Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Romance

3  

Prasanna Kumar Madala

Romance

ଯୁଗଳ ସଙ୍ଗୀତ

ଯୁଗଳ ସଙ୍ଗୀତ

1 min
6.8K


ପୁ- ବରଷାରେ ଭିଜି ଭଲ ଲାଗେ

ନୂଆ ଶିହରଣ ଦେହେ ଜାଗେ ,

ହେମଲତା ପ୍ରେମ ଆଜି ଯାଚେ

ମୋ ମନମୟୂର ସୁଖେ ନାଚେ ।

ନା- କିପାଇଁ ସରାଗେ ପ୍ରେମ ଏତେ

ଭଲ ପାଅ କୁହ ସତେ କେତେ ,

ସେନେହରେ ହେବ ଯଦି ରାଜି

ଭିଜାଇ ଦେବି ହେ ସାଥୀ ଆଜି ।

ପୁ- ବରଷା ଯେ ଝିପି ଝିପି ଝରେ

ଖେଳର ନିଶାରେ ଦେଖ ମରେ ,

ଲଳନା ଗୋ ଛଳନା ତ ଜାଣେ

କେତେ ଆଉ ବିନ୍ଧ କାମ ବାଣେ ।

ନା- କଥାରେ କି ମନ ମୋର ବୁଝେ

କେଉଁ କାଳୁ ବିରହେ ମୁଁ ଯୁଝେ ,

ତୁମକୁ ହେ ଭଲ ପାଏ ବୋଲି

ଲାଜେଇ କି କହିଥାନ୍ତି ଖୋଲି ।

ପୁ- ପାରାବାର କୂଳେ ବେଳାଭୂଇଁ

ଢେଉ ଯେବେ ଆସୁଥାଏ ଛୁଇଁ ,

ବେଳା କିବା ମନା କରେ ତାକୁ

କେତେ ଭଲ ଲାଗେ ଭିଜିବାକୁ ।

ନା- ଦେଖ କେତେ ହେଲି ଆନମନା

ବେଗେ ଆସ ନକର ହେ ମନା ,

ମୟୂରୀଟେ ସାଜି ତୁମ ପାଶେ

ନଚେଇବି ସତେ ପ୍ରୀତିରାସେ ।


ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Romance