Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Inspirational

3  

Pravatirani Mohanty

Inspirational

ଯଶ ରଖିବା

ଯଶ ରଖିବା

1 min
401



ଜନନୀ ଭଗିନୀ ଜାୟା ରୂପରେ 

ଜନ୍ମ ଲଭିଚୁ ଏହି ଧାରାରେ ,

ର୍ସବଶ୍ରେଷ୍ଠ ପ୍ରାଣୀ ମଣିଷ ଜାଣ

ବୁଦ୍ଧି ଜ୍ଞାନ ବେଳେ ହୁଅ ମହାନ ।


ଜନମ ଠାରୁ ମରଣ ପର୍ଯନ୍ତେ

କର୍ତ୍ତବ୍ୟ କରଇ ତା ଚଲାପଥେ,

ମାନବ ସେବା ଯେ ମାଧବ ସେବା 

ଜୀବନେ ଏହି ବ୍ରତ ଆଚରିବା ।


ଦୁଃଖୀ ରଙ୍କିଙ୍କର ସେବା କରିବା 

ପର ଦରବେ ଲୋଭ ନ ରଖିବା ,

ମଦ ମାଂସ ଠାରୁ ଦୂରେଇ ରହି

ଶାକା ଆହାରରେ ଆନନ୍ଦ ପାଅ ।


ଶକ୍ତି ଅନୁସାରେ ଦାନ କରିବା 

ଯୋଗ ପ୍ରାଣାୟମ ଆଦି ଶିଖିବା ,

ବୟସ କାଳରେ ଅୟସ କରି

ଭୁଲି ଯିବା ନାହିଁ ଧର୍ମ ଆମରି ।


ହଡା ବଳଦ ଯେପରି ହୋଇବ 

ଅସହାୟ ହେଲେ ସେପରି ହେବ,

ମଣିଷ ପଣିଆ କର୍ତ୍ତବ୍ୟ କରି 

ଚାଳୁଥିବ ସୁଧର୍ମକୁ ଆଚରୀ ।


ଗୁରୁଗୁରୁଜନେ ମଥା ନୂଆଁଇ 

ଭଗବତ ପାଠେ ମନକୁ ଦେଇ ,

ତେବେ ତୁମେ ହେବ ଜଗତେ ଧନ୍ୟ

ଜୀବନ କରିବ ପୁଣ୍ୟ ଅର୍ଜନ ।


ଜୀବ ଦୟା କରି ଥିବ ହୃଦରେ 

ସତ୍ ଚିନ୍ତା କରୁ ଥିବ ମନରେ ,

ମରି ଗଲେ ତୁମେ ଅମର ହବ 

ମରତ ଧାମରେ ଯଶ ରଖିବ ।


Rate this content
Log in

Similar oriya poem from Inspirational