STORYMIRROR

Narmada Sahu

Romance

2  

Narmada Sahu

Romance

ଲାଜ

ଲାଜ

1 min
2.8K


ଲାଜ କ'ଣ ରାଜନ୍?

ଚଳିତ ମେଘଋତୁରେ

ମିଳିଛି ପା

ଆମ୍ବ ତୋଟାରେ

ମଳିଚିଆ ରୁମାଲ ସରିକି

ଖଣ୍ଡେ ଲୁଗା

ନାଲିଆ ଦିଶୁଛି

ହାଲିଆ ଆମ୍ବ କିଆ

ଅନ୍ଦିକନ୍ଦି


ଲାଜ କ'ଣ ରାଜନ୍?

ବୁଢାରାତିରେ ଉଧୃତ

ମେଞ୍ଚେ ଯୌବନ

ସେନାପତି ଘର ଝିଅ

ବାଘ ଆଖି ଷ୍ଟିକର୍ ମିଳିଛି

ତା ଛାତିରୁ

ନଖ ଟାଟୁ ଜଙ୍ଘରେ..


ଲାଜ କ'ଣ ରାଜନ୍?

ପାତି ଦାନ୍ତ ନେଫେଡୁଛି

ବର ଓସ୍ତ ବାହା ସାଲୁ କନା ତଳେ

ଗାଈଆଳ ଟୋକା ହୁଙ୍କାର ରେ

ତୋଟାସାରା ରଥ ଭିଡ.

ଲାଜ କ'ଣ ରାଜନ୍ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance