Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ଯୁବଶକ୍ତି

ଯୁବଶକ୍ତି

1 min
204



ସଭିଏଁ ଜାଣନ୍ତି ସଭିଏଁ କହନ୍ତି ଯୁବଶକ୍ତି ବଳବାନ,

ସେ ଶକ୍ତି ଲାଗିଲେ ମାନବ ସେବାରେ ଦେଶ ହୋଇବ ମହାନ ।


ଆଜିର ଯୁବକ ନିଶାଖୋର ହୋଇ ଲକ୍ଷ୍ୟହୀନ ହେବେ ଯଦି,

ଆସଞ୍ଜମୀ ପୁଣି ଆସାମାଜିକ ହେଲେ ରହିବେନି ପ୍ରତିବାଦୀ ।


ଗୁରୁ-ଗୁରୁଜନେ ଶ୍ରଦ୍ଧା ଭକ୍ତି ବିନା ଦେଉଥିଲେ ଅପମାନ,

ଦେଶଭକ୍ତି କଥା ଜାତି ପ୍ରେମକଥା ଭୁଲିହେବେ ହୀନିମାନ ।


ଈଶ୍ଵର ବିଶ୍ୱାସ ଆତ୍ମ-ବିଶ୍ୱାସରେ ନଥିଲେ ଯୁବକ ମନ,

କେମିତି ବଢିବେ ଦେଶକୁ ଗଢିବେ ନିଜ ସ୍ଵାର୍ଥେ ଥିଲେ ଧ୍ୟାନ ।


ନିଜର ସଂସ୍କୃତି ପରମ୍ପରା ସହ ଯଦି ନୁହେଁ ପରିଚିତ,

ନିଜ ସ୍ଵାଭିମାନ କେମିତି ରହିବ ଅସ୍ଥିର ହୋଇବ ଚିତ୍ତ ।


ଗାଡ଼ି ଚଲାଇବା ଅତି ଦ୍ରୁତବେଗେ ନାହିଁ କିଛି ବାହାଦୂରୀ,

କେତେବେଳେ ନିଜ ଜୀବନ ତ ଯିବ ଦେବେ ସେ ଅନ୍ୟକୁ ମାରି ।


ଅସହାୟ ପ୍ରାଣୀ ଦୁଃଖୀ-ରଙ୍କି ପ୍ରତି ନଥିଲେ ଟିକେ ଦରଦ,

କିଏ ସେ କାହିକି କହିବ ଏ' ପିଲା ବୀର ଅସଲ ମରଦ ।


ମାତୃଭୂମି ମାତୃଭାଷା ପିତା-ମାତା ଅବହେଳିତ ହୋଇଲେ,

ଯୁବଶକ୍ତି ପାଇଁ ମୂଲ୍ୟହୀନ ହେବ ଯେତେ ଧନ ବି ଥୋଇଲେ ।



Rate this content
Log in