ଆଇ ଲଭ ୱିୟର ୱାଇଫ
ଆଇ ଲଭ ୱିୟର ୱାଇଫ


ସେଦିନ ସନ୍ଧ୍ୟାରେ ରୋହିତ ଓ ଶିଲା ଠିକ କରିଥାନ୍ତି ଯେ ବାହାରକୁ ଯାଇ ଏକାନ୍ତରେ କିଛି ସମୟ ବିତେଇବା ସହ ଡିନର କରିବା ପାଇଁ। ରୋହିତ ସମ୍ପୂର୍ଣ୍ଣ ରୂପେ ରେଡି ହୋଇ ଶିଲା କୁ ଅପେକ୍ଷା କରିଥାଏ। ସେପଟେ ଶିଲା ରେଡି ହଉଥାଏ, ଡେରି ହେବାରୁ ରୋହିତ ଶିଲାକୁ ଡାକିବା ପାଇଁ ବେଡ଼ ରୁମକୁ ଯାଏ ଆଉ କୁହେ,
ରୋହିତ: ଶିଲା ତୁମର ସରିଲା ନା ନାଈଁ, ସିଆଡେ ଡେରି ହୋଇଯିବ ଯେ।
ଶିଲା: ହଁ ସରିଲା ଆଉ ମାତ୍ର ଗୋଟେ ମିନିଟ।
ରୋହିତ: ଶିଲା.....
ଶିଲା: ହୁଁ.......
ରୋହିତ: ତୁମେ ବହୁତ ସୁନ୍ଦରୀ ଆଉ ମୁଁ ବହୁତ ଭାଗ୍ୟବାନ ଯେ ତୁମକୁ ସ୍ତ୍ରୀ ରୂପେ ପାଇଛି। ଏତିକି କହି ଯାଇ ପଛରୁ ହଗ କରେ। ଆଉ କୁହେ ମୁଁ ତୁମକୁ ବହୁତ ଭଲପାଏ।
ଶିଲା: ମୁଁ ବି ତୁମକୁ ବହୁତ ଭଲପାଏ ରୋହିତ। ତୁମକୁ ସ୍ୱାମୀ ରୂପେ ପାଇ ମୁବି ନିଜକୁ ବହୁତ ଭାଗ୍ୟବତୀ ବୋଲି ଭାବୁଛି। ହଉ ମୁ ଏବେ ପୁରା ରେଡି, ଯିବା?
ରୋହିତ: ରୁହ ଆଉ ଟିକେ,ମୁ ମୋ ସ୍ତ୍ରୀ ଦେହର ବାସ୍ନା ଆଉ ଟିକେ ଆଘ୍ରାଣ କରିସାରେ।
ଶିଲା: ହେଇ ଦେଖ ଶ୍ରେୟା ଆସିଲାଣି।
ରୋହିତ: ତର ତର ହୋଇ ଶିଲା କୁ ଛାଡିଦିଏ ଆଉ କୁହେ, କୋଉଠି କାଇଁ?
ଶିଲା: ହା ହା ହା ହା ହା ଏତେ ଡ଼ରୁଛ ଶ୍ରେୟା କୁ, ଚାଲ ନହେଲେ ଡେରି ହୋଇଯିବ ଯେ।
ରୋହିତ:ତୁମେ ବହୁତ ଦୁଷ୍ଟ ହେଲଣି, ହଉ ଚାଲ।
ଏତିକି କହି ଉଭୟ ବାହାରିଲା ବେଳକୁ ସତକୁ ସତ ଶ୍ରେୟା ଆସି ସେହି ଘରେ ପ୍ରବେଶ କରେ ଆଉ କୁହେ,
ଶ୍ରେୟା:ପାପା ଏବେ କୁଆଡେ ଯିବ ମାମା କୁ ନେଇକି?
ଶିଲା: ହସିବାକୁ ଲାଗେ ଆଉ କୁହେ, ରୋହିତ ଏବେ ଦିଅ ତୁମ ଗେଲି ଝିଅ ପ୍ରଶ୍ନର ଉତ୍ତର।
ରୋହିତ: ଶ୍ରେୟା ମା, ଆମେ ଏବେ ଟିକେ ବାହାରକୁ ଯାଉଛୁ, ୨ ଘଣ୍ଟା ଭିତରେ ଫେରିଆସିବୁ, ତୁମେ ଘରେ ଥିବ ଆଉ ଟିଭି ଦେଖୁଥିବ। ଆଉ ପଦ୍ମା ଆଣ୍ଟି ଙ୍କୁ ହଇରାଣ କରିବନି, ସେ ଯାହା କହିବେ ତାଙ୍କ କଥା ମାନିବ।
ଶ୍ରେୟା:ପାପା ମୁଁ ଯିବି ତୁମ ସହ।
ରୋହିତ: ନାଈଁ ସନ୍ଧ୍ୟାରେ ଛୋଟ ପିଲା ବାହାରକୁ ଯାନ୍ତିନି। ତମେ ବଡ଼ ହେଲେ ତମ ସାଥି ସହ ଯିବ।
ଶ୍ରେୟା: ଓକେ ପାପା।
ଶିଲା: ଶୁଣ ପଦ୍ମା, ତୁମେ ଶ୍ରେୟା କଥା ଟିକେ ମନଦେଇକି ବୁଝିବ, ଆଉ ଯଦି ଜିଡ୍ଡୀ କରିଲା ଟିଭି ଲଗେଇଦେବ, ଆଉ ତାକୁ ସମୟରେ ଖାଇବା ସହ କ୍ଷୀର ଗ୍ଲାସ ଟା ଦେଇଦେବ।
ପଦ୍ମା: ଓକେ ମାଡାମ, ଆପଣ ଵ୍ୟସ୍ତ ହୁଅ ହୁଅନ୍ତୁନି ମୁ ସବୁ ସମ୍ଭାଳି ନେବି। ଆପଣ ନିଶ୍ଚିନ୍ତ ରେ ଯାଆନ୍ତୁ ଆଉ ଆପଣଙ୍କ ସମୟକୁ ଉପଭୋଗ କରନ୍ତୁ।
ଶିଲା: ବାଏ ବେଟା, ବାଏ ପଦ୍ମା।
ରୋହିତ: ବାଏ ଶ୍ରେୟା.....
