STORYMIRROR

MADHU MITA

Inspirational

4  

MADHU MITA

Inspirational

ଯୋଡାଏ ଆଖି

ଯୋଡାଏ ଆଖି

1 min
240


କେତେ କଥା କହିଦିଏ..

କେତେ ଲୁଚାଇ ଥାଏ..

ମନ କଥା ସବୁ ଧିରେ..

ଖୋଲି ପୁଣି ରଖି ଦେଇଦିଏ..


କେବେ ଡର ବି ଦେଖାଏ..

ଆପଣା ବି କରିଥାଏ..

କେବେ ପୁଣି ଦୁରେ ଗଲେ..

ଛଳ ଛଳ ହୋଇଯାଏ..


ଖୁସି ହେଲେ କାନ୍ଦି ଦିଏ..

ଦୁଃଖରେ ଲୁହ ଝରାଏ..

କଥା ନ କହିଲେ ଓଠ..

ତଳକୁ ଅନାଇ ରୁହେ..


ଆଦରେ ଅନେଇ ଥାଏ..

ସାଦରେ ଅନେଇ ଥାଏ..

ଏହି ଯୋଡାଏ ଆଖି..

ଶୂନ୍ୟରେ ଅନେଇ ଥାଏ..


ପାଇବା ଆଶାରେ ହେଉ..

ହରେଇବା ଦୁଃଖେ ହେଉ..

ଜନ୍ମରୁ ବନ୍ଦ ଯେ ଥାଏ..

ମୃତ୍ୟୁରେ ବନ୍ଦ ସେ ହୁଏ..


ମନର ଦର୍ପଣ ଆଖି..

ମନ ଦେଲେ ଯାଏ ଲାଖି..

ଅନ୍ଧାର ହେଲେ ବି ଆଖି..

ଖୋଲା ରୁହେ ହୋଇ ଦୁଃଖୀ..


କେହି ବୁଝି ନ ପାରିଲେ..

କାହାକୁ ନ ବୁଝି ହେଲେ..

କ୍ରୋଧର ଜ୍ଵାଳା ବି ଦିଶେ..

ଆଖି ଥରେ ଖୋଲିଦେଲେ..


ଆଖିର ଅକୁହା କଥା..

ମନର ଅଭୁଲା ବ୍ୟଥା..

ଆଖି ପଲକ ଭିତରେ..

କେତେ କଥା ଥାଏ ଯୋଖା..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational