STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ଯେତେ ପାରୁ ଲଗା ଗଛ

ଯେତେ ପାରୁ ଲଗା ଗଛ

1 min
357


ଜାଣିଛୁ ମରିବୁ ଅମ୍ଳଜାନ ବିନା

ଦିନରାତି କାଟୁ ଗଛ

ବିଶ୍ୱପରିବେଶ ପ୍ରହସନ କଥା

ସୁଦୁ ଡାହା କଞ୍ଚାମିଛ

ଭାବୁନାହୁଁ ଆଗପଛ

ଶାନ୍ତିରେ ବଞ୍ଚିବୁ ନୀରୋଗ ଲଭିବୁ

ଯେତେ ପାରୁ ଲଗା ଗଛ ।

ଅଜ୍ଞାନ ସାଜୁଛୁ ବିଜ୍ଞାନ ଯୁଗରେ

ପୋଡୁ ପଲିଥିନ ଜୋତା

ତିଆରି କରୁଛୁ ଅଙ୍ଗାରକାମ୍ଳ ସାଥେ

କାର୍ବନ ମନୋକ୍ସାଇଡ୍ ଭତ୍ତା

ଭଲ ରହିବା ତୋ ଚିନ୍ତା

ଜାଣିଥା "ସେ" ବିଷ ବାଷ୍ପ ପାନ କରି

ଭାଙ୍ଗିଛି ମରଣ ଯନ୍ତା।

ବଢିଲା ମାନବ ସାଜିଲା ଦାନବ

ଧ୍ୱଂସ କଲୁ ବଣ ଜଙ୍ଗଲ

କାରଖାନା କରି ପାଇଖାନା କଲୁ

ନଦୀରେ ପକାଇ ମଳ

ଦିଶୁଅଛି ଜଳ ଜଳ

ସାର ବିଷ ଖାଇ ଭେଣ୍ଡିଆ ସାଜୁଛୁ

ହେବୁ ତୁ ନିଶ୍ଚେ ଦୁର୍ବଳ।

ଯେଉଁ ମାଟି ମାଆ କୋଳେ ଜନମି ତୁ

ବଢୁ ଗଢୁ ଏ ପ୍ରାସାଦ

ଚେର ମୂଳ ତାର ଜାବୁଡି ଧରିଛି

କରି ଶକ୍ତି ଅବରୋଧ

ଆବର୍ଜନା କର ବାଦ

ମାଟି,ଜଳ,ବାୟୁ ବିଶୁଦ୍ଧ ହୋଇଲେ

ପରିବେଶ ହେବ ଶୁଦ୍ଧ।

ଖରାଦିନେ ମରୁ ଅଂଶୁଘାତେ ପଡି

ନ ପାଇ ପାଦପ ଛାଇ

ଉତ୍ସ୍ୱେଦନ ବିନା ବରଷା ବର୍ଷୁନି

ତାକୁ କାଟି ବିକି ଯାଉ ଖାଇ

ସଙ୍କଳ୍ପ କରହେ ଭାଇ ?

ଗଛ ଲଗାଇବି ଜଙ୍ଗଲ କରିବି

ମହାବାତ୍ୟା ଯିବ ଧାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational