STORYMIRROR

Ch Loknath Reddy

Inspirational Children

3  

Ch Loknath Reddy

Inspirational Children

ଯୁବ ଶକ୍ତି ବଳ

ଯୁବ ଶକ୍ତି ବଳ

1 min
198


ଉଠରେ ଉଠରେ    ଯୁବଶକ୍ତିଗଣ

     ଶୋଇବ କି କେତେଦିନ

ସବୁ ଅତ୍ୟାଚାର     ଅତ୍ୟାଚାରୀ ହାତେ

     ନିରୀହ ହୁଏ ପାଷାଣ  |


ଭାରତ ମାତାର     ଯୋଗ୍ୟ ଯୁବଶକ୍ତି

     ତୁମ୍ଭ ଶକ୍ତି ଅଟେ ଦୃଢ

ନାହଁ ଅବଗତ      କାହିଁକି କେଜାଣି

      ଭାବୁଛ ନିଜକୁ ମୂଢ଼ |


ପୋଡିଦିଅ ସବୁ     କଳୁଷ କାଳିମା

     ଭାବି ତୁହି ବଳଶାଳୀ

ଦୂର କର ଧନୀ     ଦରିଦ୍ର ପସରା

     ନିଜେ କର ଏକ ମେଳି |


ଗଢିଦିଅ ତୁହି     ସୁନାର ଭାରତ

     ସୁସ୍ୱରେ ସଭିଙ୍କୁ ଡାକି

ହୁଅ ମହାଶକ୍ତି     ହୁଅ ଦଣ୍ଡଧାରୀ  

     ଧରିବାକୁ ଧର୍ମ ଟେକି |


ବଳିଦିଅ ସ୍ନେହ     ସବୁରି ଉପରେ

    ଭାଇ ବନ୍ଧୁ ବୋଲି ଭାବି

ରଖିଦିଅ ନାମ ଏ     ଚିର ସଂସାରେ 

   ଖୋଲିଦେଇ ପ୍ରେମ ଚାବି || 



Rate this content
Log in

Similar oriya poem from Inspirational