STORYMIRROR

Narmada Sahu

Inspirational Others

3  

Narmada Sahu

Inspirational Others

ମୁଁ ବଡ଼ ହେଇଗଲିଣି ମାମା

ମୁଁ ବଡ଼ ହେଇଗଲିଣି ମାମା

1 min
13.5K


ରାଇଜ ଯାକ କାମ ଭିଡ ଭିତରେ

ମୋ ଖାଇବା କଥା

ହପ୍ତାକୁ ଥରେ ମୋ ପସନ୍ଦର

ମଟର ତରକାରୀ କରୁଛି କି ନା

ଖାଇବା ପରେ ପାଣି

ନପିଇବାର ଭୁଲା ପଣ

ଆଉ ମନେ ପକେଇଦବା

ଲୋଡା ନାହିଁ ମାମା

ମୁଁ ବଡ଼ ହେଇ ଗଲିଣି.....।

ବଡି ଭୋରରୁ ଫୋନ୍ କରି

ମୋତେ ସ୍ଵପ୍ନ ଦେଖିଲ

ମୁଁ ଶାଶୁ ଘରେ ଭଲରେ ନାହିଁ

ସ୍ଵାମୀ ସୁଖ ପାଉଛି କି ନାହିଁ

ଆଶଙ୍କାରେ

କାନ୍ଦିବା ଦରକାର ନାହିଁ ମାମା

ମୁଁ ବଡ଼ ହେଇ ଗଲିଣି.....।

ଆଜିକାଲି ମୁଁ ଆଉ

ତମ ଫୋନ୍ କି ମେସେଜ୍ ର ପ୍ରତୀକ୍ଷା କରୁନି

ତମ ସ୍ବର ଶୁଣିବା ପରେ

ଖାଇବାର ଅନସନ ଅଝଟିଆ ମନ

କେବେଠୁ ପାକଳ ହେଲାଣି

ମୋ ପାଇଁ ବ୍ୟସ୍ତ ହୁଅନା ମାମା

ମୁଁ ବଡ ହେଇ ଗଲିଣି.....।

ଲୁହ ସାଥେ ପଖାଳକୁ

ଗୋଳେଇ ଲୁଣ ଖର୍ଚ୍ଚ କମେଇବା

ବାହାନା

ଜଳୁଥିବା ମନକୁ ଉହ୍ନେଇରେ

ସେକିବାର ମିଛ ପ୍ରବଞ୍ଚନା

ଜହ୍ନ ସାଥେ ଥୁକ ପକେଇ

ଜୀବନକୁ ପଛ କରିବାର

କଳାରେ ମୁଁ ନିପୁଣା

ସୁନା ବୋହୂ ସାଜି ସାରିଲେଣି

ମୋ ପାଇଁ ଚିନ୍ତା କରନି ମାମା

ମୁଁ ବଡ଼ ହେଇ ଗଲିଣି.....।

ବରମ୍ ତମେ ପାପାଙ୍କୁ

ବ୍ଲଡ୍ ପ୍ରେସର୍ ମେଡିସିନ୍

ସମୟରେ ଦିଅ

ଗେହ୍ଲାର ଦେହ ପା'ପାଠ ପଢା ଦେଖ

ନିଜ ଦେହ ଯତ୍ନ

ନେବାକୁ ଭୁଲନା

ମୋ ପାଇଁ ଜମା ବ୍ୟସ୍ତ ହୁଅନା

ମାମା ମୁଁ ବଡ ହେଇ ଗଲିଣି....।

ଶେଷଥର ଭେଟ ବେଳେ

ତମ ଆକାଶଭର୍ତ୍ତି ଭଲପାଇବାକୁ

କରିଛି ମୋ ପୁଞ୍ଜି

ଅଝଟ ବେଳେ ଜହ୍ନର ଗଜଲକୁ

ଗଳା ମାଳି..

ମଥା ସାଉଁଳି ତମ ଗୋଟା ଗୋଟା

ଚୁମାକୁ କରିଛି

ହୃଦୟ ସମ୍ପତ୍ତି....

ତମେ ଏତେ ଭୋରରୁ

ଫୋନ୍ କି ମେସେଜ୍ କରି ବ୍ୟସ୍ତ ହୁଅନି ମାମା

ମୁଁ ବଡ ହେଇ ଗଲିଣି....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational