ଯୋଗ୍ୟ ପ୍ରସବିନୀ ମୋ ମାଟି ମାଆ
ଯୋଗ୍ୟ ପ୍ରସବିନୀ ମୋ ମାଟି ମାଆ
ବଡିମା ଭରା ତୋ, କେତେ ଯେ ଗାରିମା,
ଉଚ୍ଚେ ସେ ଲାଗି ତୋ ପିଲାଙ୍କ ମଥା,
ଯେଉଁଠି ଅଛି ତୋ ସନ୍ତାନଟିଏ ମାଆ,
ସେ ଅଞ୍ଚଳ ଗାଏ ତୋହରି ଗାଥା ।
ସଦାନନ୍ଦ ସରସ୍ୱତୀ ଶ୍ରେଷ୍ଠ ସନ୍ଥ
ଗଳଦାରୀ ତାଙ୍କ ଜନମ ମାଟି
ଚିନ୍ମୟ ମିଶନେ ତାଙ୍କୁ ମୁଖ୍ୟ ସ୍ଥାନ,
ହିନ୍ଦୁ ଧର୍ମ ପାଇଁ ଅନନ୍ୟ ଭେଟି ।
ଦୁନିଆରେ ଯହିଁ ଓଡ଼ିଆଟେ ଅଛି,
ଭଜନ ଗାଏ ତୋ ପୁଅର ଲେଖା,
କବି ଶ୍ରେଷ୍ଠ ସଦାନନ୍ଦ ମଲ୍ଲିକ ଯେ,
ଭକ୍ତି ସାହିତ୍ୟର ଅଲିଭା ଶିଖା ।
ପରୀକ୍ଷା ଫଳରେ ଶୀର୍ଷସ୍ଥାନ ଯୋଗୁ,
ଓଡ଼ିଶାରେ ସେବେ ତୋ ନାଁ ଚହଳ,
ପୁଅ ତୋର ଦିଗମ୍ବର ମଲ୍ଲିକ ଯେ,
ଅନନ୍ୟ କୃତିତ୍ୱ ହେଲେ ସଫଳ।
ପରେ ସେ ଡାକ୍ତର ଚର୍ମରୋଗ ପାଇଁ,
ସେବାରେ ଉତ୍ସର୍ଗୀ ସାରା ଜୀବନ,
ଯେଉଁଠି କି ଗଲେ , ସେଠି ସେ କହିଲେ,
ଗଳଦାରୀ ମୋର ଜନମ ସ୍ଥାନ ।
ଦରଦୀ ବନ୍ଧୁ ସେ ଅଗଣୀ ରାଉତ,
ଡାକ୍ତର ରମେଶ ତାଙ୍କ ସୁପୁତ୍ର,
ଗରିବ ରୋଗୀଟେ ପ୍ରଭୁ ମଣେ ତାଙ୍କୁ
ତାଙ୍କ ଦେହେ ମା'ଲୋ ତୋହରି ରକ୍ତ ।
ଗୁରୁ ଓ ଗାୟକ, ଶ୍ରେଷ୍ଠ ଗବେଷକ,
ଓଡିଶୀ କୀର୍ତ୍ତନେ ଅଗ୍ରେ ପୂଜିତ,
କୀର୍ତ୍ତନବିଦ୍ୱାନ ଓ ସୁନାମଧନ୍ୟ,
ଗୁରୁ ଶ୍ରେଷ୍ଠ ହୃଷିକେଶ ରାଉତ ।
କେତେ ବୀର ଯୋଦ୍ଧା ସନ୍ତାନ ତୋର ମା',
ଦେଶ ମାତୃକାର ସେବାରେ ଲିପ୍ତ,
କୃତକାର୍ଯ୍ୟେ କେତେ ଫେରି ଆସିଲେଣି,
ତୋତେ କରି ମା'ଲୋ ଗୌରବାନ୍ୱିତ ।
ପ୍ରଥମ ସୈନିକ ଅଞ୍ଚଳରୁ ମାଆଲୋ,
ବୀର ସନ୍ତାନ ତୋ ପ୍ରଭୁ ଚରଣ,
ବିଦେଶ ମାଟିରେ ଇଂଗ୍ରେଜଙ୍କ ପାଇଁ
ବିଶ୍ଵଯୁଦ୍ଧେ କରିଥିଲେ ସେ ରଣ ।
ନବଘନ, ପୂର୍ଣ୍ଣ, ଶିଶିର ରଞ୍ଜନ,
ଉମାକାନ୍ତ ଆଉ ସମ୍ରାଟ ପରି,
କେତେ ପୁଅ ତୋର ପ୍ରଶଂସାର ପାତ୍ର,
