STORYMIRROR

Debashis Pati

Inspirational

3  

Debashis Pati

Inspirational

ଯୁଗେ ଯୁଗେ ଜଗନ୍ନାଥ

ଯୁଗେ ଯୁଗେ ଜଗନ୍ନାଥ

1 min
1K

ଆକାଶର ଅନନ୍ତ ବ୍ୟାପ୍ତିରେ ତୁମେ

ସାଗରର ଅସୀମ ଗଭୀରତାରେ ତୁମେ

ଆଲୋକର ବିକ୍ଷିପ୍ତ ଦୀପ୍ତିରେ ତୁମେ

ଅନ୍ଧାରର ବହଳ ଗାଢ଼ତାରେ ତୁମେ ।

ପ୍ରକୃତିର ସୌମ୍ୟ ସବୁଜିମାରେ ତୁମେ

ସଂସାରର ରୂପ ରଂଗରେ ତୁମେ

ଉଦୟ ଅସ୍ତ ଦିବା ନିଶୀରେ ତୁମେ

ମୁଁ କାହିଁ ଖୋଜୁଥାଏ ତୁମକୁ ଚାରିଧାମେ ।

ହେ ପରମାତ୍ମା ପରମ ଚେତନା !

ତୁମକୁ ଦେଖେ ମୁଁ ସମଗ୍ର ସତ୍ତାରେ

ପ୍ରଣାମେ ତୁମକୁ ମନ ଶ୍ରୀମନ୍ଦିରେ  ।



Rate this content
Log in

Similar oriya poem from Inspirational