STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଯୋଡ଼ାଏ ଆଖି

ଯୋଡ଼ାଏ ଆଖି

1 min
285

ଯୋଡାଏ ଆଖିରେ ସାଗର ଭରିଥାଏ

କରୁଣାରେ ଥାଏ ଓଦା

ଚଞ୍ଚଳ ନୟନ ପ୍ରେମର ଅଞ୍ଜନ

କେବେ ସିକ୍ତ ଅଶ୍ରୁ ବୁନ୍ଦା।

ପ୍ରେମର ସେ ସାକ୍ଷୀ ପଢିପାରେ ଆଖି

ହୃଦୟ ଭିତର କଥା

ହସ କାନ୍ଦ ବ୍ୟଥା ଅଭ୍ୟନ୍ତର କଥା

ଅନୁଭବେ ସେ ସର୍ବଦା।

ସ୍ବଚ୍ଛ ନିଷ୍କପଟ ଚକ୍ଷୁ ମୁକୁରରେ

ଭାବନାର ଚିତ୍ରପଟ

ପ୍ରତିଛବି ହୋଇ ଦେଖାଦିଏ ପୁଣି

ଭୋଗୁଥାଏ ଯାହା କଷ୍ଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational