ଯୁଗାବ୍ଦ
ଯୁଗାବ୍ଦ


ଯୁଗ ପରେ ଯୁଗ ବିତି ଯୁଗାବ୍ଦ
କିଏ ପଢିଛି ସେ ସବୁ ଫର୍ଦ୍ଦ
ରାମଙ୍କର ସତ୍ୟ ଦ୍ୱାପରର ମିତ୍ର
କଳିରେ ଜଗତନାଥ ଜଗନ୍ନାଥ
ତାପରେ କୋଉ ଯୁଗ ଆସିବ
କିଏ ଦେଖିବ କିଏ ନଦେଖିବ
ପୋଥି ପୁରାଣ ସେକଥା କହିବ
ଗଛରେ ଫଳ ନଈରେ ଜଳ
ପତ୍ର ଗହଳେ ଆମ୍ବ ବଉଳ
ପ୍ରତିଟି ସୁନେଲି ସକାଳ ନୂଆ
ବିଲରେ ରହିଥିବ ନିଶ୍ଚେ ଜିଆ
ମଣିଷ ଆୟୁଷ ଆଜି ଅଛି
କାଲିକି ଥିବ କି ନଥିବ କିଏ କହିବ
ଭାବନା ବହିର ପୃଷ୍ଠେ ଭିତରେ
ମନରେ ଆସୁଛି ଏମିତି ହୁଅନ୍ତା ସତରେ
ଭାଗ୍ୟ ଭବିଷ୍ୟ ଜାଣି ଏ ମଣିଷ
ଅନ୍ଧାରେ ନୁହେଁ ଆଲୋକର ପରସ
କର୍ମ ହୁଅନ୍ତା ସରସ ସତେକି ପକ୍ଷୀ ସାରସ
ନଥାନ୍ତା ଆତ୍ମଗ୍ଲାନି ଅବଶ
ୋଷ
ପକ୍ଷୀ ଉଡ଼ୁଥାଆନ୍ତା ଗାଇ ଏମିତିକା
ଭାଗବତ ଗୀତା ବେଦ ପରିକା
ନଈ କଳକଳ ଛଳଛଳ ଢଳଢଳ
ଅମୃତ କଳସ ଆଞ୍ଜୁଳେ ମଞ୍ଜୁଳ
ପଶୁର ଆଖିରେ ଶିଶୁର ଓଠରେ
ହସର ଅମୃତ ସୁନ୍ଦର ମହୀରେ
ଦୁଃଖର ସଂଜ୍ଞା ସୁଖ ଭିତରେ ଅଛି
ବୁଝିବା ଲୋକଯେ ଲେଖକ ସାଜିଛି
ଅନୁଭବ ନୁହେଁ ଜ୍ଞାନ ଗାରିମା ଚକ୍ଷୁ
ଭୋକ ନୁହେଁ ପେଟର ମନର ଦେହର
ଜ୍ଞାନ ଗୁଣର ସଦାଚାର ଭିକ୍ଷୁ ହେବାକୁ
ଯୁଗାବ୍ଦ ଯାଇ ଯୁଗାବ୍ଦ ଆସୁ ପୃଥ୍ୱୀକୁ
ମଣିଷ ଭିତରେ ମଣିଷପଣିଆ ମାପକାଠି
ପକ୍ଷୀ ଓ ବିରୁଡି ବସା ମହୁମାଛି ଘରା ସବୁଠି
ଅଠାକାଠି ନୁହେଁ ମହମ କୁଟାକାଠି
ବଇଠିରେ ଲେଖି ଓଁ ଏଠି ସେଠି
ଲେଖୁଥାନ୍ତେ ଫର୍ଦ୍ଦ ପରେ ଫର୍ଦ୍ଦ ଯୁଗାବ୍ଦ ଯୋଉଠି