STORYMIRROR

Narmada Sahu

Inspirational Others

3  

Narmada Sahu

Inspirational Others

ଯୁଆନ ଆକାଶ

ଯୁଆନ ଆକାଶ

1 min
13.6K


ଯୁଆନ୍ ଆକାଶର

ପ୍ରସସ୍ତ ଛାତି

ନୀଳଟି.ସାର୍ଟ.....

ବାଦଲଟା ବିଲ୍ କୁଲ କାଉଲ୍...

ଚାହାଣୀରେ ଏଇ ଲାଗି

କଇ ଫୁଟିଯିବ....

ପଦ୍ମ ମେଲେଇ ଦେବ ପାଖୁଡା...

ସାତ ତଳ ପଙ୍କ ଉଜୁଡେଇ

ପ୍ରେମର ଉଖୁଡା ପଣରେ.....

ଠିକ୍ ତମ ମଝି ଛାତ

ମଝାମଝି

ପ୍ରସରି ଯିବ ହାତ....

ବାତେରା ପବନ ବୋଲି

ମନେମନେ ଖୁସି ହେବ...

ତମେ----

ଗେଟ୍ ସାମ୍ନା

ବିଦେଶୀ ଫୁଲ ସହର

ଦୀର୍ଘ ଚାରି ମାସ

ତମ ଖୋସା ପାଇଁ

ରିଜର୍ଭ...

ଯେଉଁଠି ଠିଆ ତମର

ସେ ଫେସଵୁକ୍ ଫଟୋ

ସାଉଁଟିଛି ସାତ ଶହ କମେଣ୍ଟ୍

ଆଉ ହଜାରେ ସରିକି ଲାଇକ୍.....

ସେଇଠି ଦୃଷ୍ଟି ଆଉଜେଇ

କେତେ ବିଭୋର ଚିଠି

ତମେ

ହାତକୁ ପକେଟରେ....ଓ ମୁଁ...

ମୁଣ୍ଡ କୁଣ୍ଡେଇବାର....

ବାହାନରେ....

ହେଇଛି ଦିଆନିଆ.....

ସ୍ମାଟ୍ ସିଟି....

ଆଜି ଭୋଗକୁ

ଭାଗ କରିବାରେ

ନଭଚୁମ୍ବି ପ୍ରସାଦରେ....

ସବୁ କିଣା ବିକା

ଫସିଲରେ

ଖାଲି ବ୍ୟାଗ୍

ଚାରି ନମ୍ବର ମାର୍କେଟରେ....

କିଏ ଦବ ତମକୁ

ଯୁଆନ୍ ଆକାଶ...

ବାତେରା ପବନ....

ଶିହରିତ ଫୁଲ......

ତୁଚ୍ଛାରେ ବାଲ୍ କୁନିରେ

ବ୍ୟସ୍ତ ହୋଇ

ଖୋଜିଲେ.......

ଯାଅ ଲ୍ୟାପଟପ୍ ଖୋଲ........

***ନର୍ମଦା ସାହୁ****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational