Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Tragedy Others

3  

Sanjya Tripathy

Tragedy Others

ୟାସ୍

ୟାସ୍

1 min
214



ଫନି ପରବର୍ତ୍ତୀ ପର୍ଯ୍ୟାୟରେ ଆସିଛି ୟାସ୍

ଆସିଛି ଏକ ଅଜଣା ଆତଙ୍କ ଓ

ସର୍ବତ୍ର ପରିବ୍ୟାପ୍ତ ଆଶଂକାର ବାତାବରଣ ନେଇ ।

ବିପର୍ଯ୍ୟୟ ପ୍ରଶମନର ସମସ୍ତ ପ୍ରାକ୍- ପ୍ରସ୍ତୁତିକୁ ଉପହାସ କରି

ଉପହାର ଦେଇଛି କୁଢ଼କୁଢ଼ ଶବ- କଂଗାଘର- ଆବର୍ଜନାର

ସମୁଦ୍ର ଓ ବିପର୍ଯ୍ୟସ୍ତ ଜନଜୀବନ ।

ଏକ ଅକଥ୍ୟ ବେଦନାସିତ ମାନବିକତାର ପ୍ରଶ୍ୟତିର

ପ୍ରଲେପରେ

କ୍ରମଶଃ ଦୂରେଇ ଯାଉଛି ୟାସ୍

ଅନାଦିତ ରୋମାଂଟ ଗ୍ରାମରୁ ସହର- ମହାନଗର- ସର୍ବତ୍ର ମାୟାବିନୀ ରାତ୍ରିର ଝରାଶେଫାଳୀ

ସବୁଠି ତ୍ୟଡ଼ବର ଲୀଳା- ଧୃସର ମେଖଳା

ଏତିକି ଆଶ୍ଵତି- ଏ ମାନବୀୟ ପ୍ରହସନ ମଧ୍ୟରେ

ଏଯାବତ୍ ବଂଚି ରହିଛି ମଣିଷ ପଣିଆ

ୟାସ ର ସମ୍ମିଳିତ ମୁକାବିଲା ପାଇଁ ସମସ୍ତେ ଆଗଭର

ଯପରୋନାସ୍ତି ଉଦ୍ୟମ ଜାରି ରଖୁଛି ମଣିଷ

ବିଶାଖାପାଟଣାରୁ ଗଜପତି

ଦକ୍ଷିଣରୁ ଉତ୍ତର- ଦିଲ୍ଲୀରୁ ଭୁବନେଶ୍ଵର

ଏହି ସଂଗଠିତ, ଅନବରତ ପ୍ରଚେଷ୍ଟା ହିଁ ଆଜିର ଉପଲବ୍ଧ

ୟାସ୍ ଭାଗିଛି ଭୌଗଳିକ ପ୍ରାଚୀର- ହୀନମନ୍ୟତାର

ସରହଦ୍

ୟାସ୍ ଶିଖେଇଛି ଭାଇଚାରା- ବିପନ୍ନକୁ ଅଙ୍ଗୁଠିତ

ସାହାଯ୍ୟ ଯୋଗାଇବାର ଅନମନୀୟ ମାନସିକତା-ଦୁର୍ବାର

ଆକାଂକ୍ଷା ।



Rate this content
Log in

Similar oriya poem from Tragedy