ଯୋଗ ଜନ୍ମା ବିଜୁ ବାବୁ
ଯୋଗ ଜନ୍ମା ବିଜୁ ବାବୁ
ଯୋଗ ଜନ୍ମା ବିଜୁ ବାବୁ
ଶ୍ରୀକୃଷ୍ଣ ସାମଲ
ମାଟିର ମହାନାୟକ ତୁମେ,
ଯୋଗ ଜନ୍ମା ବିଜୁ ବାବୁ
ଉତ୍କଳ ବୃଷଭ ତୁମେ
ତେଜ ଦୀପ୍ତ ଗୁଣର ଗରିମା ।
ଉତ୍କଳର ସୁଯୋଗ୍ୟ ଦାୟାଦ ତୁମେ
ପ୍ରଗତିର ଦେବଦୂତତ
ପ୍ରଗତି ମଶାଲ ଜାଳି
ହଟାଇଲ ଉତ୍କଳର ଅମା ।
ଭାରତ ମାଟିରେ ରହିଛି ସୁନାମ
ରାଜନୀତିରେ ପିତାମହ ଭୀଷ୍ମ
ଇଣ୍ଡୋନେସିଆର ଭୂମି ପୁତ୍ର ତୁମେ
ସୁକର୍ଣ୍ଣଙ୍କ ବିପଦର ବନ୍ଧୁ ।
ଶିଳ୍ପ ସାମ୍ରାଜ୍ୟର ସତେ କି ସମ୍ରାଟ
ଭାରତର ଉଜ୍ଜ୍ୱଳ ତାରକା
ଜୀବନର ସବୁ ଦିଗ ଥିଲା ଆଭାମୟ
ସତେ କିବା ଗଗନର ଇନ୍ଦୁ ।
ଏ ମାଟି ପାଣି ପବନ ଝୁରୁଛି ତୁମକୁ
ଚିରଦିନ ଭୂଲି ପାରିବନି
ସବୁ ଦିନ ଆଶୀର୍ବାଦ କରୁଥାଅ ସ୍ରଷ୍ଟା
ଏ ଜାତିଟା ମଥାଟେକି ରହିଥାଉ ଜୀଇଁ ।
ତୁମେ ଥିଲ ଗରିବର ବନ୍ଧୁ
ଶ୍ରମିକର ବନ୍ଧୁ, ଚାଷୀ ମୂଲିଆର ବନ୍ଧୁ
ସେମାନଙ୍କ ହସ ଥିଲ ତୁମେ, ଖୁସି ଥିଲ ତମେ
ତୁମ ପାଇଁ ସେମାନେ ଏଯାଏଁ ପାରିଛନ୍ତି ଜୀଇଁ ।