STORYMIRROR

Narmada Sahu

Inspirational

2  

Narmada Sahu

Inspirational

ଝିଅ ମା ପାଇଁ ପଦେ

ଝିଅ ମା ପାଇଁ ପଦେ

1 min
14.8K



ଝିଅ ମା'

ହାର୍ଟ ପ୍ରୋବ୍ଲେମ୍

ଡାଇବେଟିସ ନା

ହାଇ ବି,ପି

କେଉଁ ଟା ଟ୍ରେଟ୍ ମେଣ୍ଟ

ଚାଲିଛି ଏବେ?

ମୁଁ ଜାଣେ

ତମେ ଆଜିକାଲି

ରାତ୍ରୀଜଗୁଆଳୀ ପକ୍ଷୀ

ଦିନରେ ଗାର୍ଡ,

ଝିଅର ବୟସ କେତେ ହେଲା?


ବୟସ ବଢିବା ସହ

ନିଶ୍ଚେ ବଢୁଥିବ

ତମ ମେଡିକାଲ ଟ୍ରେଟ୍ ମେଣ୍ଟ,,,,

ଆଖିତଳ କଳା

ଭୋକ,,,ଶୋଷଭୁଲା ବେମାରୀ |


କାହାକୁ ଜଗିବ ଠେଙ୍ଗାଧରି?

କେଉଁଠି ରଖିବ ଡେରା ପକେଇ?

ଘରେ ପୋକ

ବାହାରେ ଜୋକ,

ସବୁଠି କେମିତି ଗୋଟେ

ଆଇଷିଣା ଭାବ,

"ମୁଁ ବଞ୍ଚିବାକୁ ଚାହେଁ"

ମୋତେ ବଞ୍ଚେଇ ଦିଅ"

ନିର୍ଭୟା ର ଶେଷ ଶବ୍ଦମାନେ

ଅଧରାତିରେ ଦୁଆର ପିଟୁଛନ୍ତି ନା,

ଝିଅ ମା'',,,,,,,

ଇତିଶ୍ରୀ ର ସ୍ବପ୍ନ

ଡାହାଣୀ ପରି ଖାଇ

ଗୋଡଉଛି ନା

ସାରା ଜୀବନ,,,,,

ବେବିନାଟା ଅଶରୀରୀ

ବରଗଛ ଓହଳରେ

ନିତି କାନ୍ଦୁଛି ସାରାରାତି,,

ଶ୍ମଶାନ ଆଡୁ ଶୁଣାଯାଉଛି ନା,,,

ମା"ମା"ବଞ୍ଚା ବଞ୍ଚା,,,,,

ଝିଅ ମା'

ଜାଣିଛୁ କି ନାହିଁ?

ସୁଖ ସମ୍ଭୋଗର ସବୁ ଅଙ୍ଗ

ଧ୍ବଂସ ତାଣ୍ଡବର ବି.....

ତୁ ଶୁଣିଛୁ ନା

ଝିଅ ମା"

ସେ ଫୁଲ କଥା,

ମହୁ ଶୋଷୁ ଶୋଷୁ

କେମିତି ପାଖୁଡା ବୁଝେ ଫୁଲ

ବନ୍ଦୀରେ ବନ୍ଦ ହୁଏ ପ୍ରତାରକର ପ୍ରାଣ?

ବିଷକନ୍ୟା ପରି,

ଶିଖା ତାକୁ,

ଯୁଦ୍ଧକଳା

ଖଡ୍ଗଧରା

କୁଟନୀତି,

ଦରକାର ବେଳେ

ବିଷକନ୍ୟା ହେବାର

ଗୁପ୍ତକଳା ବି,,

ଝିଅ ମା"

ବ୍ଯାଯ୍ୟାପ୍ତି କରିଦେ

ତୋ ଉତ୍ତରାଧିକାରୀ ସମ୍ପତ୍ତି

ହ"ରେ ହୁ"ମାରିବା

ଜୋକର ପରି,,,

ମୁକ ହେବାର ପରମ୍ପରା ||


*ନର୍ମଦା ସାହୁ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational