STORYMIRROR

Narmada Sahu

Others

3  

Narmada Sahu

Others

କାଲିଟେ ପାଇଁ

କାଲିଟେ ପାଇଁ

1 min
13.5K



କାଲିଟେ ପାଇଁ

ମୁଠେ ଚାଉଳ

ଚାଉଳବଣା ପୋଛି ରଖିଛି

କଣଘର କାନ୍ଥ ଆଲମିରାରେ...


କାଲିଟେ ପାଇଁ

ପୋଷେ ଡାଲି

ପାଛୁଡି ବାଛି ରଖିଛି

ଧଳା ପଲିଥିନ୍ ରେ

ବାଟଘର ଅଧାକାନ୍ଥି ପାଖରେ....


କାଲିଟେ ପାଇଁ

ଖଣ୍ଡେ ଦରବା

ସିଇ ରଖିଛି

ବାରି ଦୁଆର ଅଲୁଗୁଣିରେ....


କାଲିଟେ ପାଇଁ

କେରାଏ କୁଟା

ଶୁଖେଇ ପଚେଇ ରଖିଛି

ଗୁହାଳ ସଙ୍ଗାରେ.....


କାଲିଟେ ପାଇଁ

ବିଶ୍ବାସକୁ ଧୋଇମାଜି

ବକଳା ଛଡେଇ....


କାଲିଟେ ପାଇଁ

ପ୍ରଶ୍ବାସ କୁ ବନମାଟି

ଗାଈ ଗୋବରରେ ଲିପି.....

ରଖିବି କେଉଁଠି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