ଦେଶ ମାତୃକାର ସେବା ସେ କରି ।
କ୍ୟାପ୍ଟେନ୍ ଚିନ୍ମୟ(ବାପି), ସେନା ଅଧିକାରୀ,
ରମାକାନ୍ତ ନାୟକଙ୍କ ସନ୍ତାନ,
BCCI ସାଥେ ଏବେ ସେ ସମ୍ବନ୍ଧେ,
ଉଚ୍ଚେ ନିଶ୍ଚେ ମା'ଲୋ ତୋହରି ମାନ।
ସାନ ପୁଅ ତାଙ୍କ,ତନ୍ମୟ ନାୟକ (ନିକ),
ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପାଇଁ,
IT ସେକ୍ଟରେ, ଗୁପ୍ତେ ନିବଦ୍ଧିତ,
ଅଜଣା ଖ୍ୟାତିର ପୁଅଟେ ସେହି।
ବିଭୂତି ରାଉତ,ସୁପ୍ରସନ୍ନ(ମୁନା)ଆଉ,
ସୁବୋଧ ମଲ୍ଲିକ ପରି ତୋ ପୁଅ,
ପୋଲିସ ବିଭାଗେ,ଉଚ୍ଚ ଅଧିକାରୀ,
ଦକ୍ଷ କୁହେ ତାଙ୍କୁ ସବୁରି ମୁହଁ ।
ଇଞ୍ଜିନିୟର ସେ କ୍ଷିରୋଦ ରାଉତ,
ଗଢ଼ିଛନ୍ତି କେତେ ଶିକ୍ଷାନୁଷ୍ଠାନ,
ଇଞ୍ଜିନିୟରଙ୍କ ଅନୁଷ୍ଠାନ ପାଇଁ
ଦେଶର ଅଧ୍ୟକ୍ଷ ଅଛନ୍ତି ଜାଣ ।
(Chairman at The institutions of Engineers (India).&
Secretary of ISTE Odisha section.)
ଦେଇଛୁ ମାଆ ଭେଟି, କ୍ଷେପଣାସ୍ତ୍ର ଘାଟି,
ବୈଜ୍ଞାନିକ ନିତ୍ୟାନନ୍ଦ ନାୟକ,
ଓଡ଼ିଶା ସଶସ୍ତ୍ର ପୋଲିସ ବାହିନୀ
ରେ କମାଣ୍ଡାଣ୍ଟ ତରୁଣ ମଲ୍ଲିକ,
ତୋ ଓକିଲ ପୁଅ, ପବିତ୍ର ନାୟକ,
ଉଚ୍ଚନ୍ୟାୟାଳୟେ ଉଚ୍ଚେ ପ୍ରତୀତ,
ଓଡ଼ିଶାର କୋଣେ ଅନୁକୋଣେ ଖ୍ୟାତି,
ଆଇନରେ ବିଚକ୍ଷଣ ତୋ ସୁତ ।
ଯୋଗ୍ୟ ପୁଅ ତୋର ସୌଭାଗ୍ୟ ନାୟକ,
ଦକ୍ଷ ସଂଗଠକ ବିଜେଡି ନେତା,
ପଶ୍ଚିମ ଓଡ଼ିଶା କୋଣେ ଅନୁକୋଣେ,
ସବୁ ମୁହଁ ଗାଏ ତାଙ୍କରି ଗାଥା ।
ମଣିଷ ତିଆରି କାରଖାନା ଯନ୍ତ୍ରୀ,
ତପନ ମଲ୍ଲିକ ପୁଅ ତୋହରି,
ଦେଶ ହିତେ କେତେ, ବୈଜ୍ଞାନି,ଡାକ୍ତର
ଶିକ୍ଷକ, ଯେ ତାଙ୍କର କାରିଗରୀ ।
ଲେଖି ବସିଲେ ମାଆ ସରିବନି ଲେଖା,
ଛାଡିଗଲି କେତେ ତୋ ଗଢା କୃତି,
ଧନ୍ୟ ମଣେ ମୁହିଁ ଧନ୍ୟ ଏଥିପାଇଁ,
ଯୋଗ୍ୟ ପ୍ରସବିନୀ ମୋ ମାଆ ମାଟି ।