ତାପରେ ଉଭୟ ଶିଲା ଓ ରୋହିତ କାର ରେ ବସି ସହରର ଏକ ନାମୀ ହୋଟେଲ କୁ ଯାନ୍ତି। ସେଠି ଉଭୟ ଯାଇ ଏକ ଟେବୁଲ ରେ ବସିଯାନ୍ତି। ଏହି ସମୟରେ ଶିଲା କୁହେ,
ଶିଲା: ବହୁତ ବଢିଆ ଜାଗା, ବହୁତ ରୋମାଣ୍ଟିକ ଲାଗୁଛି ସ୍ଥାନଟା।
ରୋହିତ: ହଁ ମତେ ବି ବଢ଼ିଆ ଲାଗୁଛି।
ଏହି ସମୟ ରେ ଜଣେ ୱେଟର ମେନୁ କାର୍ଡ ଦେଇ ଚଳିଯାଏ। ଉଭୟ ବସି ଖାଇବା ପସନ୍ଦ କରୁଥାନ୍ତି, ସଂଗେ ସଙ୍ଗେ ଆଉ ଜଣେ ୱେଟର ଆସି ଅର୍ଡର ନିଏ।
ଶିଲା: ଦୁଇଟା ଚିକେନ ବିରିୟାନି, ଗୋଟେ ଥମସ ଅପ, ଆଉ ଗୋଟେ ଷ୍ପ୍ରାଇଟ।
ୱେଟର: ଓକେ, ଆଉ କିଛି ମାଡାମ?
ଶିଲା: ନା ଆଉ କିଛି ନୁହେଁ।
ୱେଟର: ଓକେ ଧନ୍ୟବାଦ ମାଡାମ, ଟିକେ ୱେଟ କରନ୍ତୁ।
ରୋହିତ: ଡାର୍ଲିଂଗ ମତେ ଟିକେ ବି ମୌକା ଦେଲନି ଖାଇବା ଅର୍ଡର କରିବା ପାଇଁ।
ଶିଲା: ହଁ ଗତ ଥର ତୁମ ପସନ୍ଦ ରେ ଖାଇଥିଲେ, ଆଉ ଆଜି ମୋ ପସନ୍ଦ ରେ।
ରୋହିତ:ଓକେ ଡାର୍ଲିଂଗ, ଯାହା ତୁମର ଇଛା।
ଏହି ସମୟରେ ଶିଲା ର ଆଖି ପଡେ ପାଖ ଟେବୁଲ ରେ ବସିଥିବା ଏକ ଲୋକ ଉପରେ, ଆଉ ତାକୁ ଦେଖି ଶିଲା ହଡ଼ବଡେଇ ଯାଏ। ସଂଗେ ସଂଗେ ତାର ସ୍ୱାମୀ ରୋହିତକୁ କୁହେ,
ଶିଲା: ରୋହିତ, ତୁମେ ବୁଝିଲ ନା ନାଈଁ ପଦ୍ମା କୁ ଫୋନ କରିକି ଶ୍ରେୟାର ଖାଇବା କଥା। ନହେଲେ ସେ ପଦ୍ମାକୁ ହଇରାଣ କରୁଥିବ।
ରୋହିତ: ନାଈଁ ନାଈଁ ବୁଝିନି, ଟିକେ ଅପେକ୍ଷା କର ମୁ ଏବେ ବୁଝିନଉଛି।
ଶିଲା: ହଁ ଜଲ୍ଦି ଜଲ୍ଦି ଯାଇ ବୁଝିଲ।
ରୋହିତ: ଡାର୍ଲିଂଗ ଲାଗୁଛି ଏଠି ନେଟୱର୍କ ଲୋ ଅଛି ତେଣୁ ବାହାରକୁ ଯିବାକୁ ହବ।
ଶିଲା: ହଉ ଠିକ ଅଛି, ତୁମେ ଫୋନ କରିକି ଆସ ମୁ ଅପେକ୍ଷା କରିଛି।
ଏହି ସମୟରେ ୱେଟର ଖାଇବା ନେଇକି ଆସେ ଆଉ ପଚାରେ,
ୱେଟର: ମାଡାମ ସାର କୁଆଡେ ଗଲେ?
ଶିଲା:କୁଆଡେ ନାହିଁ ସେ ଜଷ୍ଟ ବାହାରକୁ ଯାଇଛନ୍ତି, ତୁମେ ଖାଇବା ରଖିଦେଇ ଯାଅ।
ୱେଟର: ଓକେ ମାଡାମ।
ଶିଲା:ଆରେ ଛାଡ଼ ମୋର ହାତ, ସେପଟେ ମୋର ସ୍ୱାମୀ ରୋହିତ ଅଛନ୍ତି ଦେଖିନେବେ, ପ୍ଲିଜ ଏଠୁ ଚାଲିଯାଅ।
ସେ ଲୋକ: ଶିଲା ଆଇ ଲଭ ୟୁ, ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ ମୀ, ଆଇ ଜଷ୍ଟ ୱାଣ୍ଟ ଟୁ ସ୍ପେଣ୍ଡ ସମ ଟାଇମ ବିଥ ୟୁ।
ଶିଲା:ଦୟାକରି ଏଠି କିଛି ସିନ ତିଆରି କରନି। ମୋ ସ୍ୱାମୀ ଆସିବା ଆଗରୁ ଏଠୁ ଯଥାଶୀଘ୍ର ଚାଲିଯାଅ।
ସେପଟେ ରୋହିତ ଫୋନ କରିବା ସମୟରେ ସବୁକିଛି ଦେଖି ସାରିଥାଏ। ସଂଗେ ସଂଗେ ରୋହିତ ପଦ୍ମା କୁ ଫୋନ କରେ ଆଉ ପଚାରେ,
ରୋହିତ: ହାଲୋ, ପଦ୍ମା....
ପଦ୍ମା: ଆଜ୍ଞା ବାବୁ କୁହନ୍ତୁ।
ରୋହିତ: ଶ୍ରେୟା କଣ କରୁଛି? ସେ ଖାଇଲାଣି ତ? ତତେ କିଛି ହଇରାଣ କରୁନି ତ?
ପଦ୍ମା: ନାଈଁ ବାବୁ ଶ୍ରେୟା ମା ଏବେ ଟିଭି ଦେଖୁଛନ୍ତି। ସଂଗେ ସଂଗେ ତାଙ୍କୁ ବ୍ରେଡ଼ ଅମଲେଟ କରିକି ଦେଇଛି। ଶୋଇଲା ବେଳେ କ୍ଷୀର ଦେଇଦେବି।
ରୋହିତ: ଆଛା ହଉ ଠିକ ଅଛି,ତୁମ ପାଇଁ ବି ଖାଇବା ବନେଇଦବ, ଆମେ ଟିକେ ଲେଟରେ ଘରେ ପହଂଚିବୁ।
ପଦ୍ମା: ଆଜ୍ଞା ବାବୁ, ଆପଣ ଆସନ୍ତୁ ମୁ ଶ୍ରେୟା ମାଙ୍କ ପାଖେ ଅଛି।
ରୋହିତ: ହଉ ତେବେ ମୁ ଫୋନ ରଖୁଛି।
ଏତିକି କହି ରୋହିତ ଫୋନ ରଖିଦେଇ ଆସି ଟେବୁଲ ପାଖରେ ବସିଯାଏ। ଏହି ସମୟରେ ଶିଲା ଟିକେ ଅସ୍ତବ୍ୟସ୍ତ ହୋଇ କୁହେ,
ଶିଲା: ରୋହିତ ଚାଲ ପଳେଇବା, ଆଉ କେବେ ଆସିଲେ ଖାଇବା।
ରୋହିତ: ହେଲେ କଣ ପାଇଁ?
ଶିଲା: ମତେ ଏବେ କିଛି ଠିକ ଲାଗୁନି।
ରୋହିତ: ଆରେ ଏବେ ତ ଆସିଲେ, ହଠାତ ଏମିତି ତୁମର ମତ ପରିବର୍ତ୍ତନ କଣ ପାଇଁ?
ଶିଲା: ନାଈଁ କିଛି ନାହିଁ, ଶ୍ରେୟା ଖାଇଥିବ କି ନାହିଁ, ପଦ୍ମା କୁ ହଇରାଣ କରୁଥିବ।
ରୋହିତ: ଶ୍ରେୟା କୁ ନେଇ ତୁମେ ବ୍ୟସ୍ତ ହୁଅନି, ମୁ ଏବେ ପଦ୍ମା କୁ ଫୋନରେ ପଚାରିଆସିଲି ସେ ଖାଇସାରି ଟିଭି ଦେଖୁଛି।
ଶିଲା: ସେ ଯାହା ହଉ ଚାଲ ପଳେଇବା, ଆଉ କେବେ ଆସିବା, ଆଜି ମତେ ଠିକ ଲାଗୁନି।
ରୋହିତ: ଆର ଇଉ ଓକେ ଶିଲା? ତୁମ ଦେହ ଠିକ ଅଛି ତ?
ଶିଲା: ହଁ ମୁଁ ପୁରା ଠିକ ଅଛି। ଆମେ ପରେ କେବେ ଆସିବା।
ରୋହିତ: ଓକେ ଡାର୍ଲିଂଗ, ହେଲେ ଖାଇବା ଟା ଅର୍ଡର କରିଦେଇଛି, ବିଲ ବି ଦେଇଦେଇଛି ତାକୁ ସଫା କରିଦିଏ ଯିବା।
ଶିଲା: ନାଈଁ ନାଈଁ ଚାଲ ଘରେ ଗଲେ ଖାଇବା।
ରୋହିତ: ଓକେ ମାଇଁ ଲର୍ଡ଼। ହେଲେ ମୁଁ ଟିକେ ୱାଶ ରୁମରୁ ଆସେ ଯିବା।
ଶିଲା: ହଉ ଠିକ ଅଛି ଜଲ୍ଦି ଆସ। ମୁ ୱେଟ କରିଛି।
ରୋହିତ ଚଳିଯାଏ ୱାଶ ରୁମ କୁ ସେଠି ତାର ଦେଖା ହୋଇଯାଏ ସେହି ଲୋକଟି। ହଠାତ ସେହି ଲୋକଟି ରୋହିତକୁ କୁହେ,
ସେ ଲୋକ: ଆଇ ଲଭ ୱିୟର ୱାଇଫ। ଆଣ୍ଡ ୱାଣ୍ଟ ଟୁ ସ୍ପେଣ୍ଡ ସମ ଟାଇମ ଉଇଥ ହର।
ରୋହିତ: ଆର ଇଉ ମ୍ୟାଡ଼? କଣ ପାଗଳ ଭଳି ୟାଡୁ ସ୍ୟାଡୁ ଗପୁଛ। ମୁ ମୋ ସ୍ତ୍ରୀ କୁ ବହୁତ ଭଲ ପାଏ।
ସେ ଲୋକ: ହେଲେ ତୁମଠାରୁ ମୁ ତୁମ ସ୍ତ୍ରୀକୁ ଆହୁରି ଅଧିକ ଭଲ ପାଏ।
ରୋହିତ: ଏବେ ଚାହିଁଲେ ମୁ ତୋର ଏଇଠି ଭଲ ପାଇବା ନିଶା ଛଡେଇ ଦିଅନ୍ତି, ହେଲେ ଶିଲା ଖରାପ ଭାବିବ ଆଉ ମୁଁ ତାର ମନରେ କଷ୍ଟ ଦେବାପାଇଁ ଚାହୁଁନି ତେଣୁ ସେଥିପାଇଁ ତତେ ଏବେ କିଛି କହୁନି।
ଏତିକି କହି ସେ ଜାଗାରୁ ରୋହିତ ଚାଲିଆସେ ଆଉ ତାର ସ୍ତ୍ରୀ ଶିଲା କୁ ଧରି ଘରକୁ ଫେରିଆସେ। ଏତେ ଜଲ୍ଦି ରୋହିତ ଓ ଶିଲା ଘରକୁ ଫେରିଆସିବାରୁ ପଦ୍ମା ପଚାରେ,
ପଦ୍ମା: ମାଡାମ ଏତେ ଜଲ୍ଦି ଫେରିଆସିଲେ ଯେ, କିଛି ଅସୁବିଧା ହେଲା କି?
ଶିଲା: ନାଈଁ ସେମିତି କିଛିନାହିଁ, ତୋ ବାବୁଙ୍କର କିଛି ଅର୍ଜେଣ୍ଟ କାମ ଆସିବାରୁ ଚାଲିଆସିଲୁ।
ପଦ୍ମା: ହଉ ଠିକ ଅଛି ମୁ ଏବେ ତାହେଲେ ଘରକୁ ଯାଉଛି।
ଶିଲା: ହଉ ତୁ ଜା। ହେଲେ ଶ୍ରେୟା କଣ କରୁଛି?
ପଦ୍ମା: ଶ୍ରେୟା ମା ଶୋଇଗଲେଣି।
ଏତିକି କହି ପଦ୍ମା ତାର ଘରକୁ ଚଳିଯାଏ। ଶିଲା କିଛି ରୋଷେଇ କରିଦିଏ ଉଭୟ ରୋହିତ ଓ ଶିଲା ଖାଇପିଇ ଶୋଇଯାନ୍ତି। ହେଲେ ଉଭୟଙ୍କୁ ନିଦ ଆସୁନଥାଏ। ଉଭୟ ସେହି ଅଜଣା ଲୋକ କଥା ଭାବୁଥାନ୍ତି। ଏମିତି ଭାବୁ ଉଭୟଙ୍କୁ କେତେବେଳେ ନିଦ ଆସିଯାଇଥାଏ।
ପରଦିନ ଅପରାହ୍ନରେ ରୋହିତ ତାର ଝିଅ ଶ୍ରେୟା କୁ ଏକ ପାର୍କକୁ ନେଇଯାଇଥାଏ, ହଠାତ ସେଇଠି ସେହି ଲୋକ ସହ ରୋହିତର ଭେଟ ହୋଇଯାଏ। ସେ ଲୋକ ରୋହିତକୁ ଦେଖି ପ୍ରଥମେ କଥା ବାର୍ତା ଆରମ୍ଭ କରେ,
ସେହି ଲୋକ: ହାଏ, କେମିତି ଅଛ?
ରୋହିତ: ରାଗରେ ତୁମ ସହ ଭେଟ ହେଲା ପରଠୁ ଜମା ବି ଭଲ ନାହିଁ।
ସେହି ଲୋକ: ମୁଁ ଯେଉଁ କଥା କହିଥିଲି ସେ ବିଷୟରେ କଣ ଚିନ୍ତା କରିଲ? ଆଇ ଲଭ ଇଓର ୱାଇଫ ମୋର ଡ୍ୟାନ ୟୁ, ଆଉ ତୁମ ସ୍ତ୍ରୀ ସହ କିଛି ସମୟ ବିତେଇବା ପାଇଁ ଚାହୁଁଛି।
ରୋହିତ: ହେ ମିଷ୍ଟର ମାଇଣ୍ଡ ୱିୟର ଲାଙ୍ଗୁଏଜ, ଆଣ୍ଡ କଣ୍ଟ୍ରୋଲ ଇଓର ଟଙ୍ଗ। ସେ ମୋର ସ୍ତ୍ରୀ ଆଉ ମୋର ଜୀବନ। ଆଉ ଇଏ ହଉଛି ମୋର ଝିଅ ଶ୍ରେୟା। କଣ ପାଇଁ ଏମିତି ହଇରାଣ କରୁଛ।
ଶ୍ରେୟା: ପାପା, ଏ ଅଙ୍କଲ କିଏ?
ରୋହିତ: ଇଏ ହଉଛି ଜଣେ ଚୋର, ଆଉ ଇଏ ତୁମ ମାମା ଙ୍କୁ ଚୋରେଇ ନବାକୁ ଚାହୁଁଛି।
ଶ୍ରେୟା: ନାଈଁ ଅଙ୍କଲ ପ୍ଲିଜ ମୋ ମାମାକୁ ମୋଠୁ ନିଅନି।
ସେ ଲୋକ:ହାଏ ଶ୍ରେୟା.....
ରୋହିତ: ମୋ ଝିଅକୁ ଛୁଇଁବାକୁ ଚେଷ୍ଟା କରନି, ଆଉ ଜଲ୍ଦି ଏଠୁ ଚାଲିଯାଅ।
ଏହିସମୟରେ ଶିଲା ସେହି ପାର୍କକୁ ଆସୁଥାଏ, ହଠାତ ସେହି ଲୋକ, ଶିଲା ସହ ଭେଟ ହୋଇଯାଏ ପାର୍କର ଗେଟ ପାଖରେ ପୁନର୍ବାର ସେମିତି ନିବେଦନ କରିବାକୁ ଲାଗେ ଆଉ କୁହେ, ଦୟାକରି ପୁନର୍ବାର ମତେ ଗୋଟେ ଚାନ୍ସ ଦିଅ। ହେଲେ ଶିଲା ରାଗରେ କିଛି ନକହି ସେଠୁ ଚାଲିଆସେ ରୋହିତ ପାଖକୁ। ରୋହିତ ବି ରାଗିକି ଥାଏ, ତେଣୁ ରାଗରେ ଶିଲା କୁ ପଚାରେ,
ରୋହିତ: ଶିଲା ସେ ଲୋକଟା କିଏ? ତୁମେ ତାକୁ ଜାଣିଛ କି?
ଶିଲା:ନାଁ ନାଁ ମୁ ତାକୁ ଜାଣିନି, ତାକୁ ଦେଖିଲେ ଲାଗୁଛି ସେ ଗୋଟେ ପାଗଳ ଟେ, ତେଣୁ ତୁମେ ତାକଥା ବେଶି ଭାବନି।
ରୋହିତ: ହଉ ଠିକ ଅଛି।
ଶିଲା: ଶ୍ରେୟା ତତେ ଏହି ଚକୋଲେଟ ବହୁତ ଭଲ ଲାଗେନା?
ଶ୍ରେୟା: ହଁ ମାମା ବହୁତ ଭଲ ଲାଗେ।
ଶିଲା: ହଉ ନେ ତୋର ଫେବ୍ରେଟ ଚକୋଲେଟ।
ତାପରେ କିଛିସମୟ ପରେ ସମସ୍ତେ ଘରକୁ ଫେରିଆସନ୍ତି। ରାତିରେ ରୋହିତ ବାରମ୍ବାର ସେହି ଲୋକର କଥା ଭାବୁଥାଏ, ଆଉ ତାର ଆଖିକୁ ନିଦ ଆସୁନଥାଏ।ଏମିତି ଭାବି ଭାବି କେତେବେଳେ ସେ ଶୋଇଯାଇଥାଏ।
ପରଦିନ ସକାଳୁ ରୋହିତ ତାର ଅଫସିରେ କିଛି ମିଟିଂ ରେ ବ୍ୟସ୍ତ ଥାଏ। ହଠାତ ତାର ଆସିଷ୍ଟାଣ୍ଟ ଫୋନଟିକୁ ଧରି ଆସି କୁହେ,
ଆସିଷ୍ଟାଣ୍ଟ: ସାର ଆପଣଙ୍କ ଏକ ନମ୍ବର ରୁ କଲ ଆସିଛି।
ରୋହିତ: କହିଦିଅ କି ମୁ ବ୍ୟସ୍ତ ଅଛି ପରେ କଥା ହେବି।
ଆସିଷ୍ଟାଣ୍ଟ: ନାଈଁ ସାର ସେ କହୁଛନ୍ତି ପରିଚିତ ଲୋକ ଆଉପୁଣି କହୁଛନ୍ତି କଣ ଅର୍ଜେଣ୍ଟ ଅଛି ବୋଲି।
ରୋହିତ: ହଉ ଠିକ ଅଛି ତୁମେ ଚାଲ ମୁ ଆସୁଛି।
ରୋହିତ ଫୋନ ଟିକୁ ଧରି ତାର ଚାମ୍ବରକୁ ଚଳିଯାଏ,ଆଉ ପଚାରେ କିଏ ତୁମେ?
ସେପଟୁ ଉତ୍ତର ଆସିଲା
:ହାଏ ରୋହିତ, ମୁ ପୁରୋହିତ,
:କିଏ ପୁରୋହିତ?
:ଭୁଲିଗଲ ଏତେ ଜଲ୍ଦି,ମନେ ଅଛି ନା ମୋ କଥା, ଯିଏ ତୁମ ସ୍ତ୍ରୀ କୁ ତୁମଠାରୁ ଅଧିକ ଭଲପାଏ।
:ତୁମର ଏତେ ସାହସ ହେଲା କେମିତି ମତେ କଲ କରିବାକୁ? କିଏ ଦେଲା ତୁମକୁ ମୋର ନମ୍ବର? ତୁମେ ମତେ ବାଧ୍ୟ କରୁଛ ପୋଲିସ ପାଖକୁ ଯିବାପାଇଁ।
: ହାହାହାହାହା ହଉ ଠିକ ଅଛି ତୁମେ ପୋଲିସ ପାଖକୁ ଯାଇପାର ହେଲେ ୟା ପୂର୍ବରୁ ଥରେ ତୁମ ସ୍ତ୍ରୀ ସହ ମୋ ବିଷୟରେ କଥା ହୋଇଯାଅ, ତୁମେ ଖାଲି ଗୋଟେ ସାଇଡ ରୁ ଜାଣିଛ, ଆର ସାଇଡ ବିଷୟରେ ପ୍ରଥମେ ଜାଣିନିଅ। କାହିଁକି ନା ଭଲ ପାଇବା ବହୁତ ଶକ୍ତିଶାଳୀ, ଆଉ ମୋ ଭଲପାଇବା ଅତୁଳନୀୟ।
: ଓଃ ବନ୍ଦ କର ଏସବୁ ବକବାସ। ବହୁତ ହୋଇଗଲା ଏବେ ଆଉ ଏମିତି ହବାକୁ ଦେବିନି।
ସଙ୍ଗେ ସଙ୍ଗେ ରୋହିତ କଲ କରେ ତାର ସ୍ତ୍ରୀ ଶିଲାକୁ, ହେଲେ ତାର ଫୋନ ନଟ ରିଚେବୁଲ ଦେଖାଏ, ତେଣୁ ସେ ବହୁତ ରାଗିଯାଏ ଆଉ ତାର ସନ୍ଦେହ ଅଧିକ ହେବାକୁ ଲାଗେ, ତେଣୁ ସେ ସଂଗେ ସଂଗେ ଅଫସିରୁ ଘରକୁ ବାହାରିଯାଏ। ଘରେ ଆସି ଦେଖେତ ତାର ସ୍ତ୍ରୀ ଶିଲା ଘରେନାହିଁ, କୁଆଡେ ଯାଇଛି କଣ କରୁଛି ଏମିତି ଅନେକ କଥା ବସି ଭାବୁଥାଏ। ସଙ୍ଗେ ସଙ୍ଗେ ପଦ୍ମା ଏକ ଚିଠି ଆଣି ସେ ଘର ଭିତରେ ପହଁଚେ ଆଉ କୁହେ,
ପଦ୍ମା: ସାର ଏ ଚିଠିଟି ନିଅନ୍ତୁ। ମାଡାମ ଏଇ ଚିଠିଟି ଦେଇ ବାହାରକୁ କୁଆଡେ ଯାଇଛନ୍ତି, ଆଉ ଗଲାବେଳେ କହିଯାଇଛନ୍ତି ଯେ ସାର ଆସିଲେ ଦେଇଦବା ପାଇଁ।
ରୋହିତ: ଆଶ୍ଚର୍ଯ୍ୟ ହୋଇଯାଏ ସେ ଚିଠିଟିକୁ ଦେଖି। ବହୁତ ଡରି ଡରି ସେ ଚିଠିଟିକୁ ପଦ୍ମା ହାତରୁ ନିଏ। ତାପରେ ସେଚିଠି ଟିକୁ ଖୋଲି ପଢେ,
ଡିଅର ରୋହିତ,
ପ୍ଲିଜ ମତେ କ୍ଷମା କରିଦେବ,କାହିଁକି ନା ମୁ ତୁମଠାରୁ ବହୁତ କିଛି କଥା ଲୁଚେଇ ରଖିଛି
.
.
.
ଇତି,
ତୁମର ଶିଲା।
ରୋହିତ ଚିଠିଟି ପଢ଼ିସାରିବା ପରେ ସଙ୍ଗେସଙ୍ଗେ କାରକୁ ବାହାର କରି ସେହି ପାର୍କ ଅଭିମୁଖେ ବାହାରିଯାଏ,ଆଉ ସେଇଠି ଦେଖେ ଯେ ଶିଲା ଏକୁଟିଆ ଏକ ଛାତ ତଳେ ମନ ଦୁଃଖରେ ବସିଛି। ରୋହିତ ଯାଇ ତାର ପାଖରେ ବସିଯାଏ ଆଉ ତାକୁ ଡାକିବାକୁ ଲାଗେ,
ରୋହିତ: ଶିଲା, ଶିଲା....
ହେଲେ ଶିଲା କିଛି ଉତ୍ତର ନଦେବାରୁ ତାର ହାତକୁ ଧରି ରୋହିତ ଡାକିବାରୁ ସେ ପ୍ରକୃତିସ୍ତ ହେଲା। ତାର ଆଖିରୁ ପଶ୍ଚାତାପର ଅଶ୍ରୁ ଧାର ଧାର ହୋଇ ବୋହିଯାଉଥାଏ। ଆଉ କାନ୍ଦି କାନ୍ଦି କହୁଥାଏ,
ଶିଲା: ମତେ କ୍ଷମା କରିଦିଅ ରୋହିତ ମୁଁ ତୁମକୁ ଏତେବଡ କଥା ଲୁଚେଇଥିଲି।
ରୋହିତ: ଶିଲାକୁ ଆଲିଙ୍ଗନ କରି ପଚାରେ, ତାଙ୍କୁ ଭେଟିଲ?
ଶିଲା: ନାଈଁ ଆଉ ତାଙ୍କସହ ଆଉ ଜମାବି ଭେଟ ହୋଇପାରିବନି, କାହିଁକି ନା ତାଙ୍କ ମ୍ୟାନେଜର ଙ୍କୁ କଲ କରିଥିଲି, ସେ କହିଲେ ଯେ ସେ ଆଉ ଏ ଦୁନିଆରେ ନାହାନ୍ତି। ହେଲେ ମତେ କ୍ଷମା କରିଦିଅ ରୋହିତ।
ରୋହିତ: ନାଈଁ ଶିଲା ତୁମର ଭୁଲ ହିଁ କିଛି ନାହିଁ, ତେଣୁ କ୍ଷମା କରିବାର ପ୍ରଶ୍ନ ହିଁ ଉଠୁନି।
ଶିଲା: ପ୍ରକୃତରେ ସେ ଲୋକ ମୋର ବାପା ଥିଲେ,ମୁଁ କହିନଥିଲି ତୁମକୁ କାରଣ ସେ ମୋର ବୋଉ ଆଉ ମତେ ଏକା ଛାଡି ଦେଇ ବ୍ୟବସାୟ ବାହାନାରେ ସାଉଥ ଆଫ୍ରିକା ଚାଲିଯାଇଥିଲେ। ଆଉ ସେଠି ଏକ ମିଛ ସ୍ମଗଲିଙ୍ଗ କେସ ରେ ଧରାପଡି ୧୪ ବର୍ଷ ଜେଲ ରେ ରହି ଏବେ କିଛିଦିନ ହେଲା ଫେରିଥିଲେ। ମୁଁ ଯଦି ତୁମକୁ ଏସବୁ ବିଷୟରେ ଆଗରୁ କହିଥାନ୍ତି ତେବେ ଆମର ବିବାହ କେବେବି ହୋଇପାରି ନଥାନ୍ତା। ସେ ଆଜି ମତେ ବହୁତ ଅନୁରୋଧ କରି ଡକେଇଥିଲେ ଏହି ପାର୍କକୁ ଶେଷଥର ଦେଖା କରିବା ପାଇଁ,କାରଣ ତାଙ୍କୁ ବ୍ଲଡ଼ କ୍ୟାନ୍ସର। ହେଲେ ତାଙ୍କ ସହ ମୋର ଶେଷଦେଖା ବି ହୋଇପାରିଲାନି।
ରୋହିତ: ହଁ ମୁ ସେସବୁ ଚିଠିରେ ପଢ଼ିସାରିଛି। ଆରେ ତୁମେ ପାଗଳୀ ନା କଣ, ମୁଁ ତୁମକୁ ଭଲପାଇଥିଲି ଆଉ ତାପରେ ବିବାହ କରିଛି, ତେଣୁ ତମେ ମୋ ବିଷୟରେ ଏମିତି କେମିତି ଭାବିପାରିଲ?
