STORYMIRROR

Basanti Pattnaik

Tragedy

3  

Basanti Pattnaik

Tragedy

"ଯୁଦ୍ଧ ଓ ପରିବେଶ"

"ଯୁଦ୍ଧ ଓ ପରିବେଶ"

1 min
175


   ଅହଙ୍କାର ଓ ବଡିମା କୁ ନେଇ 

           ଲାଗିଛି ଏତେ ଲଢେ଼ଇ

  ବିଜୟ ର ଲାଳସା ପାଇଁ

           କେତେ କଣ ବଡେଇ

  ଗୋଳା ବାରୁଦ ର ଧାରା

           ଚାରିଆଡେ ଖେଳ‌ଇ

  ଘମାଘୋଟ କଳାବାଦଲ 

            ଚତୁର୍ଦ୍ଦିଗ ଘୋଟ‌ଇ

  ଦୁଃଖ ଯାତନା

          ବର୍ବରତାର ଶିକାର

 ଦେଶ ହୋଇଥାଏ 

           ପୁରା ଛାରଖାର

 ଦେଶ ଦେଶ ଭିତରେ

          ଲଢେ଼ଇ ର ଖେଳ

 ଖୋଲେ ନାହିଁ କେବେ ଭି

          ଶାନ୍ତି ର ଦ୍ବାର

କିଏ କହେ ଆମର

       ସ୍ବାଭିମାନ ର ଲଢେ଼ଇ

ମରିବୁ ପଛେ ଯିବୁ ନାହିଁ

       ଆମେ ତ ପଛେଇ

ଯୁଦ୍ଧ ଦିଏ ନାହିଁ କେବେବି

      ମିଠାତ୍ବର ସ୍ବାଦ

ଏଥିରେ ଭରିଥାଏ କେବଳ

       ହଳାହଳ ବିଷ

ଆପୋଷ ବୁଝାମଣା ରେ

      କରରେ ବିଚାର

ଏଥିରୁ ବିରତି ନିଅ

      ଅଟେ ହିତକର

 ଚାରିଆଡେ ଶୁଭୁଛି

       ହାହାକାର ଚିତ୍କାର

 ହୃଦୟ ଥରା ବୁକୁଫଟା

       ଏହାର ଚିତ୍ର

ଇତିହାସ ଦେଇଥାଏ

      ଯୁଦ୍ଧ ର ଫଳ

ବହିଥାଏ କେବଳ

      ରକ୍ତର ଧାର ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy