ଯୁଗ ବଦଳିଲା
ଯୁଗ ବଦଳିଲା


ଶବ୍ଦରୁ ସୃଜନ-23. ଅନ୍ ଲାଇନରେ ଶିକ୍ଷା :
ଯୁଗ ବଦଳିଲା ଶିକ୍ଷା ବଦଳିଲା, ବଦଳିଲା ଦେଶଗତି,
ଆମେ ବଦଳିଲେ, ଆଗୁଆ ହୋଇବା ବଢିବ ଆମର ଶକ୍ତି ।
କମ୍ପୁଟର ଶିକ୍ଷା ମୋବାଇଲ ଫୋନ ବଦଳାଇ ଦିଏ ସବୁ,
ପୁରୁଣା ନିୟମ ପୁରୁଣା ବ୍ୟବାସ୍ଥା ଆଉ ଚଳିବନି ବାବୁ !
ଘରେ ବସି ପାଠ ପଢ଼ିହେବ ପୁଣି ପରୀକ୍ଷା ବି ଦେଇହେବ,
ସବୁଯାକ ଜ୍ଞାନ ମେସିନରେ ଅଛି-ପଚାରିଲେ କହିଦେବ ।
ଶିକ୍ଷକ ଥାଆନ୍ତୁ ଲଣ୍ଡନରେ କିବା ଆଉ କେଉଁ ଦୂରଦେଶେ,
ତାଙ୍କ ସହ ଆମେ କଥାହେଇପାରୁ ତାଙ୍କ ପାଠପଢ଼ା ଦିଶେ ।
ସାରା ଦୁନିଆଟା ଗୋଟିଏ କୋଠରୀ ସବୁ ଅଛୁ ପାଖାପାଖି,
ସହଜ ସୁବିଧା ସୁଯୋଗ ମିଳୁଛି ଖୋଲା ରଖିଥିବା ଆଖି ।
ଜ୍ଞାନର ଯୁଗ ଏ' ବିଜ୍ଞାନ ବଳରେ ନାହିଁ କିଛି ଅସମ୍ଭବ,
ଅନ ଲାଇନରେ ଶିକ୍ଷା ଦେବାପାଇଁ ତାଲିମ ନେବାକୁ ହେବ ।
ମନ ଧ୍ୟାନଦେଇ ନିଜର ପାଠକୁ ପଢୁଥିବ ଯେଉଁ ପିଲା,
ନୂଆ କୌଶଳରେ ଜଗତ ଜିଣିବ ତା'ପାଇଁ ଦୁଆର ଖୋଲା ।
ଠକିବା ସୁବିଧା ରହିଛି ଏଥିରେ ମନେ ଭାବୁଥିବ ଯିଏ,
ନିଜେ ଠକିଯିବ ଅନୁତାପ କରି ପଛରେ କାନ୍ଦିବ ସିଏ ।