ତାପରେ ଉଭୟ ସାଙ୍ଗ ହୋଇ ଘରକୁ ଫେରିଯାନ୍ତି। ପୁଣି ଖୁସିରେ ଘର ସଂସାର କରନ୍ତି। ଏହାର କିଛିଦିନପରେ ରୋହିତ ଅଫସି ରେ ବସି ତାର କିଛି କାମ କରୁଥାଏ,ହଠାତ ତାର ଆସିଷ୍ଟାଣ୍ଟ ଆସି ଏକ କୋରିଅର ପ୍ୟାକେଟ ଦେଇ ଯାଏ। ରୋହିତ ସେ ପ୍ୟାକେଟ ଟି ଖୋଲି ଦେଖେ ଯେ କିଛି କାଗଜ ପତ୍ର ଅଛି। ଆଉ ପ୍ରଥମ କାଗଜ ଏକ ଚିଠି ଥିଲା ସେହି ଅଜଣା ଲୋକ/ଶିଲା ବାପାଙ୍କର।
ଡିଅର ରୋହିତ,
ମୋର ହୃଦୟର ଗଭୀରତମ ପ୍ରଦେଶରୁ ତୁମକୁ କ୍ଷମା ମାଗୁଛି, କାରଣ ଜଣେ ଅଜଣା ବ୍ୟକ୍ତି ଭାବେ ମୁ ତୁମକୁ ବହୁତ ହଇରାଣ କରିଛି। କାରଣ ମୁଁ ତୁମକୁ ଟେଷ୍ଟ କରୁଥିଲି ଯେ ତୁମେ ମୋର ଝିଅ ପାଇଁ ଠିକ ସ୍ୱାମୀ/ପତି କି ନାହିଁ। ମୁଁ ଚାହୁଁନଥିଲି ଯେ ତୁମେ ମୋ ଭଳିଆ ହୋଇଥାଅ। କାରଣ ମୁଁ ମୋର ସ୍ତ୍ରୀ ଆଉ ଝିଅକୁ ତାଙ୍କ ଭାଗ୍ୟର ଅନିଶ୍ଚିତତା ଭିତରେ ଛାଡିଦେଇ ଚାଲିଯାଇଥିଲି। ମୁଁ ମୋ ଜୀବନରେ ବହୁତ ଧନ ସମ୍ପତ୍ତି କମେଇଛି, ହେଲେ ମୋର ସ୍ତ୍ରୀ ଆଉ ଝିଅର ଭଲପାଇବାକୁ ହରେଇଛି। ହଁ ମୁ ତୁମଠାରେ ନେଗେଟିଭି ଭାବନା କେବେବି ଦେଖିନି ମୋର ଝିଅ ପ୍ରତି, ଯେତେଥର ମୁ ତୁମକୁ/ତୁମ ସ୍ତ୍ରୀ ପ୍ରତି ଖରାପ ବ୍ୟବହାର କରିଛି ବା କହିଛି, ତୁମେ କେବେବି ସେମିତି ରିଆକ୍ଟ କରିନ। ତେଣୁ ସେୟା ହିଁ ପ୍ରମାଣିତ କରୁଛି ଯେ ତୁମେ ମୋର ଝିଅକୁ କେତେ ଭଲପାଅ। ତୁମେ ହିଁ ସବୁଠାରୁ ଭଲ ପାତ୍ର ମୋ ଝିଅ ପାଇଁ, ମାନେ ମୋ ଝିଅ ଶିଲା ଆଉ ମୋ ନାତୁଣୀ ଶ୍ରେୟା ପାଇଁ। ଏହି ଚିଠି ସହ ମୋର ସବୁ ସମ୍ପତିର କାଗଜପତ୍ର ସଂଲଗ୍ନ ଅଛି ଯାହା ଶ୍ରେୟା ନାମରେ ମୁ ଟ୍ରାନ୍ସଫର କରିଦେଇଛି। କିନ୍ତୁ ହଁ ରୋହିତ ତୁମେ ପ୍ରମାଣିତ କରିଦେଲ ଯେ ତୁମେ ଶିଲାକୁ ମୋଠାରୁ ବି ଅଧିକ ଭଲପାଅ, ହେଲେ ଏବେବି ମୁ ତୁମ ସ୍ତ୍ରୀକୁ ବହୁତ ଭଲ ପାଏ।
ଚିଠିଟି ପଢ଼ିସାରିଲା ବେଳକୁ ରୋହିତର ଦୁଇ ଆଖିରେ ଦୁଇଟି ଅଶ୍ରୁର ଧାର ବୋହିଯାଉଥାଏ ଆଉ ସେ ମନେ ମନେ ହସୁଥାଏ ପୁଣି ଭାବୁଥାଏ, କେତେ ଖରାପ ବ୍ୟବହାର କରିଛି ତାଙ୍କୁ।