STORYMIRROR

Narmada Sahu

Others

3  

Narmada Sahu

Others

ଲୁଙ୍ଗି

ଲୁଙ୍ଗି

1 min
13.3K



ସିଝା ଅଣ୍ଡା

ଚୋପା ଛଡେଇ

ମଝିରୁ କାଟି ଆଣିବାକୁ

କୁହେନି ମୁଁ,,,

ସେ ଆଣନ୍ତି

ପ୍ରତି ବୁଧ ଆଉ ଶନିବାର

ଭଗବତୀ ହାଟ ଵାରଦିନ,,

ଛିଞ୍ଚି ଦେଇଥା'ନ୍ତି

ଟିକେ ଲୁଣ,,ମରିଚଗୁଣ୍ଡ

ସ୍ବାଦ ପାଇଁ,,,,


ଆକ୍ତାମାକ୍ତା ଶସ୍ତା ଫଟା

ମୁହ ସିଲେଇ ଲୁଙ୍ଗିର

ଖୋସାରେ କାଗଜରେ

ଗୁଡା ହେଇଥାଏ

ମୋର ଖୁବ୍ ଆପଣାର ଏ ଚିଜ,,,,

ଧିରେ ତଳବାରିକୁ

ଡାକନ୍ତି ଆଉ

ସେପାଖ ଏପାଖ ଚାହିଁ

ଗୁଞ୍ଜି ଦିଅନ୍ତି ମୋ ହାତରେ

ଜଲ୍ ଦି ଖା,,,

ମୁଁ ଗାଁ ଉ କରି ଗିଳିବା ବେଳେ

ପଚାରିବାକୁଭୁଲିଯାଏ


ବାପା'ତମେ ଖାଇ ନ'ଥା'ନ୍ତ????


ପରିବା ବ୍ୟାଗ୍ ତଳ ଛୁଉଁ ଥାଏ ପରିବା

ପାନ ଗୁଆ ଗୁଡାଖୁ ନଥାଏ ଵୋଉର,,,,

ହେଲେ,,,,ଅଣ୍ଡା କବଲ।,,,,


ଆଜି

ମୋ ପୁଳାଏ ଦରମା ପାଖରେ

ବାପା,,,ଦିନ ମଜୁରିଆ,,,

ଗଣି ଗଣି ବଢାଏ ମୁଁ

ଶହେ କି ଦି,'ଶହ,,

ଅତି ବେଶିରେ ତିନି ଶହ,,,

ଏତେ ଟଙ୍କା ତମର ହବ କଣ???

ଗଲାମାସର ଭତ୍ତା ତିନି ଶହ ଥିବ,,


ହିସାବ ରଖି ଚଳିଲେ

ଉଚ୍ଚକୁ ଉଠିବୁ

ବାପାଙ୍କ କଥା ମୁଁ ମାନିଛି,,,

ପ୍ରତି ମାସ ହିସାବ

ମୁଁ ନିଶ୍ଚୟ ମାଗୁଛି,,,,

ବାପାଙ୍କ ମୁହଁ ସିଲେଇ ଲୁଙ୍ଗିରେ

ସାତ ସିଆ ତାଳି

ସେବେ ଥିଲା,,,ଏବେ ବି ସେମିତି ଅଛି,,,


ନର୍ମଦା ସାହୁ


Rate this content
Log in