ଆଜିର ରେବୀ
ଆଜିର ରେବୀ
- ଜେଜି ମା’ ତୁମେ ଯଦି ଥାନ୍ତ ସତ କହୁଛି ରେବତୀ ମାନେ ସୁରକ୍ଷାରେ ଥାନ୍ତେ।
.....
- କି ମୁଁ କଣ ଜଗିଥାନ୍ତି ?
......
- ନା' ତୁମେ ଯିବାକୁ ଦେଇ ନଥାନ୍ତ ମୋତେ ବାହାରକୁ।
କରିବାକୁ ଦେଇନଥାନ୍ତ କିଛି ମନ ଇଚ୍ଛା । ମୋର ସ୍ଵାଧିନତାକୁ ରୁଦ୍ଧ କରିଥାନ୍ତ । ମୋତେ ଦେଇନଥାନ୍ତ ପିନ୍ଧିବାକୁ ପୋଷାକ ଯାହା ପାଶ୍ଚାତ୍ୟ।
- ଆଉ ଜାଣ ସବୁଠୁ ବଡ଼ କଥା ତୁମେ ଶିଖେଇଥାନ୍ତ ସଂଭ୍ରମତା ଓ କରିଥାନ୍ତ ମୋତେ ଝିଅଟିଏ। ତୁମ ଆକଟରେ ମୁଁ କେବେ ପାଶବିକତାର ଯୁପକାଠରେ ବଳୀ ପଡୁନଥାନ୍ତି ।
......
--କି ଲୋ ଆଜି କଣ ଏମିତି ହେଇଗଲାଣି ବା ???
- ହଁ ଜେଜି ମୁଁ ଅଲାଜୁକ ଝିଅ ହେଇଛି ଆଜି କାରଣ ତୁମେ ନାହଁ ମୋତେ ତାଗିଦ କରିବାକୁ। ଆଜି ମୁଁ ନିଜକୁ ବାଡ଼ି ବୁଢୀ ଠୁ ତ ବଞ୍ଚେଇ ଦେଇଛି କିନ୍ତୁ ସମାଜର କଦର୍ଯ୍ୟ ଚକ୍ଷୁ ଠୁ ବଞ୍ଚେଇ ପାରୁନି । ପ୍ରତି ମୁହୂର୍ତ୍ତରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି । ଆଜି ମୁଁ ନିଆଁ ଚୁଲୀ ନୁହେଁ ଜଳନ୍ତା ନିଆଁ ଖଣ୍ଡେ ହେଇଛି ଯିଏ ଜାଳୁଛି ନିଜକୁ , ପୁରୁଷର ଲୋଲୁପ ଦୃଷ୍ଟିର ନିଆଁରେ। ଆଜି ମୁଁ ଖୋଜୁଛି ତୁମ ଆକଟ ଜେଜୀ , ତୁମ ସେ ଜଗିଲା ଆଖି ଯିଏ ମୋ ଲାଗି ସୁଦୃଢ ପ୍ରାଚୀର ପରି ଦେଉଥିଲା ସୁରକ୍ଷା।
.......
- କି ଲୋ ତୁ ପା' ପାଠ ପଢି ହାକିମ ହେଲୁ ପୁଣି କାହାକୁ ଡର କିଲୋ???
......
- ନା ଜେଜୀ ମୁଁ ପାଠ ସିନା ପଢ଼ିଲି କିନ୍ତୁ ସଣ୍ଠଣା ଶିଖିଲିନି , କେହି ଶିଖଉ ନାହାନ୍ତି ଆଉ । ତେଣୁ ସବୁଠି ମୋର ସ୍ୱରୂପ କଳୁଷିତ ହେଉଛି ଆଜି। ମୁଁ ନିଜକୁ ନା ଘରେ ସହଜ ପାଉଛି ନା କର୍ମ କ୍ଷେତ୍ରରେ।
- ମୁଁ ଦୁନିଆ ଲାଗି ସିନା ଉନ୍ନତି କରୁଛି କିନ୍ତୁ ଆଜି ମୋର ସ୍ଥିତି ବଡ଼ ଦୟନୀୟ। ବିଶ୍ୱାସ କର ଜେଜୀ।
.....
- ହୁଁ ମୁଁ ତ ବଞ୍ଚିଥିଲା ଯାଏଁ ତୋର ସାତ ଶତ୍ରୁ ଥିଲି । ଗାଳିମନ୍ଦ କରୁଥିଲି, ତୋତେ ଖାଲି ଖୁଣ୍ଟା ଦେଉଥିଲି । ମୋତେ ପୁଣି ତୁ ଖୋଜୁଛୁ କିଆଁ??
.....
- ଜେଜୀ ତୁମ ସେଇ ଗାଳିମନ୍ଦ ଭିତରେ ଯେଉଁ ଶ୍ରଦ୍ଧା ସେତକ ଖୋଜୁଛି । ସେଇ ଟିକକ ମୋର ସୁରକ୍ଷା କବଚ ସତ ।
.......
- ସତ କିଲୋ ମୋ ରେବୀ , ମୋ ନିଆଁ , ମୋ ଚୁଲୀ......
ସୌମ୍ୟା