STORYMIRROR

Subhalaxmi Nayak

Tragedy

3.4  

Subhalaxmi Nayak

Tragedy

ଯୁଦ୍ଧ

ଯୁଦ୍ଧ

1 min
168

ଏ ଯେଉଁ ଝଡ଼ର ପୂର୍ବାଭାଷ ଆଜି

କେତେ ଯେ ଜୀବନ ନେବ ସେ

ନରହନ୍ତା ସାଜି

ଏ ଯେଉଁ ଯନ୍ତ୍ରଣା ଅନୁଭବ ହେବ

ସାରା ପୃଥିବୀର ମଣିଷ ସେ

କଷଣ ସହିବ

ମାତି ଯିବେ ସୈନ୍ୟ ନିର୍ଦ୍ଦୟୀ ହୋଇ

ପରସ୍ପରଙ୍କୁ ପରାସ୍ତ କରିବା ଆଶାରେ,

ଜୋର୍ ଯା'ର ମୁଲକ ତାହାର ଭାବ ରଖି

ଲଢ଼ି ଯିବେ ଯେବେ ଏହି ଅଙ୍କକଷାରେ।

ଯୁଦ୍ଧ ପାଇଁ ଘମାଘୋଟ ଲଢ଼େଇ ଚାଲିବ

କିଏ ଜାଣେ କେତେଦିନ

ସାଧାରଣ ନାଗରିକଟିଏ ଏ କଷଣ ସହିବ।

ଶାନ୍ତି ମୈତ୍ରୀ ଭାବର କି ନାହିଁ ଆଉ ଓଜନ

ଏକମାତ୍ର ବିକଳ୍ପ କି ଏ ଯୁଦ୍ଧ !

ସର୍ବୋପରି ସବୁ ସମସ୍ୟାର ସମାଧାନ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy