STORYMIRROR

Prasant Kumar Nath

Inspirational

3  

Prasant Kumar Nath

Inspirational

ଯନ୍ତ୍ରମାନବ

ଯନ୍ତ୍ରମାନବ

1 min
162

ପର୍ବତ ଶିଖରେ ପହଁଚିଲା ଦିନେ

ଯନ୍ତ୍ରମାନବଟି ଯାଇ

ଯେଉଁଠି ମଣିଷ ରହୁଥିଲେ ନିତି

ଗଛ ଓ ପତର ଖାଇ ।

ଜାନୁଆର ସାଥେ ରହୁଥିଲେ ସିଏ

ନଥିଲା ମନରେ ଭୟ

କଞ୍ଚା ମାଂସ ଖିଆ ଥିଲାଯେ ତାଙ୍କର

ବଞ୍ଚିବା ପାଇଁ ଉପାୟ ।

ଯନ୍ତ୍ରମାନବକୁ ଦେଖିଦେଲା ପରେ

ଠେଙ୍ଗାବାଡ଼ି ସବୁ ଧରି

ଆସିଥିଲେ ଧାଇଁ ଜୀବନରୁ ତାକୁ

ଦେବା ପାଇଁ ସତେ ମାରି ।

ଭାବିଲେ ସେମାନେ କେଉଁ ଦୁନିଆରୁ

ଆସିଛି ବିରଳ ଜୀଵ

ଆମ ଗଡ଼ ଜିଣି ରହିବା ପାଇଁକି

କରିଅଛି ବୋଧେ ଲୋଭ ।

ମଣିଷ ପାଖରୁ ସୃଷ୍ଟି ହୋଇ ସିଏ

ତାଠାରୁ ଚାଲାଖ ହୁଏ

ଯାହାକୁ ଦୁନିଆଁ ଯନ୍ତ୍ରମାନବ ବା

ରୋବର୍ଟର ନାଆଁ ଦିଏ ।


Rate this content
Log in

Similar oriya poem from Inspirational