STORYMIRROR

Santanu Bisoi

Tragedy

3  

Santanu Bisoi

Tragedy

ଯନ୍ତ୍ରଣା।

ଯନ୍ତ୍ରଣା।

1 min
227

ଜୀବନଟା ଏକ ଯନ୍ତ୍ରଣାର ଯୁଇ

ନିତି ଆଉଟି ମୁଁ ଝଟକୁ ଥିବି

ପୁରଟ ପରିକା ବହ୍ନିସ୍ନାତା ହୋଇ

ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି।।


କ୍ଷତ ପାଦେ ରାସ୍ତା ଚାଲେ ପଥିକ ମୁଁ

କେବେ କଣ୍ଟକିତ କେବେ ବନ୍ଧୁର

ଜୀବନର ଯାତ୍ରା ଯନ୍ତ୍ରଣା ଦାୟକ

ସମ୍ପତି ନଥିଲେ ସମସ୍ତେ ପର।।


ଘରର ଘରଣୀ ମଣୀ ହୀନ ଫଣି

ନିତ୍ୟ ଦଂଶନର ଜ୍ବାଳା ସମର୍ପେ

ବ୍ୟଭିଚାରି କନ୍ୟା ଜୁଆଡି କୁପୁତ୍ର

ଅସଦାଚରଣେ ମାତନ୍ତି ଦର୍ପେ।।


ବନ୍ଧୁ ପରିଜନ ମୁହଁ ଫେରାବନ୍ତି

ଦୁସ୍ଥ ଦୁର୍ଦ୍ଦିନ ଓ ନିର୍ଧନ ଦେଖି

ଅଡୋଶୀ ପଡୋଶୀ କହେ ଚାଖି ଚାଖି

ବିଚରାକୁ କଲା ଦୈଵ ନିର୍ମାକ୍ଷୀ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy