" ଯୋଡାଏ ଆଖି "
" ଯୋଡାଏ ଆଖି "
ଆଖି କଥା କହେ
ଆଖି ହସି ଦିଏ
ଲାଜର ପସରା ଆଖି ,
ଆଖି ଆଖି ତୋର ଆଖି ।
ଆଖି ଯେ ନୀଳ ସାଗର
ଆଖି ଯେ ଗୁଣି ମନ୍ତର
ଆଖି ଆଖି ତୋର ଆଖି ...
ପୁଣି କେବେ ନିରବେ ନିଶ୍ଚଳ ଆଖି ।
ଆଖି ଆଖି ତୋର ଆଖି
ଏ ହୃଦୟ ନୀଡର ପକ୍ଷୀ ,
ଆଖି ଆଖି ତୋର ଆଖି
ଦିଏ ଅବ୍ୟକ୍ତ ଭାଷାକୁ ଲେଖି ,
ଆଖି ଯେ ଜହ୍ନ ଜୋଛନା
ଆଖି ଯେ ଝର ଝରଣା
ଆଖି ଆଖି ତୋର ଆଖି
ପୁଣି କେବେ ଅଭିମାନ ଭରା ଆଖି ।
ଆଖି ଆଖି ତୋର ଆଖି
ଏ ମନକୁ ପାରଇ ଦେଖି ,
ଆଖି ଆଖି ତୋର ଆଖି
ମୋତେ କେବେ ପାରିବନି ଠକି ,
ଆଖିରେ ନିରିହ ଆଶା
ଆଖିରେ ସ୍ଵପ୍ନର ବସା
ଆଖି ଆଖି ତୋର ଆଖି
ପୁଣି କେବେ ବିରହେ ବିଚଳ ଆଖି ।

