STORYMIRROR

Narmada Sahu

Tragedy

2  

Narmada Sahu

Tragedy

ବାପା

ବାପା

1 min
13.6K



ମାଟି ଦେହରେ ଚିରା ମଲାଟ

ମଡେଇ ଦେଲା ବୟସ

ଜହ୍ନଘର ଆକାଶ ଉଡେଇ ନେଲା ଦୁରକୁ

ମୁଁ ଡେଙ୍ଗା ହେଲି

ମୋଟା ହେଲି

ବଡ ହେଲି

ଜହ୍ନକୁ ପ୍ରେମ କଲି

ମାଟିକୁ ଚୁମା ଦେଲି,

ପିଠିରେ କୁଜ ହେଇ ରହିଗଲା

"ନାଉ ଟେ କିଏ ନବରେ

କଖାରୁଟେ କିଏ ଦେବ",


ପୁରୁଣା ପୋଖରୀ ମାଛ

ଆକାଶୀ ହେଇଗଲେ

ନନ୍ଦଘର ତାଳଗଛ ପଟେ

ଗଦା ହେଲା କୁଢ଼ କୁଢ଼ ମାଟି

ମୁଁ ପାଠ ପଢିଲି

ବାହା ହେଲି

ମାଛ କିଣିଲି

ନଈ ପହରିଲି,

ଗୋଦରା ପାଦେ

ନିର୍ବଳ ହେଇଗଲା

"ଘୁ ପାଞ୍ଚି",

"ବୋଉ ପତେ

ଭାଇ ପତେ

ଟିକିନ ପତେ

ମାଉନ ପତେ",


ଅଲଖାବାରି ଆମ୍ବ ଗଛ

ଟଳିଗଲା ପୋକରେ

ଲଙ୍କା ଲୁଣ ମିଶା କାଗଜ

ଗୋବର ଖାତରେ

ଖତ ହେଲା,

ମୁଁ ସହରୀ ହେଲି

ଚାକିରୀ କଲି

ମା'ହେଲି

ହାତ ଟେକା ପଇସାର

ହାଡେ ହାଡେ ହିସାବ ଖୋଜିଲି

ସାତସିଆ ଲୁଙ୍ଗି ଆଉ

ପାକୁଆ ପାଟିରେ ବାପା,

ମୋ 'ପ୍ରତିପତ୍ତି ଅଚିହ୍ନା ବେମାରୀରେ'

ଅପରିଚିତ ହେଉଥିଲେ ଧୀରେ ଧୀରେ,


ନର୍ମଦା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy