STORYMIRROR

subrat kumar jena

Tragedy

2  

subrat kumar jena

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
302


ହୃଦୟର କିଛି ଅବ୍ୟକ୍ତ ବେଦନା

ଲୁହ ହୋଇ ଝରି ଗଲା ପରେ

ଆଉ କିଛି ଦୁଃଖ ଝରି ପଡେ ପୁଣି

କବିତା ହୋଇ ମୋ ପ୍ରିୟ ଡାଏରୀ ଵୁକୁରେ...୧

ଅନେକ ଅଶ୍ରୁର ଧାର ଆଖି ପତା ଦେଇ

ଭଲ ପାଏ ଦୁଇ ଗାଲ ଚୁମିବାକୁ

କିଛି ଦୁଃଖ ପୁଣି ଭଲ ପାଇ ଥାଏ

ଯନ୍ତ୍ରଣା ହୋଇ ହୃଦୟରେ ରହିବାକୁ...୨

ଅନେକ ଯନ୍ତ୍ରଣା ମୋର ଦେଖାଏ ମୁହିଁ

ଆହା ପଦେ ମୋ ଲାଗି ଶୁଣିବାକୁ

ଏମିତି ଅନେକ ଯନ୍ତ୍ରଣା ଯାଏ ନୀରବେ ମରି

ଜୀବନେ କାହାକୁ ଲଜ୍ଜ୍ୟା ଟିକେ ନ ଦେବାକୁ...୩

ଯନ୍ତ୍ରଣା ଟା ଯଦି ମିଠା ହୋଇଥାଏ

ମନ ସହ ହୃଦୟ ବି ନିଏ ଆନନ୍ଦେ ପାଖେଇ

ଯନ୍ତ୍ରଣା ଟା ଯଦି ଏସିଡ୍ ପରି ହୁଏ

ମନ ପକ୍ଷୀ ଏକାନ୍ତରେ ଦୁଃଖେ ଗୁମୁରାଇ...୪

ଯନ୍ତ୍ରଣା କେବେ କେମିତି ମିଳିବ,କାହାଠୁ ମିଳିବ

ଏ କଥା କେହି ପାରିବେନି କେବେ କହି

ସ୍ୱାର୍ଥପର ଏଇ ସମାଜରେ ଆଜି ନିଜର ହୋଇ

ଯନ୍ତ୍ରଣା ଦିଅନ୍ତି ଅନେକ ମିଠା ମିଠା କଥା କହି...୫

ହୃଦୟ ରଫ ଖାତାରେ ଅଛି ଅନେକ ଅଞ୍ଚୁଡା ଦାଗ

କିଛି ଅଛି ଜାଣତରେ ପୁଣି ଅଛି କିଛି ଅଜଣା ରେ

କିଛି ଦାଗ ପୁଣି ଅଲିଭା ହୁଏ ଜୀବନ ନାଟକରେ

ହଜି ଥାଏ ସାଥେ ସେହି ଜୀବନର ଶେଷ ଶ୍ମଶାନରେ..୬

ସୁବ୍ରତ ଜେନା

ଯାଜପୁର

୯୭୭୬୨୦୮୯୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy