେଟରେ ପରା ବଢୁଛି ତୁମ ବଂଶର ଭବିଷ୍ୟତ। ଗତ ରାତିରେ ଅପାର ଦେହ ହଠାତ୍ ଖରାପ ହୋଇପଡିବାରୁ ଡାକ୍ତରଖାନା ନେଲା ପରେ ସବୁ କଥା ସିନା ଜଣା ପଡିଥିଲା।

ଏକଥା ଶୁଣି ସମସ୍ତଙ୍କ ପାଟି ଚୁପ। ଏକାବେଳେକେ ସମସ୍ତେ ଶଙ୍କି ଯାଇ ଅପାକୁ ଘର ଭିତରକୁ ଟାଣିନେଲେ। ଆମେ ସମସ୍ତେ ଗଡ଼ଜୟର ଖୁସି ମନାଇ ଫେରି ଆସୁଥିଲୁ। ଅପା ଚାହିଁ ଦେଇ ହାତ ହଲାଇବାରୁ ଆମେ ସମସ୍ତେ ଏକ ତାଳରେ କହି ଉଠିଥିଲୁ - ଆମେ କେହି ଯୌତୁକ ନେଇ ବାହା ହେବୁ ନାହିଁ, ଯୌତୁକ ଏକ ଅପରାଧ। ଅପା ହସି ଦେଲା।



Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Abstract