STORYMIRROR

Jashobant Pattanayak

Fantasy

3  

Jashobant Pattanayak

Fantasy

ଯୋଡ଼ାଏ ଆଖି

ଯୋଡ଼ାଏ ଆଖି

1 min
147


ଆଖି ଏକ ମୁହଁର ଗହଣା

ଆଖି ଦୁଇ ମନର ଆଇନା,

ଆଖି ଦେଖେ ଆଖିର ବେଦନା

ଝରାଏ ସେ ଲୁହର ଝରଣା ।।


ଆଖି ଏକ କଳାକଳା ମୋତି

କହିଯାଏ ଅତୀତର ସ୍ମୃତି,

ଆଖି ଥିଲେ ଦିନ ଯାଏ ବିତି

ଆଖି ବିନା ସବୁଲାଗେ ରାତି ।।


ଆଖି ଦିଏ ନିଦର ପରଷା

ଲାଗେ ସତେ ମତୁଆଲି ନିଶା,

ଆଖି,ଆଖିର ଆଶା ଭରସା

ଆଖି ହିଁ ପଢେ ଆଖିର ଭାଷା ।।


ଯୋଡ଼ାଏ ଆଖିରେ ସପନ

ଭରିଦିଏ ହୃଦୟରେ ପ୍ରେମ,

ଆଙ୍କିଦିଏ କେତେ ରଙ୍ଗେ ଜହ୍ନ

ଫୁଟାଏ ସେ ପାହାଡ଼ରେ ପଦ୍ମ ।।


ଆଖି ବୁଝେ ଆଖି ନିରବତା

ଆଖିର ଜୀବନ ଅଡ଼ୁଆ ସୂତା,

ଆଖି ଆଖିରେ ଆଖିର କଥା

ଫିଟାଇ ବସିଲେ ହୁଏ କବିତା ।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy