Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Abstract

3  

baijayantimala rout

Abstract

ଯୁଗ ପରିବର୍ତ୍ତନ

ଯୁଗ ପରିବର୍ତ୍ତନ

1 min
12.3K



ଲ୍ଯାଣ୍ଡ ଫୋନର ଯୁଗ ଯେ ଗଲାଣି

ଆସିଗଲା ସ୍ମାର୍ଟ ଫୋନ,

ସ୍ମାର୍ଟ ଫୋନ୍ ଯୁଗେ ପିଲାମାନେ ପୁଣି 

ସାରୁଛନ୍ତି କେତେ ଧନ।

ଲ୍ଯାଣ୍ଡ ଫୋନ୍ ଯୋଗେ ଶୁଣି ପାରୁଥିଲୁ 

ଆତ୍ମୀୟ ସ୍ବଜନ ସ୍ବର ,

ସ୍ମାର୍ଟ ଫୋନ ଯୋଗେ ଦେଖି ପାରୁଅଛୁ 

ମୁହଁ ଯେ ଆତ୍ମୀୟଙ୍କର ।

ଲ୍ଯାଣ୍ଡ ଫୋନ ଥିଲା ସହଜ ସୁବିଧା

ପୁରାତନ ଲୋକ ପାଇଁ,

ସ୍ମାର୍ଟ ଫୋନ କିନ୍ତୁ ଘାରି ସାରିଲାଣି

ପିଲାଠୁ ବୁଢାଙ୍କୁ ନେଇ ।

ମୋବାଇଲ ପାଇଁ କାହା ପାଖେ ଆଉ 

କା ପାଇଁ ସମୟ ନାହିଁ ,

ସ୍ମାର୍ଟ ଫୋନ ପାଇଁ ପରିବାର ଆଜି

ଯାଉଛନ୍ତି ନଷ୍ଟ ହୋଇ ।

ଲ୍ଯାଣ୍ଡ ଫୋନ୍ ଯୁଗ ଭଲଥିଲା ଜାଣ 

ପରିବାର ଏକ ଥିଲା ,

ସ୍ମାର୍ଟ ଫୋନ୍ ଯୁଗେ ସବୁ ସରିଗଲା 

ଏକତା ଯେ ଭାଙ୍ଗିଗଲା ।



Rate this content
Log in

Similar oriya poem from Abstract