Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational

3  

Prabhati Mahapatra

Inspirational

ଯନ୍ତ୍ରମାନବ

ଯନ୍ତ୍ରମାନବ

1 min
182


ପୁରାତନ ନିତି ନିୟମକୁ ତ୍ୟାଗୀ

ମାନବ ଉନ୍ନତି ପଥେ

ଆପଣା ବିକାଶ ଅଗ୍ରଗତି ପାଇଁ

ଯାନ୍ତ୍ରିକ ମାନବ ହାତେ ।


ମନୁଷ୍ୟର ବୁଦ୍ଧି ମନୁଷ୍ୟର ଶ୍ରମ

ଯୋଗଦାନ ବଳେ ଜନ୍ମ

ଅଶେଷ ଗୁଣର ଅଧିକାରୀ ହୋଇ

ପାଳନ କରେ ସେ ଧର୍ମ ।


ଯେହ୍ନେ ଭାଗ୍ୟ ଡୋରି ଧରି ଗିରିଧାରୀ

କରୁ ଥାନ୍ତି ଖେଳା ଲୀଳା

ସେହି ରୂପେ କ୍ରୀଡା କରଇ ମାନବ

ଗଢି ଏ ରୋବଟ୍ ମେଳା ।


କ୍ରୀତଦାସ ପରି ପାଳୁଥାଏ ଆଜ୍ଞା

ନିମିଷକେ ଗଢେ ଭାଙ୍ଗେ

ସାଥୀ ସହଚର ଯେସନେ ପରଷେ

ସ୍ନେହେ ପ୍ରେମେ ଥାଏ ସଙ୍ଗେ ।


ମନୁଷ୍ୟ ଠାରୁ ସେ ଶକ୍ତିଶାଳୀ ହୋଇ

ଉଡ଼ି ଯାଏ ବହୁ ଦୂର

ଅକଳନ ତାର ଗୁଣର କ୍ଷମତା

ଭରା ନଦୀ କରେ ପାର ।


ଆଧୁନିକ ଯୁଗେ ଅତି ପ୍ରୟୋଜନ 

ଯଦିବା ରୋବଟ୍ ହୁଏ

ଆଳସ୍ୟ ପୁଞ୍ଜିକୁ ମାନବ ହାତରେ

ନିଶ୍ଚୟ ଧରାଇ ଦିଏ ।


ବିନା ପରିଶ୍ରମେ କିବା ବିନା ମୂଲ୍ୟେ

ପ୍ରାପ୍ତ ହୁଏ ସେତ ଶସ୍ତା

ବୁଦ୍ଧିମାନ ବ୍ୟକ୍ତି ନରଖନ୍ତି କେବେ

ତହିଁରେ ସଂପର୍କ ରିସ୍ତା ।



Rate this content
Log in

Similar oriya poem from Inspirational